ଶ୍ରମିକ ଟ୍ରେନ୍‌ରେ ପ୍ରବାସୀ ମହିଳାଙ୍କ ପ୍ରସବ; ତେଲଙ୍ଗାନାରୁ ବଲାଙ୍ଗୀର ଫେରୁଥିଲେ

ଟିଟିଲାଗଡ଼, ୫।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ଠାରେ ଲିଙ୍ଗମପାଲିରୁ ବଲାଙ୍ଗୀର ଯାଉଥିବା ଶ୍ରମିକ ଟ୍ରେନରେ ଜଣେ ପ୍ରବାସୀ ମହିଳା ଶୁକ୍ରବାର ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ସନ୍ତାନ ସୁସ୍ଥ ଥିବା ଡାକ୍ତର କହିଛନ୍ତି।
ସୂଚନାନୁଯାୟୀ, ଜିଲାର ବେଳପଡା ଅଞ୍ଚଳର ପିଣ୍ଡୁର ଛୁରା ଓ ତାଙ୍କ ସ୍ତ୍ରୀ ମିନା କୁମାରୀ ତେଲେଙ୍ଗାନାର ଲିଙ୍ଗମପାଲିରେ ଇଟାଭାଟିରେ କାମ କରୁଥିଲେ। ସେଠାରୁ ବଲାଙ୍ଗୀରକୁ ଫେରୁଥିବା ବେଳେ ପୂର୍ବାହ୍ନରେ ମିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଖବରପାଇ ରେଳବିଭାଗ ଡାକ୍ତର ରଘୁନାଥ ପଣ୍ଡା ଷ୍ଟେଶନରେ ପହଞ୍ଚିଥିଲେ। ସେ ଉଭୟ ମା ଓ ଛୁଆର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ସେମାନେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଷ୍ଟେସନ ପ୍ରବନ୍ଧକ ଶଙ୍କର ଚକ୍ରବର୍ତ୍ତୀ, ଆର.ପି.ଏଫ ଇନ୍ସପେକ୍ଟର ଏମ୍‌. ଏସ୍‌. କୋମାବତ, ଜି.ଆର.ପି ଏସ୍‌ଆଇ ସି ତିର୍କୀ, ଆର୍‌ପିଏଫ୍‌ ଏଏସ୍‌ଆଇ ପି.ସି ପଟ୍ଟନାୟକ, ପ୍ରଦୀପ କୁମାର, ସୁକଦେବ ବହିରା ଏବଂ ରେଳ ସ୍ବାସ୍ଥ୍ୟ ନିରୀକ୍ଷକ ସି.ଏନ୍‌ ରାଓ ପ୍ରମୁଖ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତ ରାମ ରହିମଙ୍କୁ ପୁଣି ମିଳିଲା ୩୦ ଦିନର ପାରୋଲ

ରୋହତକ,୨୬।୫: ଡେରା ସଚ୍ଚା ସୌଦା ମୁଖ୍ୟ ଏବଂ ଦୋଷୀ ସାବ୍ୟସ୍ତ ବଳାତ୍କାରୀ ଗୁରମିf ରାମ ରହିମଙ୍କୁ ପୁଣି ଥରେ ପାରୋଲ ମିଳିଛି। ଏଥର ସେ ୩୦ ଦିନ…

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଵ୍ରହ୍ମପୁର, ୨୬।୫:(ସୁବାସ ଚନ୍ଦ୍ର ପାଢ଼ୀ): ଆଉ ଅପରାଧୀଙ୍କୁ ତ୍ରାହି ନାହିଁ । ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି ।…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri