ଲଙ୍ଗୁଳିଆବେଡ଼ା ଗ୍ରାମବାସୀଙ୍କ ଖବରଦାତା ସମ୍ମିଳନୀ : ଦାବି ପୂରଣ ନ ହେଲେ ଆନ୍ଦୋଳନ

ବଅଁରପାଳ, ୬।୬ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମ ପାଖରେ ହେଉଥିବା ଆଲୁମିନିୟମ ପାର୍କ ପାଇଁ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଛି। ଲଙ୍ଗୁଳିଆବେଡାର ୧୮ ଏକର ଗୋଚର ଅଧିଗ୍ରହଣ କରାଯାଇଥିବାରୁ ପ୍ରତି ବଦଳରେ ଗ୍ରାମକୁ ଅନ୍ୟ ଜମି ହସ୍ତାନ୍ତର ପାଇଁ ଗ୍ରାମବାସୀ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି। କିନ୍ତୁ ଏଯାଏ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ଗ୍ରାମବାସୀ ବଅଁରପାଳ ଜଗନ୍ନାଥ ମନ୍ଦିର ଠାରେ ଏକ ଖବରଦାତା ସମ୍ମିଳନୀ କରି ଇଡ୍‌କୋକୁ ଚେତାବନୀ ଦେଇଛନ୍ତି। ଯଦି ତୁରନ୍ତ ବଦଳ ଜମି ହସ୍ତାନ୍ତର କରା ନ ଯାଏ ତା’ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଗ୍ରାମ ସଭାପତି ଅକ୍ଷୟ କୁମାର ବିଶୋଇଙ୍କ ସଭାପତିତ୍ୱରେ କମିଟି ସଦସ୍ୟମାନେ ଉପସ୍ଥିତ ରହି ଇଡ୍‌କୋ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଆଲୁମିନିୟମ ପାର୍କ ପାଇଁ ଇଡ୍‌କୋ ଅଧିଗ୍ରହଣ କରିଥିବା ଗୋଚର ଜମିକୁ ଗ୍ରାମବାସୀ ପୂର୍ବ ପୁରୁଷ ଅମଳରୁ ଗୋ ଚାରଣ, ଖେଳ ପଡ଼ିଆ ଆଦି ଭାବେ ବ୍ୟବହାର କରିଆସୁଥିଲେ। ତେଣୁ ଜମି ବଦଳରେ ଜମି ସେମାନେ ଦାବି କରୁଛନ୍ତି। କିନ୍ତୁ ଇଡ୍‌କୋ ପକ୍ଷରୁ ବଦଳ ଜମି ଦିଆ ନ ଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହାକୁ ବିରୋଧ ପରେ କାର୍ଯ୍ୟ ବନ୍ଦ ରହିଥିଲା। ଇଡ୍‌କୋ ବିରୋଧରେ ଗ୍ରାମବାସୀ ବହୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଇଡ୍‌କୋ ପ୍ରତିନିଧିଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ବଦଳ ଜମି ଫେରସ୍ତ ନ ହେବା ଯାଏ ଗ୍ରାମ ସୀମା ମଧ୍ୟରେ ପାର୍କ କାର୍ଯ୍ୟ ହେବ ନାହିଁ ବୋଲି ସେତେବେଳେ ଇଡ୍‌କୋ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶ୍ମଶାନ ଘାଟ, ଖେଳ ପଡ଼ିଆ ଓ ଗୋଚର ଜମି ଭାବେ ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ୧୦୦ ଏକର ଜମି ଅନ୍ୟତ୍ର ଦିଆଯିବ ବୋଲି ଦାବି ଉପରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ୨ ବର୍ଷ ବିତଯାଇଥିଲେ ବି ପ୍ରତିଶ୍ରୁତି ରକ୍ଷା ନ କରି ଇଡ୍‌କୋ କାର୍ଯ୍ୟ ଆରମ୍ଭ କରିଥିଲା। ଫଳରେ ଗ୍ରାମବାସୀ ଗତ ମାସ ୨୫ ତାରିଖରେ କାର୍ଯ୍ୟ ବନ୍ଦ କରାଇବା ସହ ପ୍ରଶାସନକୁ ଜଣାଇଥିଲେ। ତୁରନ୍ତ ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଅବଗତ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଇଡ୍‌କୋ ବିରୋଧରେ ଧର୍ମଘଟ କରାଯିବ ବୋଲି ଗ୍ରାମ ସଭାପତି ଅକ୍ଷୟ କୁମାର ବିଶୋଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ନରେଶ ଚନ୍ଦ୍ର ଦେହୁରୀ, ସୁଦର୍ଶନ ପ୍ରଧାନ, ବ୍ରଜବନ୍ଧୁ ସାହୁ, ଅକ୍ଷୟ ବିଶ୍ୱାଳ, ପ୍ରକାଶ ବିଶ୍ୱାଳ, ସଞ୍ଜୟ ବିଶୋଇ, ସରୋଜ ସାହୁ, ଦୁଷ୍ମନ୍ତ ବାରିକ, ଗୋଲଖ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri