ଶ୍ରମିକ ରୂପେ ୨ ଛାତ୍ରଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ଶିକ୍ଷକ

ଏମ୍‌ଭି-୭୯,୨୧ା୬(ଡି.ଏନ.ଏ.)-ସରକାର ଗରିବ ପିଲାଙ୍କ ପାଠପଢ଼ା ପାଇଁ ମାଗଣା ଖାତା, ବହି, ସିଲଟ, ଖାଦ୍ୟ, ରହିବା ପାଇଁ ହଷ୍ଟେଲ ସୁବିଧା କରିଛନ୍ତି। କେତେକ କ୍ଷେତ୍ରରେ ଶିଶୁଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ହଷ୍ଟେଲରେ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଏକ ସ୍ବତନ୍ତ୍ର ସ୍କାଡ୍‌ ମଧ୍ୟ ଗଠନ କରାଯାଇଛି। ତେବେ ଏସବୁ କେବଳ କାଗଜପତ୍ରରେ ସୀମିତ ରହୁଛି। ଶିଶୁମାନେ ବିଭିନ୍ନ ସ୍ଥାନରେ ଶ୍ରମିକ ରୂପେ କାର୍ଯ୍ୟ କରୁଛନ୍ତି। ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଶିକ୍ଷକ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ନିକଟର ନିର୍ମାଣାଧୀନ ନିଜର ଦୁଇ ମହଲା କୋଠା ଉପରେ ୨ଜଣ ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି। ଉଭୟେ ସମ୍ପୃକ୍ତ ଶିକ୍ଷକଙ୍କ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଶିକ୍ଷକ ଜଣକ ହେଉଛନ୍ତି ମଙ୍ଗଳ ମଣ୍ଡଳ। ଏମ୍‌ଭି-୧୧୨ ବିଦ୍ୟାଳୟରେ ସେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟ କରନ୍ତି। ଏବେ ଲକ୍‌ଡାଉନ ଯୋଗୁ ବିଦ୍ୟାଳୟ ବନ୍ଦ ରହିଛି। ତେବେ ଶିକ୍ଷକ ମଣ୍ଡଳ ଗ୍ରାମରୁ ୨ ଜଣ ଛାତ୍ରଙ୍କୁ ଡକାଇ ସେମାନଙ୍କୁ କାର୍ଯ୍ୟରେ ଲଗାଇଥିଲେ। ଏହି ଛୋଟ ପିଲା ୨ ଜଣ ଇଟା ବୋହିବା କାର୍ଯ୍ୟରେ ଲାଗିଛନ୍ତି। ପାଖରେ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ରହିଛି। ଟିକେ ଅସାବଧାନ ହେଲେ ଯେକୌଣସି ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡାଯାଇ ନ ପାରେ। ଏ ସମ୍ପର୍କରେ ଶିକ୍ଷକ ମଣ୍ଡଳଙ୍କୁ ପଚାରିବାରୁ ସେ କହିଥେିଲେ ଯେ, ପିଲାମାନେ କୁକୁର ସହ ଖେଳିବାକୁ ଆସିଥିଲେ। କେତେବେଳେ ଛାତ ଉପରକୁ ଚାଲିଯାଇଛନ୍ତି। ସେଠାରେ ମିସ୍ତ୍ରୀମାନେ କାମ କରୁଥିଲେ। ବୋଧହୁଏ ମିସ୍ତ୍ରୀ ପିଲାଙ୍କୁ ଇଟା ମାଗିଛନ୍ତି। ପିଲାମାନେ ତାଙ୍କୁ ଇଟା ବଢାଇଛନ୍ତି। ଏହି ସମୟରେ କେହି ଫଟୋ ଉଠାଇ ପଠାଇଦେଇଛି ବୋଲି ମଣ୍ଡଳ କହିଛନ୍ତି। ସୂଚନାଯୋଗ୍ୟ ଯେ, ଶିକ୍ଷକ ମଣ୍ଡଳ ଏମ୍‌ପିଭି-୮୩ ଗ୍ରାମ ବିଦ୍ୟାଳୟରେ ଥିବା ସମୟରେ ମଧ୍ୟାହ୍ନଭୋଜନ ଚାଉଳ ବିକ୍ରି କରିବା ଘଟଣାରେ ନିଲମ୍ବିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri