ଲାଭ ଦେବନି ଆର୍‌ବିଆଇ ଘୋଷଣା

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କରୋନା ପ୍ରଭାବରେ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଫଳରେ ଏବେ ସରକାରୀ, ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭକରି ଛୋଟ, ବଡ଼ ଦୋକାନ ବଜାର ସବୁକିଛି ବନ୍ଦ କରିଦିଆଯାଇଛି। ଲକ୍‌ଡାଉନ ଘୋଷଣା ପରେ ସ୍ବଳ୍ପ ଆୟକାରୀ ଲୋକମାନେ ନିଜର ବ୍ୟାଙ୍କ ଋଣ ପରିଶୋଧକୁ ନେଇ ଗଭୀର ଚିନ୍ତାରେ ପଡିଛନ୍ତି। କିଛିଦିନ ତଳେ ଆର୍‌ବିଆଇ ଲୋକମାନଙ୍କୁ ବ୍ୟାଙ୍କ କିସ୍ତି ଦାଖଲ କ୍ଷେତ୍ରରେ ୩ ମାସର ମୋରାଟୋରିୟମ ମିଳିବ ବୋଲି ଘୋଷଣା କରିଥିଲା। କେନ୍ଦ୍ରୀୟ ବ୍ୟାଙ୍କର ଏହି ଘୋଷଣା ପରେ ସାଧାରଣ ଲୋକମାନେ ୩ ମାସର କିସ୍ତି ନ ଦେଲେ ଚଳିଯିବ ଭାବି ଆଶ୍ୱସ୍ତ ହୋଇଗଲେ। ମାତ୍ର ସେହି ସ୍ବଳ୍ପ ଆୟକାରୀଙ୍କ ଏହି ଭାବନା ବର୍ତ୍ତମାନ ଭୁଲ୍‌ ପ୍ରମାଣିତ ହୋଇଛି। ଆର୍‌ବିଆଇର ଘୋଷଣା ଋଣ ନେଇଥିବା ଗରିବ ଏବଂ ମଧ୍ୟବିତ୍ତଙ୍କ ଆର୍ଥିକ ସମସ୍ୟା ଆହୁରି ବଢିଯିବ ବୋଲି ବିଭିନ୍ନ ଆଡୁ ମତ ପ୍ରକାଶ ପାଇବାରେ ଲାଗିଛି।
ଆର୍‌ବିଆଇ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଯେଉଁମାନେ ବ୍ୟାଙ୍କରୁ ଋଣ ନେଇ କିସ୍ତି ଶୁଝୁଥିଲେ, ସେମାନେ ଯଦି ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହା ବନ୍ଦ ରଖିବାକୁ ଚାହିଁବେ ସେମାନଙ୍କ ସିଭିଲ ସ୍କୋର ଉପରେ ପ୍ରଭାବ ପକାଇବ ନାହିଁ। ହେଲେ ଏହି ୩ ମାସର ସୁଧ କିନ୍ତୁ ବ୍ୟାଙ୍କ ନେବ। ଏନେଇ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ସଭାପତି ଦାମୋଦର ନନ୍ଦ କହିଛନ୍ତି ଯେ, ଆର୍‌ବିଆଇ ଯେଉଁ ଘୋଷଣା କରିଛି, ତାହା ଲୋକଙ୍କ ସମସ୍ୟା କମାଇବନି ବରଂ ବଢାଇଦେବ। ଯେଉଁମାନେ ଏବେ କାମଧନ୍ଦା ବନ୍ଦ କାରଣରୁ ବ୍ୟାଙ୍କରୁ ନେଇଥିବା ଋଣ ନ ଶୁଝିବେ, ସେମାନେ ଆଗକୁ ଅଧିକ ଟଙ୍କା ସୁଧ ଗଣିବେ। ଏହା ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କ ଲାଗି ଅଧିକ କଷ୍ଟଦାୟକ ହେବ। ଲକ୍‌ଡାଉନ ଖୋଲିବା କ୍ଷଣି ସବୁ ସଂସ୍ଥା ନିଜ ବ୍ୟବସାୟକୁ ହଠାତ୍‌ ସ୍ବାଭାବିକ ସ୍ଥିତିକୁ ଆଣିପାରିବେ ନାହିଁ। ସେହି ଅନୁଯାୟୀ କର୍ମଚାରୀଙ୍କ ଦରମା ପ୍ରଦାନ କ୍ଷେତ୍ରରେ ମଧ୍ୟ ବ୍ୟାପକ ସମସ୍ୟା ସୃଷ୍ଟି ହେବ। ଏପରି ହେଲେ ସ୍ବଳ୍ପ ଆୟକାରୀଙ୍କୁ କିସ୍ତି ଦେବାରେ ଆହୁରି ଅସୁବିଧା ହୋଇପାରେ। ତେଣୁ ଆର୍‌ବିଆଇ ବିନା ସୁଧ ଆଦାୟରେ ଆହୁରି ୬ମାସ ମୋରାଟୋରିୟମ ପ୍ରଦାନ କରିବା ଜରୁରୀ ବୋଲି ନନ୍ଦ କହିଛନ୍ତି।
ଏହି ଘଟଣା ସମ୍ପର୍କରେ ସାଧାରଣ ଲୋକମାନେ କିଛିଦିନ ତଳେ ଜାଣିପାରି ନ ଥିବାବେଳେ ଋଣ ପରିଶୋଧ ସମୟ ଆସିବାପରେ ଧୀରେ ଧୀରେ ଆର୍‌ବିଆଇ ଘୋଷଣା ସମ୍ପର୍କରେ ଜାଣି ଅଧିକ ଚିନ୍ତାରେ ପଡିଯାଇଛନ୍ତି। ଏକ ଘରୋଇ କମ୍ପାନୀରେ ସାଧାରଣ ଚାକିରି କରିଥିବା ସଞ୍ଜୟ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଲକ୍‌ଡାଉନ ଘୋଷଣା ପରେ ୩ ମାସର ବ୍ୟାଙ୍କ କିସ୍ତି ବର୍ତ୍ତମାନ ଦେବାକୁ ପଡିବନି ଜାଣି ବହୁ ଖୁସି ଲାଗିଥିଲା। ହେଲେ ୩ ମାସର କିସ୍ତି ନ ଦେଲେ ବ୍ୟାଙ୍କ ସୁଧ ନେବା କଥା ଜାଣି ନ ଥିଲୁ। ଯେହେତୁ ବାହାରକୁ ଯିବା ଆସିବା ବନ୍ଦ ଅଛି ସେନେଇ ବ୍ୟାଙ୍କ ପାଖରେ ମଧ୍ୟ ପହଞ୍ଚିପାରିଲୁ ନାହୁଁ। ଏବେ ହଠାତ୍‌ ସୁଧ ଦେବା ଜରୁରୀ ବୋଲି ଜାଣିବା ବେଳକୁ ପାଖରେ ଟଙ୍କା ନ ଥିବା କଥା ମିଶ୍ର କହିଛନ୍ତି। ସେହିପରି ରାଜଧାନୀରେ ଘରଭଡ଼ା ନେଇ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ତପନ ବେହେରା କହିଛନ୍ତି, ବର୍ତ୍ତମାନ ତାଙ୍କ ଅଫିସ ବନ୍ଦ ରହିଛି। ଲକ୍‌ଡାଉନ ଘୋଷଣା ପରେ ସବୁ ଜିନିଷର ଦରଦାମ୍‌ ହଠାତ୍‌ ବଢିଯାଇଛି। ଅଫିସ ବନ୍ଦ ହେବା କାରଣରୁ ପୂର୍ବ ମାସର ଦରମା ମଧ୍ୟ ମିଳିନାହିଁ। ଆଗକୁ କେବେ ସବୁକିଛି ସ୍ବାଭାବିକ ହେବ ସେକଥା ଜଣାନାହିଁ। ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବ ବୋଲି ଜଣା ନ ଥିଲା। ପୁଣି ପାଖରେ ସଞ୍ଚୟ ମଧ୍ୟ ନାହିଁ। ଯେତେବେଳେ ସବୁ ସ୍ବାଭାବିକ ହେବ ପିଲାଙ୍କ ପାଠପଢା ଖର୍ଚ୍ଚ, ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ହଠାତ୍‌ ବଢିଯିବ। ତେଣୁ ଏହି ସମୟରେ ବ୍ୟାଙ୍କ ଋଣ ଶୁଝିବା ଆହୁରି କଷ୍ଟକର ହୋଇପଡିବ। ତେଣୁ ଆର୍‌ବିଆଇ ପରେ କିସ୍ତି ନ ନେଇ ଯଦି ଏତିକି ଦିନର ସୁଧ ଏବେ ନିଏ ତେବେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହେବ ବୋଲି ବେହେରା କହିଛନ୍ତି।
ସ୍ଥାନୀୟ ଏକ ବ୍ୟାଙ୍କ ମ୍ୟାନେଜର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଲୋକମାନେ ୩ ମାସ କିସ୍ତି ନ ଦେଲେ ସୁଧ ବଢ଼ିଯିବ ବୋଲି ଜାଣି ନ ଥିଲେ। ସେହି ଅନୁଯାୟୀ ଋଣ ପରିଶୋଧ ସମୟ ବିଷୟ ନେଇ ଚର୍ଚ୍ଚା ହେବାପରେ ଆସିବାପରେ ଉପଭୋକ୍ତାଙ୍କ ଅଧିକ ଫୋନ ଆସିବାରେ ଲାଗିଛି। କେହି ହେଲେ ବୁଝିବାକୁ ରାଜି ନାହାନ୍ତି, ଆର୍‌ବିଆଇ ଘୋଷଣାରେ ସେମାନଙ୍କୁ ୩ ମାସର ସୁଧ ଦେବାକୁ ପଡ଼ିବ ବୋଲି। ଏହା ବ୍ୟାଙ୍କଗୁଡିକ ପାଇଁ ମଧ୍ୟ ସମସ୍ୟା ବଢାଇ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri