Posted inରାଜ୍ୟ

ଶହୀଦଙ୍କ କଫିନ୍‌ରେ ବିଜେଡି ପତାକା

ଭୁବନେଶ୍ୱର, (ବ୍ୟୁରୋ)/କାମାକ୍ଷାନଗର, ୨୨।୬(ଡି.ଏନ.ଏ.) – ଜମ୍ମୁ-କଶ୍ମୀରର ଅନନ୍ତନାଗଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ କଫିନ୍‌ରେ ଶାସକ ବିଜେଡିର ଦଳୀୟ ପତାକା ଘୋଡ଼ାଯିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏଭଳି କାର୍ଯ୍ୟଦ୍ୱାରା ରାଜ୍ୟର ବୀର ସୈନିକ ଓ ରାଷ୍ଟ୍ରୀୟ ପତାକାର ମର୍ଯ୍ୟାଦାହାନି ହୋଇଛି। କେବଳ ଓଡିଶା ନୁହେଁ ସାରା ଭାରତ ପାଇଁ ଏହା ଘୋର ଅପମାନ। ଜାତୀୟ ପତାକା ଉପରେ ବିଜେଡି ପତାକା ପକାଇ ରାଜନୈତିକ ଫାଇଦା ଉଠାଇବା ପାଇଁ ହୀନ ଚକ୍ରାନ୍ତ କରାଯାଇଥିବା ଭାଜପା ଅଭିଯୋଗ କରିଛି। ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଭାଜପା ରାଜ୍ୟ ସଂଯୋଜକ କଲୋନେଲ ବୀରେନ୍ଦ୍ର କୁମାର ବସ୍ତିଆ ଦାବି କରିଛନ୍ତି। ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ ଘଟଣାକୁ ନିନ୍ଦା କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା କଟକ ଜିଲା ବିଜେଡିର ବିନୋଦ କୁମାର ମାଝି, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଶହୀଦ ଅଜିତ୍‌ଙ୍କ ବାପା ସନ୍ତୋଷ ସାହୁ ଏପରି ଘଟଣାକୁ ନେଇ ମର୍ମାହତ ହୋଇପଡ଼ିଛନ୍ତି। ପୁଅର ମୃତ୍ୟୁ ଅପେକ୍ଷା ଏପରି ହୀନ ରାଜନୀତି ତାଙ୍କୁ ଅଧିକ କଷ୍ଟ ଦେଇଥିବା ସେ କହିଛନ୍ତି। ଏଥିଲାଗି ସେ ସିଧାସଳଖ ପ୍ରଶାସନିକ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସନ୍ତୋଷ କହିଛନ୍ତି, ଆତଙ୍କବାଦୀଙ୍କ ସହ ଲଢ଼େଇରେ ପୁଅ ଜୀବନ ଗଲା। ସେ ସରକାରଙ୍କ ସମ୍ପତ୍ତି। ହେଲେ ମୃତଦେହକୁ ନେଇ ରାଜନୀତି କରିବା, ପୁଅ ମୃତ୍ୟୁଠାରୁ ଅଧିକ ଦୁଃଖଦାୟକ। ସୋମବାର ପୁଅ ମୃତ୍ୟୁ ସୂଚନା ମିଳିଲା। ମରଶରୀର ଆଜି ଆସିବ କାଲି ଆସିବ କହି ୩ଦିନ ଗଡ଼ାଇଲେ। ଏନେଇ ପ୍ରଶାସନ ପକ୍ଷରୁ ଠିକ୍‌ ଭାବେ କିଛି କୁହାଗଲା ନାହିଁ। ମୃତଦେହ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଘରକୁ ଆଣିବା
ଦାୟିତ୍ୱ ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କର। ସେମାନେ ନିଜର ଦାୟିତ୍ୱ ଠିକ୍‌ ଭାବେ ତୁଲାଇନାହାନ୍ତି। ତେଣୁ ଶହୀଦଙ୍କ ମୃତଦେହକୁ ରାଜନୈତିକ ପ୍ରଚାରର ମାଧ୍ୟମ କରାଗଲା। ଏହା ଶହୀଦଙ୍କ ପ୍ରତି ଅପମାନ। ଏପରି କାର୍ଯ୍ୟ କରିଥିବା ବ୍ୟକ୍ତି ଯେତିକି ଦାୟୀ, ଶବାଧାରରେ ଆସୁଥିବା ଅଧିକାରୀ ଓ ପୋଲିସ ମଧ୍ୟ ସମପରିମାଣରେ ଦୋଷୀ। ଯାହା ଘଟିବାର ଥିଲା ଘଟିଗଲା। ଏହାକୁ ପରିବାର ସହିତ ଯୋଡ଼ା ନ ଯାଉ। ଏହାକୁ ନେଇ ଆଉ ରାଜନୀତି ନ ହେଉ। ଏଥିରୁ କ୍ଷାନ୍ତ ରହିଲେ ଆମେ ଶାନ୍ତିରେ ରହିବୁ ବୋଲି ସେ କହିଛନ୍ତି।
କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଜିଲାରେ ଶହୀଦଙ୍କ ମୃତଦେହ ପହଞ୍ଚତ୍ବା ପରେ ପୋଲିସ, ପ୍ରଶାସନ ପକ୍ଷରୁ ସମ୍ମାନପୂର୍ବକ ଅଣାଯାଇଥିଲା। ମୃତଦେହ ବିମାନ ବନ୍ଦରରୁ ଜିଲାରେ ପହଞ୍ଚତ୍ବା ରାସ୍ତାରେ ସେନା ଅଧିକାରୀ, ତାଙ୍କ ପରିବାର ପ୍ରତିନିଧି ମରଶରୀର ନିକଟରେ ଥିଲେ। ଶୋକାକୁଳ ପରିବେଶରେ ବିଭିନ୍ନ ସ୍ଥାନରେ ବ୍ୟକ୍ତି, ରାଜନୈତିକ ଦଳ, ସଙ୍ଗଠନ ଶହୀଦଙ୍କୁ ପୁଷ୍ପଗୁଚ୍ଛ ଦେଇ ଶେଷ ସମ୍ମାନ ଜଣାଇଥିଲେ। ଏହି ସମୟରେ କେହି ବିଜେଡି ପତାକା ପକାଇଥିବା ଅନୁମାନ କରାଯାଉଛି। ହେଲେ ଢେଙ୍କାନାଳ ଜିଲା ଭିତରେ ଏଭଳି ହୋଇ ନ ଥିବା ସେ ଦୃଢ଼ତାର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri