ଶ୍ରେଷ୍ଠ ପାଞ୍ଚ କଟକ ପାଠାଗାର

ରବୀନ୍ଦ୍ର ପାଠାଗାର

ତିନିକୋଣିଆ ବଗିଚା ଅଞ୍ଚଳରେ ରହିଛି ରବୀନ୍ଦ୍ର ପାଠାଗାର। ୧୯୪୯ ଏପ୍ରିଲ ୧୭ରେ ବ୍ୟବସାୟୀ ନରେନ୍ଦ୍ର କୁମାର ମିତ୍ର ତାଙ୍କ ବଡ଼ପୁଅ ରବୀନ୍ଦ୍ରଙ୍କ ସ୍ମୃତିରେ ପ୍ରତିଷ୍ଠା କରିଥିବା ଏହି ପାଠାଗାରରେ ବିଭିନ୍ନ ଭାଷାର ୧୦ ହଜାର ପୁସ୍ତକ ଉପଲବ୍ଧ । ସ୍ଥାନୀୟ ଅଞ୍ଚଳର ଲୋକେ ପୁସ୍ତକଗୁଡ଼ିକୁ କାର୍ଡ ମାଧ୍ୟମରେ ଘରକୁ ନେଇ ପଢ଼ିଥାନ୍ତି । ପ୍ରତ୍ୟହ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୩୦ ଯାଏ ବହୁ ପାଠକ ପାଠାଗାରରେ ବସି ବିଭିନ୍ନ ପୁସ୍ତକ ଓ ପତ୍ରପତ୍ରିକା ପଢ଼ିଥାନ୍ତି ।

ମଧୁସୂଦନ ପାଠାଗାର

ମଧୁସୂଦନ ନଗରଠାରେ ସ୍ଥାନୀୟ ଅଧିବାସୀଙ୍କ ଅନୁଦାନରେ ପରିଚାଳିତ ହେଉଛି ମଧୁସୂଦନ ପାଠାଗାର। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ପାଠାଗାରରେ ରହିଛି ଓଡ଼ିଆ, ଇଂଲିଶ, ହିନ୍ଦୀ, ବଙ୍ଗଳା ଭାଷାରେ ପ୍ରାୟ ୧୪ ହଜାର ବିଭିନ୍ନ ପ୍ରକାର ପୁସ୍ତକ। ସବୁଦିନ ଅପରାହ୍ନ ୪ଟାରୁ ରାତି ୯ଟା ଯାଏ ଏହା ଖୋଲା ରହେ । ପ୍ରତି ମାସର ପ୍ରଥମ ଶନିବାର ସ୍ଥାନୀୟ ଅଧିବାସୀମାନେ ଏଠାରେ ଏକତ୍ରିତ ହୋଇ ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗରେ ଆଲୋଚନା କରନ୍ତି ।

ପଢିହାରୀ ପାଠାଗାର

ଚୌଧୁରୀବଜାର ଗୌରୀଶଙ୍କର ପାର୍କ ନିକଟରେ ରହିଛି ପଢିହାରୀ ପାଠାଗାର। ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ପରିଚାଳିତ ତଥା ସ୍ବାଧୀନତା ସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀଙ୍କ ସ୍ମୃତିରେ ସ୍ଥାପିତ ଏହି ପାଠାଗାର ରବିବାର ଓ ସରକାରୀ ଛୁଟି ଦିନ ବ୍ୟତୀତ ପ୍ରତିଦିନ ସକାଳ ୮ଟାରୁ ପୂର୍ବାହ୍ନ୧୧ଟା ଓ ଅପରାହ୍ନ ୫ଟାରୁ ରାତି ୮ଟା ଯାଏ ଖୋଲା ରହେ । ଏଠାରେ ଓଡ଼ିଆ, ଇଂଲିଶ ଭାଷାରେ ପ୍ରାୟ ୧୯ ହଜାରରୁ ଊର୍ଦ୍ଧ୍ୱ ପୁସ୍ତକ ରହିଛି ।

ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର

ଖାନନଗର କାଠଯୋଡ଼ି ନଦୀ ରିଂବନ୍ଧ ପାର୍ଶ୍ୱରେ ଅବସ୍ଥିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର । ପ୍ରତ୍ୟହ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ପାଠାଗାର ଖୋଲା ରହେ। କଟକ ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି ପାଠାଗାରରେ ଓଡ଼ିଆ, ସଂସ୍କୃତ, ଇଂଲିଶ, ହିନ୍ଦୀ ଭାଷାର ପ୍ରାୟ ୫୫ ହଜାରରୁ ଅଧିକ ପୁସ୍ତକ ରହିଛି । ଏଥିସହ ବିଭିନ୍ନ ପତ୍ରିକା, ଖବରକାଗଜ ମଧ୍ୟ ଏଠାରେ ଉପଲବ୍ଧ ।

କନିକା ପାଠାଗାର

ରାଜ୍ୟର ସବୁଠୁ ବଡ଼ ଓ ପ୍ରାଚୀନ ପାଠାଗାର ଭାବେ ପରିଚିତ କନିକା ପାଠାଗାର । ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏହି ପାଠାଗାରଟି ୯ ହଜାର ବର୍ଗଫୁଟ ଜମିରେ ତତ୍କାଳୀନ ବିହାର, ଓଡ଼ିଶା ଲ୍ୟଟ୍‌ନାଣ୍ଟ ଗଭର୍ନରଙ୍କ ଦ୍ୱାରା ଖୋଲାଯାଇଥିଲା । କନିକା ମହାରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ସେତେବେଳେ ୫୫ ହଜାର ଟଙ୍କା ଏହାର ନିର୍ମାଣ ପାଇଁ ଦାନ କରିଥିଲେ। ଏଠାରେ ବହୁ ପୁରୁଣା ଓ ଚିରା ପୁସ୍ତକ ସମେତ ବିରଳ ତଥା ଐତିହାସିକ ପତ୍ରିକା, ପୁସ୍ତକ ରହିଛି । ବର୍ତ୍ତମାନ ଏଥିରେ ୧୦୦ କମ୍ପ୍ୟୁଟର ସ୍ଥାପନ କରାଯାଇ ଏହାକୁ ସମ୍ପୂର୍ଣ୍ଣ ୱେବବେସ୍‌ଡ କରାଯାଇଛି । ଛାତ୍ରୀଛାତ୍ରମାନେ ସହଜରେ ୱେବପେଜ୍‌ରୁ ଆବଶ୍ୟକ ପୁସ୍ତକ ପାଇପାରୁଛନ୍ତି । ଏଠାରେ ୨ ଲକ୍ଷ ବହି ଓ ପତ୍ରିକା ମହଜୁଦ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri