ଶିଳ୍ପ ଜଗତ ଚାହୁଁଛି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ,୯-୮: ଦେଶରେ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପ୍ରଭାବିତ ହୋଇଛି। ନିବେଶ ଧାରାକୁ ପ୍ରୋତ୍ସାହିତ କରିଲେ ଏହା ଔଦ୍ୟୋଗିକ ଅଭିବୃଦ୍ଧି ସହ ଅର୍ଥନୈତିକ ଧାରାକୁ ତ୍ୱରାନ୍ବିତ କରିବ ବୋଲି ଦେଶର ଶିଳ୍ପ ଜଗତ ଆଶା ପ୍ରକଟ କରିଛି। ବିକାଶ ଧାରାକୁ ପୁନର୍ଜୀବିତ କରିବା ଲାଗି ସରକାର ୧ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଆଣନ୍ତୁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭେଟି ଶିଳ୍ପ ଜଗତ ଏଭଳି ଦାବି କରିଛି। ଅଭିବୃଦ୍ଧିକୁ ଫେରାଇ ଆଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ଶିଳ୍ପ ଜଗତ ପକ୍ଷରୁ ସୂଚନା ରହିଛି। କେଉଁ ଭଳି ପଦକ୍ଷେପ ନେଲେ ଅଭିବୃଦ୍ଧି ଧାରା ଫେରିବ ସେ ଉପରେ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ଆସୋଚାମ ସଭାପତି ବି.କେ. ଗୋଏଙ୍କା କହିଛନ୍ତି। ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ନଜରରେ ରଖି ସରକାର ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶା ରହିଥିବା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି। ଅର୍ଥମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ପାଇଛୁ। ଅଟୋମୋବାଇଲ, ଏନ୍‌ବିଏଫ୍‌ସି ଏବଂ ଷ୍ଟିଲ ଭଳି ଅନ୍ୟ କ୍ଷେତ୍ରଗୁଡିକ ଲାଗି ପଦକ୍ଷେପ ଗ୍ରହଣ କରାଯିବା ନେଇ ବେଶ୍‌ ଆଶାବାଦୀ ଥିବା ଜିନ୍ଦଲ କହିଛନ୍ତି।
ବ୍ୟାଙ୍କଗୁଡିକ ଶିଳ୍ପ କ୍ଷେତ୍ରକୁ ଠିକ ଭାବେ ଋଣ ପ୍ରଦାନ କରୁ ନ ଥିବା ପ୍ରସଙ୍ଗ ବୈଠକରେ ସ୍ଥାନିତ ହୋଇଥିଲା। ବ୍ୟାଙ୍କଗୁଡିକ ଋଣ ପ୍ରଦାନ ଲାଗି ଇଚ୍ଛା ପ୍ରକଟ କରୁ ନ ଥିବା ପିରାମଲ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଅଜୟ ପିରାମଲ କହିଛନ୍ତି। ସେହିଭଳି ଏନ୍‌ବିଏଫ୍‌ସି କ୍ଷେତ୍ର ପ୍ରଭାବିତ ହେବା ଯୋଗୁ ଏହା ଏମ୍‌ଏସ୍‌ଏମ୍‌ଇ, ଗୃହ ଋଣ, ଅଟୋ ଭଳି କ୍ଷେତ୍ରକୁ ପ୍ରଭାବିତ କରିଥିବା ସେ କହିଛନ୍ତି। ସେହିଭଳି ଅଟୋ ଉଦ୍ୟୋଗର ମାନ୍ଦାବସ୍ଥା ବର୍ତ୍ତମାନ ଇସ୍ପାତ ଶିଳ୍ପ ଉପରେ ପ୍ରଭାବ ପକାଉଥିବାରୁ ଶିଳ୍ପ ଜଗତକୁ ଏକ ପୁନରୁଦ୍ଧାର ପ୍ୟାକେଜ ଲୋଡାଥିବା ଟାଟା ଷ୍ଟିଲ ଏମ୍‌ଡି ତଥା ସିଆଇଆଇ ଉପସଭାପତି ଟି.ଭି. ନରେନ୍ଦ୍ରନ କହିଛନ୍ତି। ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଠିକ୍‌ ଭାବେ ରେପୋ ହାର ହ୍ରାସର ଫାଇଦା ଦେଉନାହାନ୍ତି। ଏହା ଚିନ୍ତାର ବିଷୟ ବୋଲି ଫିକି ସଭାପତି ସନ୍ଦିପ ସୋମାନି କହିଛନ୍ତି। ଏହାକୁ ବ୍ୟାଙ୍କଗୁଡିକ ଧ୍ୟାନ ଦେଲେ ଏହା ଶିଳ୍ପ ଲାଗି ଲାଭକାରୀ ସାବ୍ୟସ୍ତ ହେବ ବୋଲି ସେ ମତ ରଖିଛନ୍ତି। ଅର୍ଥନୀତିର ଅନ୍ୟ ଦିଗ ଉପରେ ବୈଠକରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri