ଶାଢ଼ିରେ ସ୍ଲିମ୍‌

ଶାଢ଼ି ପିନ୍ଧି ସ୍ଲିମ୍‌ ଦେଖାଯିବା ପାଇଁ ହେଲେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ। ବଡ଼ିଟାଇପ୍‌, ଶାଢିର ରଙ୍ଗ, ଶାଢିର ପ୍ରିଣ୍ଟ ଓ ପ୍ୟାଟର୍ନ ଆଦି ସବୁ ଦିଗ ପ୍ରତି ନଜର ଦେବାକୁ ପଡ଼ିଥାଏ।

ହାଲ୍‌କା ଫେବ୍ରିକ୍‌
ଶାଢିର ଫେବ୍ରିକ୍‌ ସବୁବେଳେ ବଡ଼ି ଟାଇପ୍‌ ଅନୁସାରେ ହେବା ଉଚିତ। ଆପଣ ଯଦି ସ୍ଲିମ୍‌ ଦେଖାଯିବାକୁ ଚାହାନ୍ତି ତେବେ ହାଲ୍‌କା ଫେବ୍ରିକ୍‌ ଶାଢି ପିନ୍ଧନ୍ତୁ। ସାଉଥ୍‌ ସିଲ୍କ, ବନାରସି ଶାଢି, ସୂତା ଶାଢି ଓ ପଟୋଲା ଶାଢି ଭାରି ହେବା କାରଣରୁ ଶାରୀରିକ ଗଢଣ ମୋଟା ଦେଖାଯାଇଥାଏ।
ମୋଟା ପ୍ରିଣ୍ଟ ଶାଢି
ଛୋଟ ପ୍ରିଣ୍ଟ ଶାଢିରେ ସ୍ଲିମ୍‌ ଦେଖାଯିବେ କିନ୍ତୁ ମୋଟା ପ୍ରିଣ୍ଟ ଶାଢିରେ ସାଧାରଣତଃ ମୋଟା ଦେଖାଯାଏ। ତେଣୁ ସ୍ଲିମ୍‌ ଦେଖାଯିବା ପାଇଁ ସିଫନ୍‌, ଜର୍ଜେଟ୍‌ ଓ କ୍ରେପ ଶାଢି ପିନ୍ଧିପାରିବେ।
ଲଙ୍ଗ୍‌ ସ୍ଲିଭ୍‌ ବ୍ଲାଉଜ୍‌
କିଛି ମହିଳା ମୋଟା ହୋଇଥିବାରୁ ଶାଢି ପିନ୍ଧନ୍ତି ନାହିଁ। କିନ୍ତୁ ଏ କ୍ଷେତ୍ରରେ ଆପଣ ସଟ୍‌ ସ୍ଲିଭ୍‌ ବ୍ଲାଉଜ୍‌ ବଦଳରେ ଲଙ୍ଗ୍‌ ସ୍ଲିଭ୍‌ ବ୍ଲାଉଜ୍‌ ପିନ୍ଧନ୍ତୁ।
ଡାର୍କ କଲର
ଡାର୍କ କଲର ଶାଢି ପିନ୍ଧିଲେ ବି କେତେକାଂଶରେ ସ୍ଲିମ୍‌ ଦେଖାଯାନ୍ତି। ତେଣୁ ବ୍ରାଉନ୍‌, ବ୍ଲାକ, ରେଡ୍‌ ଓ ବ୍ଲୁ ରଙ୍ଗର ଶାଢି ପିନ୍ଧିଲେ ସ୍ଲିମ୍‌ ଦେଖାଯିବେ।
ପତଳା ବର୍ଡର
ସ୍ଲିମ୍‌ ଦେଖାଯିବାକୁ ଚାହୁଁଥିଲେ ପତଳା ବର୍ଡର ଶାଢି ପିନ୍ଧନ୍ତୁ। ମୋଟା ବର୍ଡର ଥିବା ଶାଢି ପିନ୍ଧନ୍ତୁ ନାହିଁ।
ଠିକ୍‌ ଭାବରେ ପିନ୍ଧନ୍ତୁ
ଠିକ୍‌ ଭାବରେ ଶାଢି ପିନ୍ଧି ଠିକ୍‌ ଢଙ୍ଗରେ ପିନ୍‌ ଅପ୍‌ କରିଲେ ସ୍ଲିମ୍‌ ଦେଖାଯିବେ। ଏହା ସହିତ ଶାଢିକୁ ଢିଲାରେ ପିନ୍ଧନ୍ତୁ ନାହିଁ।
ହେୟାରଷ୍ଟାଇଲ୍‌
କମ୍‌ ଉଚ୍ଚତାର ମହିଳାମାନେ ଶାଢିରେ ସବୁବେଳେ ପକ୍‌ କିମ୍ବା ବନ୍‌ ହେୟାରଷ୍ଟାଇଲ୍‌ କରନ୍ତୁ, ସ୍ଲିମ୍‌ ଦେଖାଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

ସିଭିଲ କୋର୍ଟ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ପାଳନରେ ସମ୍ବର୍ଦ୍ଧିତ ହେଲେ ୩ ମାଜିଷ୍ଟ୍ରେଟ୍‌

ଦିଗପହଣ୍ଡି,୨୯ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଗତ ୨୦୨୫ ଜୁଲାଇ ୨୯ରେ ନୂତନ ଭାବେ ଦେଓ୍ବାନୀ କୋର୍ଟ (ସିଭିଲ ଜଜ ସିନିୟର ଡିଭିଜନ) ଶୁଭାରମ୍ଭ ହୋଇଥିଲା।…

ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି.…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri