Posted inରାଜ୍ୟ

ଶହୀଦଙ୍କ କଫିନ୍‌ରେ ବିଜେଡି ପତାକା

ଭୁବନେଶ୍ୱର, (ବ୍ୟୁରୋ)/କାମାକ୍ଷାନଗର, ୨୨।୬(ଡି.ଏନ.ଏ.) – ଜମ୍ମୁ-କଶ୍ମୀରର ଅନନ୍ତନାଗଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ କଫିନ୍‌ରେ ଶାସକ ବିଜେଡିର ଦଳୀୟ ପତାକା ଘୋଡ଼ାଯିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଏଭଳି କାର୍ଯ୍ୟଦ୍ୱାରା ରାଜ୍ୟର ବୀର ସୈନିକ ଓ ରାଷ୍ଟ୍ରୀୟ ପତାକାର ମର୍ଯ୍ୟାଦାହାନି ହୋଇଛି। କେବଳ ଓଡିଶା ନୁହେଁ ସାରା ଭାରତ ପାଇଁ ଏହା ଘୋର ଅପମାନ। ଜାତୀୟ ପତାକା ଉପରେ ବିଜେଡି ପତାକା ପକାଇ ରାଜନୈତିକ ଫାଇଦା ଉଠାଇବା ପାଇଁ ହୀନ ଚକ୍ରାନ୍ତ କରାଯାଇଥିବା ଭାଜପା ଅଭିଯୋଗ କରିଛି। ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଭାଜପା ରାଜ୍ୟ ସଂଯୋଜକ କଲୋନେଲ ବୀରେନ୍ଦ୍ର କୁମାର ବସ୍ତିଆ ଦାବି କରିଛନ୍ତି। ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ ଘଟଣାକୁ ନିନ୍ଦା କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା କଟକ ଜିଲା ବିଜେଡିର ବିନୋଦ କୁମାର ମାଝି, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଶହୀଦ ଅଜିତ୍‌ଙ୍କ ବାପା ସନ୍ତୋଷ ସାହୁ ଏପରି ଘଟଣାକୁ ନେଇ ମର୍ମାହତ ହୋଇପଡ଼ିଛନ୍ତି। ପୁଅର ମୃତ୍ୟୁ ଅପେକ୍ଷା ଏପରି ହୀନ ରାଜନୀତି ତାଙ୍କୁ ଅଧିକ କଷ୍ଟ ଦେଇଥିବା ସେ କହିଛନ୍ତି। ଏଥିଲାଗି ସେ ସିଧାସଳଖ ପ୍ରଶାସନିକ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସନ୍ତୋଷ କହିଛନ୍ତି, ଆତଙ୍କବାଦୀଙ୍କ ସହ ଲଢ଼େଇରେ ପୁଅ ଜୀବନ ଗଲା। ସେ ସରକାରଙ୍କ ସମ୍ପତ୍ତି। ହେଲେ ମୃତଦେହକୁ ନେଇ ରାଜନୀତି କରିବା, ପୁଅ ମୃତ୍ୟୁଠାରୁ ଅଧିକ ଦୁଃଖଦାୟକ। ସୋମବାର ପୁଅ ମୃତ୍ୟୁ ସୂଚନା ମିଳିଲା। ମରଶରୀର ଆଜି ଆସିବ କାଲି ଆସିବ କହି ୩ଦିନ ଗଡ଼ାଇଲେ। ଏନେଇ ପ୍ରଶାସନ ପକ୍ଷରୁ ଠିକ୍‌ ଭାବେ କିଛି କୁହାଗଲା ନାହିଁ। ମୃତଦେହ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଘରକୁ ଆଣିବା
ଦାୟିତ୍ୱ ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କର। ସେମାନେ ନିଜର ଦାୟିତ୍ୱ ଠିକ୍‌ ଭାବେ ତୁଲାଇନାହାନ୍ତି। ତେଣୁ ଶହୀଦଙ୍କ ମୃତଦେହକୁ ରାଜନୈତିକ ପ୍ରଚାରର ମାଧ୍ୟମ କରାଗଲା। ଏହା ଶହୀଦଙ୍କ ପ୍ରତି ଅପମାନ। ଏପରି କାର୍ଯ୍ୟ କରିଥିବା ବ୍ୟକ୍ତି ଯେତିକି ଦାୟୀ, ଶବାଧାରରେ ଆସୁଥିବା ଅଧିକାରୀ ଓ ପୋଲିସ ମଧ୍ୟ ସମପରିମାଣରେ ଦୋଷୀ। ଯାହା ଘଟିବାର ଥିଲା ଘଟିଗଲା। ଏହାକୁ ପରିବାର ସହିତ ଯୋଡ଼ା ନ ଯାଉ। ଏହାକୁ ନେଇ ଆଉ ରାଜନୀତି ନ ହେଉ। ଏଥିରୁ କ୍ଷାନ୍ତ ରହିଲେ ଆମେ ଶାନ୍ତିରେ ରହିବୁ ବୋଲି ସେ କହିଛନ୍ତି।
କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଜିଲାରେ ଶହୀଦଙ୍କ ମୃତଦେହ ପହଞ୍ଚତ୍ବା ପରେ ପୋଲିସ, ପ୍ରଶାସନ ପକ୍ଷରୁ ସମ୍ମାନପୂର୍ବକ ଅଣାଯାଇଥିଲା। ମୃତଦେହ ବିମାନ ବନ୍ଦରରୁ ଜିଲାରେ ପହଞ୍ଚତ୍ବା ରାସ୍ତାରେ ସେନା ଅଧିକାରୀ, ତାଙ୍କ ପରିବାର ପ୍ରତିନିଧି ମରଶରୀର ନିକଟରେ ଥିଲେ। ଶୋକାକୁଳ ପରିବେଶରେ ବିଭିନ୍ନ ସ୍ଥାନରେ ବ୍ୟକ୍ତି, ରାଜନୈତିକ ଦଳ, ସଙ୍ଗଠନ ଶହୀଦଙ୍କୁ ପୁଷ୍ପଗୁଚ୍ଛ ଦେଇ ଶେଷ ସମ୍ମାନ ଜଣାଇଥିଲେ। ଏହି ସମୟରେ କେହି ବିଜେଡି ପତାକା ପକାଇଥିବା ଅନୁମାନ କରାଯାଉଛି। ହେଲେ ଢେଙ୍କାନାଳ ଜିଲା ଭିତରେ ଏଭଳି ହୋଇ ନ ଥିବା ସେ ଦୃଢ଼ତାର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?