ଲାଭ ଦେବନି ଆର୍‌ବିଆଇ ଘୋଷଣା

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କରୋନା ପ୍ରଭାବରେ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଫଳରେ ଏବେ ସରକାରୀ, ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭକରି ଛୋଟ, ବଡ଼ ଦୋକାନ ବଜାର ସବୁକିଛି ବନ୍ଦ କରିଦିଆଯାଇଛି। ଲକ୍‌ଡାଉନ ଘୋଷଣା ପରେ ସ୍ବଳ୍ପ ଆୟକାରୀ ଲୋକମାନେ ନିଜର ବ୍ୟାଙ୍କ ଋଣ ପରିଶୋଧକୁ ନେଇ ଗଭୀର ଚିନ୍ତାରେ ପଡିଛନ୍ତି। କିଛିଦିନ ତଳେ ଆର୍‌ବିଆଇ ଲୋକମାନଙ୍କୁ ବ୍ୟାଙ୍କ କିସ୍ତି ଦାଖଲ କ୍ଷେତ୍ରରେ ୩ ମାସର ମୋରାଟୋରିୟମ ମିଳିବ ବୋଲି ଘୋଷଣା କରିଥିଲା। କେନ୍ଦ୍ରୀୟ ବ୍ୟାଙ୍କର ଏହି ଘୋଷଣା ପରେ ସାଧାରଣ ଲୋକମାନେ ୩ ମାସର କିସ୍ତି ନ ଦେଲେ ଚଳିଯିବ ଭାବି ଆଶ୍ୱସ୍ତ ହୋଇଗଲେ। ମାତ୍ର ସେହି ସ୍ବଳ୍ପ ଆୟକାରୀଙ୍କ ଏହି ଭାବନା ବର୍ତ୍ତମାନ ଭୁଲ୍‌ ପ୍ରମାଣିତ ହୋଇଛି। ଆର୍‌ବିଆଇର ଘୋଷଣା ଋଣ ନେଇଥିବା ଗରିବ ଏବଂ ମଧ୍ୟବିତ୍ତଙ୍କ ଆର୍ଥିକ ସମସ୍ୟା ଆହୁରି ବଢିଯିବ ବୋଲି ବିଭିନ୍ନ ଆଡୁ ମତ ପ୍ରକାଶ ପାଇବାରେ ଲାଗିଛି।
ଆର୍‌ବିଆଇ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଯେଉଁମାନେ ବ୍ୟାଙ୍କରୁ ଋଣ ନେଇ କିସ୍ତି ଶୁଝୁଥିଲେ, ସେମାନେ ଯଦି ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହା ବନ୍ଦ ରଖିବାକୁ ଚାହିଁବେ ସେମାନଙ୍କ ସିଭିଲ ସ୍କୋର ଉପରେ ପ୍ରଭାବ ପକାଇବ ନାହିଁ। ହେଲେ ଏହି ୩ ମାସର ସୁଧ କିନ୍ତୁ ବ୍ୟାଙ୍କ ନେବ। ଏନେଇ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ସଭାପତି ଦାମୋଦର ନନ୍ଦ କହିଛନ୍ତି ଯେ, ଆର୍‌ବିଆଇ ଯେଉଁ ଘୋଷଣା କରିଛି, ତାହା ଲୋକଙ୍କ ସମସ୍ୟା କମାଇବନି ବରଂ ବଢାଇଦେବ। ଯେଉଁମାନେ ଏବେ କାମଧନ୍ଦା ବନ୍ଦ କାରଣରୁ ବ୍ୟାଙ୍କରୁ ନେଇଥିବା ଋଣ ନ ଶୁଝିବେ, ସେମାନେ ଆଗକୁ ଅଧିକ ଟଙ୍କା ସୁଧ ଗଣିବେ। ଏହା ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କ ଲାଗି ଅଧିକ କଷ୍ଟଦାୟକ ହେବ। ଲକ୍‌ଡାଉନ ଖୋଲିବା କ୍ଷଣି ସବୁ ସଂସ୍ଥା ନିଜ ବ୍ୟବସାୟକୁ ହଠାତ୍‌ ସ୍ବାଭାବିକ ସ୍ଥିତିକୁ ଆଣିପାରିବେ ନାହିଁ। ସେହି ଅନୁଯାୟୀ କର୍ମଚାରୀଙ୍କ ଦରମା ପ୍ରଦାନ କ୍ଷେତ୍ରରେ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହେବ। ଏପରି ହେଲେ ସ୍ବଳ୍ପ ଆୟକାରୀଙ୍କୁ କିସ୍ତି ଦେବାରେ ଆହୁରି ଅସୁବିଧା ହୋଇପାରେ। ତେଣୁ ଆର୍‌ବିଆଇ ବିନା ସୁଧ ଆଦାୟରେ ଆହୁରି ୬ମାସ ମୋରାଟୋରିୟମ ପ୍ରଦାନ କରିବା ଜରୁରୀ ବୋଲି ନନ୍ଦ କହିଛନ୍ତି।
ଏହି ଘଟଣା ସମ୍ପର୍କରେ ସାଧାରଣ ଲୋକମାନେ କିଛିଦିନ ତଳେ ଜାଣିପାରି ନ ଥିବାବେଳେ ଋଣ ପରିଶୋଧ ସମୟ ଆସିବାପରେ ଧୀରେ ଧୀରେ ଆର୍‌ବିଆଇ ଘୋଷଣା ସମ୍ପର୍କରେ ଜାଣି ଅଧିକ ଚିନ୍ତାରେ ପଡିଯାଇଛନ୍ତି। ଏକ ଘରୋଇ କମ୍ପାନୀରେ ସାଧାରଣ ଚାକିରି କରିଥିବା ସଞ୍ଜୟ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଲକ୍‌ଡାଉନ ଘୋଷଣା ପରେ ୩ ମାସର ବ୍ୟାଙ୍କ କିସ୍ତି ବର୍ତ୍ତମାନ ଦେବାକୁ ପଡିବନି ଜାଣି ବହୁ ଖୁସି ଲାଗିଥିଲା। ହେଲେ ୩ ମାସର କିସ୍ତି ନ ଦେଲେ ବ୍ୟାଙ୍କ ସୁଧ ନେବା କଥା ଜାଣି ନ ଥିଲୁ। ଯେହେତୁ ବାହାରକୁ ଯିବା ଆସିବା ବନ୍ଦ ଅଛି ସେନେଇ ବ୍ୟାଙ୍କ ପାଖରେ ମଧ୍ୟ ପହଞ୍ଚିପାରିଲୁ ନାହୁଁ। ଏବେ ହଠାତ୍‌ ସୁଧ ଦେବା ଜରୁରୀ ବୋଲି ଜାଣିବା ବେଳକୁ ପାଖରେ ଟଙ୍କା ନ ଥିବା କଥା ମିଶ୍ର କହିଛନ୍ତି। ସେହିପରି ରାଜଧାନୀରେ ଘରଭଡ଼ା ନେଇ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ତପନ ବେହେରା କହିଛନ୍ତି, ବର୍ତ୍ତମାନ ତାଙ୍କ ଅଫିସ ବନ୍ଦ ରହିଛି। ଲକ୍‌ଡାଉନ ଘୋଷଣା ପରେ ସବୁ ଜିନିଷର ଦରଦାମ୍‌ ହଠାତ୍‌ ବଢିଯାଇଛି। ଅଫିସ ବନ୍ଦ ହେବା କାରଣରୁ ପୂର୍ବ ମାସର ଦରମା ମଧ୍ୟ ମିଳିନାହିଁ। ଆଗକୁ କେବେ ସବୁକିଛି ସ୍ବାଭାବିକ ହେବ ସେକଥା ଜଣାନାହିଁ। ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବ ବୋଲି ଜଣା ନ ଥିଲା। ପୁଣି ପାଖରେ ସଞ୍ଚୟ ମଧ୍ୟ ନାହିଁ। ଯେତେବେଳେ ସବୁ ସ୍ବାଭାବିକ ହେବ ପିଲାଙ୍କ ପାଠପଢା ଖର୍ଚ୍ଚ, ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ହଠାତ୍‌ ବଢିଯିବ। ତେଣୁ ଏହି ସମୟରେ ବ୍ୟାଙ୍କ ଋଣ ଶୁଝିବା ଆହୁରି କଷ୍ଟକର ହୋଇପଡିବ। ତେଣୁ ଆର୍‌ବିଆଇ ପରେ କିସ୍ତି ନ ନେଇ ଯଦି ଏତିକି ଦିନର ସୁଧ ଏବେ ନିଏ ତେବେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହେବ ବୋଲି ବେହେରା କହିଛନ୍ତି।
ସ୍ଥାନୀୟ ଏକ ବ୍ୟାଙ୍କ ମ୍ୟାନେଜର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଲୋକମାନେ ୩ ମାସ କିସ୍ତି ନ ଦେଲେ ସୁଧ ବଢ଼ିଯିବ ବୋଲି ଜାଣି ନ ଥିଲେ। ସେହି ଅନୁଯାୟୀ ଋଣ ପରିଶୋଧ ସମୟ ବିଷୟ ନେଇ ଚର୍ଚ୍ଚା ହେବାପରେ ଆସିବାପରେ ଉପଭୋକ୍ତାଙ୍କ ଅଧିକ ଫୋନ ଆସିବାରେ ଲାଗିଛି। କେହି ହେଲେ ବୁଝିବାକୁ ରାଜି ନାହାନ୍ତି, ଆର୍‌ବିଆଇ ଘୋଷଣାରେ ସେମାନଙ୍କୁ ୩ ମାସର ସୁଧ ଦେବାକୁ ପଡ଼ିବ ବୋଲି। ଏହା ବ୍ୟାଙ୍କଗୁଡିକ ପାଇଁ ମଧ୍ୟ ସମସ୍ୟା ବଢାଇ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri