ଲୋକଙ୍କ ଘରେ ଜିନିଷ ପହଞ୍ଚାଇବ ହୋମ୍‌ଭେରି ପୋର୍ଟାଲ

ସମ୍ବଲପୁର,୨୮।୩(ବ୍ୟୁରୋ)-ଲକ୍‌ଡାଉନ ଘୋଷଣା ହେବା ପରେ ସମ୍ବଲପୁର ଜିଲାରେ ଦୋକାନ ବଜାରଗୁଡିକ ବନ୍ଦ ରହିଛି। ମହାନଗର ନିଗମ ପକ୍ଷରୁ ଶୁକ୍ରବାରଠାରୁ କିରାନା ସାମଗ୍ରୀ ଏବଂ ଔଷଧ ହୋମ ଡେଲିଭରି ଆରମ୍ଭ ହୋଇଛି । ହୋମଭେରି ନାମରେ ଏକ ପୋର୍ଟାଲ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି। ଏଥିରେ ରିଟେଲର୍‌ ଓ ଡିଲରମାନଙ୍କୁ ରଖାଚଯାଇଛି । ଜଣେ ଗ୍ରାହକ ନିଜ ସାମଗ୍ରୀ ତାଲିକା ଦେଇ ଅଡର୍‌ ଦେଇପାରିବ । ନିକଟସ୍ଥ ରିଟେଲର୍‌ ଗ୍ରାହକଙ୍କୁ ସେବା ଯୋଗାଇ ଦେବ । କିଛି ଦିନ ହେବ ଲକ୍‌ ଡାଉନ ପରେ ଆଳୁ, ପିଆଜ ଦର ବୃଦ୍ଧି ହୋଇଛି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଯୋଗ ହୋଇଥିଲା । ଏବେ ପ୍ରଶାସନ ପକ୍ଷରୁ ଆଳୁ ଓ ପିଆଜ ପାଇଁ ସ୍ବତନ୍ତ୍ର ଭାବେ ବିକ୍ରି କରିବାକୁ ବ୍ୟବସ୍ଥା କରାଯାଇଛି । ପିଡିଏସ୍‌ ସାମଗ୍ରୀ ଭଳି ଡିଲର୍‌ ଓ କେତେକ ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ଏଥିରେ ନିୟୋଜିତ କରାଯିବ । ସେମାନେ ହେଲସେଲ୍‌ ଦରଠାରୁ ମାତ୍ର ୫ ପ୍ରତିଶତ ଲାଭ ରଖି ବିକ୍ରି କରିବେ । ଯଦି ଅଧିକ ଦରରେ ବିକ୍ରି କଲେ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ନିୟମ ପ୍ରତ୍ୟେକ ରିଟେଲର୍‌ ମାନଙ୍କୁ ମଧ୍ୟ ପାଳନ କରିବାକୁ ହେବ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ ପକ୍ଷରୁ ୭ଟି ଇନ୍‌ଫେର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି । ସେମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସ୍ଥିତି ପରୀକ୍ଷା କରିବେ । ଏହାସହ ରାଜ୍ୟ ବାହାର ନାଗପୁର, ପଶ୍ଚିମବଙ୍ଗ ଭଳି ରାଜ୍ୟ ଗୁଡିକରୁ ଆସୁଥିବା ସାମଗ୍ରୀ କିପରି ଭାବେ ଜିଲାରେ ପହଞ୍ଚତ୍ବ ଜିଲାପ୍ରଶାସନ ବ୍ୟବସ୍ଥା କରିଛି। ଶୁକ୍ରବାର କ୍ଷେତରାଜପୁରକୁ ମାତ୍ର ୨ ଟ୍ରକରେ ୫ଶହ କୁଇଣ୍ଟାଲ ଆଳୁ ଆସିଥିଲା । ଦିନକରେ ଜିଲାରେ ମୋଟ ପ୍ରାୟ ୧୫ଶହ କୁଇଣ୍ଟାଲ ଆଳୁର ଆବଶ୍ୟକତା ରହିଛି । ତେଣୁ ଆବଶ୍ୟକତା ଅନୁସାରେ ଆଳୁ, ପିଆଜ ଆଣି ଏଫ୍‌ସିଆଇ ଗୋଦାମରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପନିପରିବା ଦର ନିୟନ୍ତ୍ରଣ ରଖିବା ପାଇଁ ମହାନଗର ନିଗମକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସାମାଜିକ ଦୂରତା ରଖି ପନିପରିବା ଦୋକାନ ଖୋଲିବା ସହ ଦର ନିୟନ୍ତ୍ରଣ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମହାନଗର ନିଗମ ଓ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସ୍‌ପି ବିଶାଲ୍‌ କନୱର ସିଂ ବଜାରକୁ ଯାଇ ଲୋକମାନଙ୍କୁ ସଚେତନ କରାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri