ଶ୍ରମିକ ଛଟେଇ ପାଇଁ ଖଣି କମ୍ପାନୀର ନୋଟିସ୍‌ :  ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦେଲା ଏଆଇଟିୟୁସି

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଥିବା କେତେ ଗୁଡିଏ ଖଣି ଗୁଡିକର ନିଲାମ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଅନ୍ୟ କେତେ ଗୁଡିକର ନିଲାମ ପ୍ରକ୍ରିୟା ଆଗକୁ ରହିଛି। ଏହି ନିଲାମ ପ୍ରକ୍ରିୟା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ନିଲାମ ହାତେଇଥିବା କମ୍ପାନୀ ଗୁନିକୁ ଲେଟର ଅଫ୍‌ ଇଣ୍ଟେଣ୍ଟ ପ୍ରଦାନ କରାଯିବ।
ଇତି ମଧ୍ୟରେ ଖଣି ନିଲାମ ଦ୍ୱାରା କେବଳ ସିରାଜୁଦ୍ଦିନ୍‌ କମ୍ପାନୀ ତାର ବଳଦା ଖଣି ଓ କେ.ଏନ. ରାମ୍‌ କମ୍ପାନୀ ରୋଇଡା ଖଣିକୁ ପୁନଃ ନିଜ ଅଧୀନକୁ ଆଣିବାରେ ସଫଳ ହୋଇଛି। ଅନ୍ୟ ସବୁ ବଡ ବଡ ଖଣି ତଥା କେଜେ୍‌ଏସ୍‌ ଆହାଲୁଓ୍ବାଲିଆ ନୂଆଗାଁ ଲୌହ ଖଣି ଓ ରୁଙ୍ଗଟାର ଜଜାଙ୍ଗ ଖଣି ଜେଏସଡବ୍ଲ୍ୟୁ କମ୍ପାନୀକୁ ମିଳିଥିବା ବେଳେ ଏସେଲ୍‌ ମାଇନିଂର ଜିଲିଂ ଖଣି ଶ୍ୟାମ୍‌ ସେଲ୍‌ ଏବଂ କେ.ପି ମିନେରାଲ୍ସର ଠାକୁରାଣୀ ଖଣି ଆର୍ସେଲର ମିତଲ କମ୍ପାନୀକୁ ମିଳିଛି ା ପୁନଃ ଲିଜ୍‌ ପାଇ ନ ଥିବା ସମସ୍ତ ଖଣି କମ୍ପାନୀ ଗୁଡ଼ିକ ନିଜ ନିଜର ଶ୍ରମିକଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରି କରିଥିବା ବେଳେ ବର୍ତ୍ତମାନ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ନୂତନ ଲିଜ୍‌ ପାଇଥିବା କମ୍ପାନୀଗୁଡ଼ିକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ତେଣୁ ହଜାର ହଜାର ଶ୍ରମିକ ସେମାନଙ୍କର କର୍ମ ସଂସ୍ଥାନ ହରାଇବାର ଆଶଙ୍କା ଦେଖାଦେଇଛି ା ରାଜ୍ୟ ସରକାର ନୂତନ ଲିଜ୍‌ ଧାରୀମାନଙ୍କୁ କାର୍ଯ୍ୟାଦେଶ ଦେବା ସମୟରେ ସମସ୍ତ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଯୁକ୍ତିର ସର୍ତ୍ତ ରଖିବା ପାଇଁ ଏଆଇଟିୟୁସି ପକ୍ଷରୁ ଦାବି କରାଯାଇଛି ା ଏଣୁ ଖଣିରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଶ୍ରମିକ ସଂଘ ଏଆଇଟିୟୁସି ପକ୍ଷରୁ ଜିଲାରେ ବ୍ୟାପକ ଆନ୍ଦୋଳନ କରାଯିବାର ପ୍ରସ୍ତୁତି କରାଯାଉଥିବା ଏଆଇଟିୟୁସିର ରାଜ୍ୟ ସଂପାଦକ ମହେଶ୍ୱର ରାଉତ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ କି, ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି କରି ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବାର ଆଶଙ୍କା ଦେଇଖାଦେଇଛି। ତେଣୁ ସରକାର ଏଥିପ୍ରତି ଯତ୍ନବାନ ନହେଲେ ଅଞ୍ଚଳରେ ନିଯୁକ୍ତି ପାଇଁ ହିଂସାତ୍ମକ ପରିବେଶ ସୃଷ୍ଟି ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ଶିକାର ପାଇଁ ଅଭୟାରଣ୍ୟରେ ନିଆଁ

ହାଟଡିହୀ,୨୨l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟର ୯ଟି ପଏଣ୍ଟରେ ଲାଗିଛି ନିଆଁ। ନିଆଁ ଅତି ବ୍ୟାପକ ହୋଇନି। ଗଛରୁ ଝଡି ତଳେ...

ତ୍ରିମୁଖୀ ଲଢେଇ ଦେଖିବେ ଭୋଟର

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶନିବାର ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଆନନ୍ଦପୁର ନିର୍ବାଚନମଣ୍ଡଳୀ...

ସୁବିଧାବାଦୀ ଛାମୁଆ ନେତାଙ୍କ ଶେଷ ଆଶା ସୌମ୍ୟରଞ୍ଜନ 

ଘସିପୁରା,୨୧।୪(ନିରଞ୍ଜନ ସାହୁ)-ଚଳିତ ନିର୍ବାଚନ ପାଇଁ ଘସିପୁରା ନିର୍ବାଚନମଣ୍ଡଳୀରେ ଲାଗିରହିଥିବା ଅସ୍ପଷ୍ଟ ପ୍ରାର୍ଥୀ ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଦଳର ସୁବିଧାବାଦୀ ଛାମୁଆ ନେତାଙ୍କର ଶେଷ ଆଶା...

ଘର ଭାଙ୍ଗିଲା, ଧାନ ଚାଉଳ ଖାଇ ନଷ୍ଟ କଲା ଗୋଠଛଡ଼ା ଦନ୍ତା

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌କୁ ଶନିବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡ଼ା ଦନ୍ତା ହାତୀ ପ୍ରବେଶ କରିଛି। ମଲ୍ଲୀପଶି...

ମା’ଙ୍କ ଆଶୀର୍ବାଦ ନେଇ ପ୍ରଚାରକୁ ବାହାରିଲେ ଅଖିଳ

କେନ୍ଦୁଝର,୨୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଖିଳ ନାୟକ ରବିବାର ଘଟଗାଁ ମା’ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ବିଧିବଦ୍ଧ ଭାବେ...

ଓଲଟିଲା ଆଶ୍‌ ବୋଝେଇ ଟ୍ରକ୍‌

ପାଟଣା,୨୧ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଗୁଲୁଦୀ ପଶି ଡ଼ିମିରିଡିହା ରାସ୍ତାର ବୁଲାଣି ନିକଟରେ ରବିବାର ଏକ ଆଶ୍‌ ବୋଝେଇ ୧୪ ଚକିଆ ଟ୍ରକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri