ଲୋକଙ୍କ ଘରେ ଜିନିଷ ପହଞ୍ଚାଇବ ହୋମ୍‌ଭେରି ପୋର୍ଟାଲ

ସମ୍ବଲପୁର,୨୮।୩(ବ୍ୟୁରୋ)-ଲକ୍‌ଡାଉନ ଘୋଷଣା ହେବା ପରେ ସମ୍ବଲପୁର ଜିଲାରେ ଦୋକାନ ବଜାରଗୁଡିକ ବନ୍ଦ ରହିଛି। ମହାନଗର ନିଗମ ପକ୍ଷରୁ ଶୁକ୍ରବାରଠାରୁ କିରାନା ସାମଗ୍ରୀ ଏବଂ ଔଷଧ ହୋମ ଡେଲିଭରି ଆରମ୍ଭ ହୋଇଛି । ହୋମଭେରି ନାମରେ ଏକ ପୋର୍ଟାଲ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି। ଏଥିରେ ରିଟେଲର୍‌ ଓ ଡିଲରମାନଙ୍କୁ ରଖାଚଯାଇଛି । ଜଣେ ଗ୍ରାହକ ନିଜ ସାମଗ୍ରୀ ତାଲିକା ଦେଇ ଅଡର୍‌ ଦେଇପାରିବ । ନିକଟସ୍ଥ ରିଟେଲର୍‌ ଗ୍ରାହକଙ୍କୁ ସେବା ଯୋଗାଇ ଦେବ । କିଛି ଦିନ ହେବ ଲକ୍‌ ଡାଉନ ପରେ ଆଳୁ, ପିଆଜ ଦର ବୃଦ୍ଧି ହୋଇଛି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଯୋଗ ହୋଇଥିଲା । ଏବେ ପ୍ରଶାସନ ପକ୍ଷରୁ ଆଳୁ ଓ ପିଆଜ ପାଇଁ ସ୍ବତନ୍ତ୍ର ଭାବେ ବିକ୍ରି କରିବାକୁ ବ୍ୟବସ୍ଥା କରାଯାଇଛି । ପିଡିଏସ୍‌ ସାମଗ୍ରୀ ଭଳି ଡିଲର୍‌ ଓ କେତେକ ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ଏଥିରେ ନିୟୋଜିତ କରାଯିବ । ସେମାନେ ହେଲସେଲ୍‌ ଦରଠାରୁ ମାତ୍ର ୫ ପ୍ରତିଶତ ଲାଭ ରଖି ବିକ୍ରି କରିବେ । ଯଦି ଅଧିକ ଦରରେ ବିକ୍ରି କଲେ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ନିୟମ ପ୍ରତ୍ୟେକ ରିଟେଲର୍‌ ମାନଙ୍କୁ ମଧ୍ୟ ପାଳନ କରିବାକୁ ହେବ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ ପକ୍ଷରୁ ୭ଟି ଇନ୍‌ଫେର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି । ସେମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସ୍ଥିତି ପରୀକ୍ଷା କରିବେ । ଏହାସହ ରାଜ୍ୟ ବାହାର ନାଗପୁର, ପଶ୍ଚିମବଙ୍ଗ ଭଳି ରାଜ୍ୟ ଗୁଡିକରୁ ଆସୁଥିବା ସାମଗ୍ରୀ କିପରି ଭାବେ ଜିଲାରେ ପହଞ୍ଚତ୍ବ ଜିଲାପ୍ରଶାସନ ବ୍ୟବସ୍ଥା କରିଛି। ଶୁକ୍ରବାର କ୍ଷେତରାଜପୁରକୁ ମାତ୍ର ୨ ଟ୍ରକରେ ୫ଶହ କୁଇଣ୍ଟାଲ ଆଳୁ ଆସିଥିଲା । ଦିନକରେ ଜିଲାରେ ମୋଟ ପ୍ରାୟ ୧୫ଶହ କୁଇଣ୍ଟାଲ ଆଳୁର ଆବଶ୍ୟକତା ରହିଛି । ତେଣୁ ଆବଶ୍ୟକତା ଅନୁସାରେ ଆଳୁ, ପିଆଜ ଆଣି ଏଫ୍‌ସିଆଇ ଗୋଦାମରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପନିପରିବା ଦର ନିୟନ୍ତ୍ରଣ ରଖିବା ପାଇଁ ମହାନଗର ନିଗମକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସାମାଜିକ ଦୂରତା ରଖି ପନିପରିବା ଦୋକାନ ଖୋଲିବା ସହ ଦର ନିୟନ୍ତ୍ରଣ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମହାନଗର ନିଗମ ଓ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସ୍‌ପି ବିଶାଲ୍‌ କନୱର ସିଂ ବଜାରକୁ ଯାଇ ଲୋକମାନଙ୍କୁ ସଚେତନ କରାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri