Posted inଜାତୀୟ

ଲକ୍‌ଡାଉନ: ୮ ଦିନରେ ସଡ଼କ ଦୁର୍ଘଟଣାରେ ଗଲାଣି ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ,୧୬।୫: ଲକ୍‌ଡାଉନ ସମୟରେ ନିଜ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ଏହି ଶ୍ରମିକମାନେ କେତେବେଳେ ପାଦରେ ଚାଲି ଚାଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ ପୁଣି କେତେବେଳେ ସେମାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାଲିଯାଉଛି ଏମାନଙ୍କ ଜୀବନ। ଲକ୍‌ଡାଉନ ସମୟରେ ରାସ୍ତାରେ ଏତେଟା ଗାଡି ମଟର ଚଳାଚଳ ନ ଥାଇ ମଧ୍ୟ ଏମାନେ ଦୁର୍ଘଟଣାର ଶିକାର ହେବା ସମସ୍ତଙ୍କୁ ବ୍ୟଥିତ କରିଛି। ଗତ ୮ ଦିନ ମଧ୍ୟରେ ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲାଣି। ଶନିବାର ଉତ୍ତର ପ୍ରଦେଶରେ ଟ୍ରକ୍‌ରେ ଆସୁଥିବା ଶ୍ରମିକମାନେ ଦୁର୍ଘଟଣାର ଶିକାର ହେବା ଫଳରେ ୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ମଧ୍ୟପ୍ରଦେଶର ସାଗର ଜିଲାରେ ମଧ୍ୟ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଶୁକ୍ରବାର ମଧ୍ୟପ୍ରଦେଶ ଏବି ରୋଡ ବାଇପାସ ନିକଟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଗାଡି ଦୁର୍ଘଟଣାର ଶିକାର ହେବା ପରେ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର ମଧ୍ୟପ୍ରଦେଶ ଗୁନାରେ ୮ ଜଣ ଶ୍ରମିକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ଏହାପୂର୍ବରୁ ଅର୍ଥାତ୍‌ ବୁଧବାର ଉତ୍ତପ୍ରଦେଶର ମୁଜାଫରପୁରରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ବସ୍‌ ଚଢିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ସେହିପରି ଗତ ଗୁରୁବାର ବିହାରର ସମସ୍ତିପୁରରେ ଏକ ସଡ଼କ ଦୁର୍ଘଟଣାରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ତେଲେଙ୍ଗାନାର ରଙ୍ଗାରେଡି ଜିଲାରେ ମେ’ ୧୨ରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା। ମେ’ ୯ ତାରିଖ ମଧ୍ୟ ଥିଲା ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଏକ ଦୁଃଖଦଦିନ। ଏହିଦିନ ମଧ୍ୟପ୍ରଦେଶ ନରସିଂପୁର ଜିଲାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସବୁଠାରୁ ଦୁଃଖଦ ଥିଲା ଔରଙ୍ଗାବାଦର ରେଳ ଦୁର୍ଘଟଣା। ମେ’ ୮ ତାରିଖରେ କିଛିବାଟ ଚାଲି ଚାଲି ହାଲିଆ ହୋଇ ପଡିବା ପରେ ରେଳ ଧାରଣା ଉପରେ ଶୋଇ ପଡିଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ମାଲଗାଡି ମାଡିଯିବା ଫଳରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍‌, ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି…

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥଳୀୟ ଅନୁଧ୍ୟାନ କରିଛି ୮ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ।…

ମ୍ୟାଚ୍ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ମାରପିଟ୍, ଭାଇରାଲ ହେଉଛି ଭିଡିଓ

ଅକଲାଣ୍ଡ,୪।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳ ହେଲେ ରୋମାଞ୍ଚ ସହ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳେ । କ୍ରିକେଟ୍‌ ପରେ ଏବେ ବକ୍ସିଂ ରିଙ୍ଗ୍‌ରେ ଦୁଇ…

ସୋନପୁରରୁ ସ୍ପିଡ୍‌ ବାଇକ୍‌ରେ ଆସି ବଲାଙ୍ଗୀରରେ ଲୁଟୁଥିଲେ ସୁନା ଚେନ୍‌, ଏହି ପେସାଦାର ଲୁଟେରାଙ୍କୁ ଗିରଫ କରି…

ବଲାଙ୍ଗୀର,୪ା୧୧(ସୁନିଲ କୁମାର ମହାନ୍ତି): ନଭେମ୍ବର ୧ ତାରିଖ ରାତିରେ ସ୍କୁଟିରେ ରାସ୍ତାରେ ଆସୁଥିବା ଦମ୍ପତିଙ୍କଠାରୁ ଚେନ୍‌ ଲୁଟ୍‌ କରି ଫେରାର ମାରିଥିଲେ ଲୁଟେରା। ବଲାଙ୍ଗୀର ସହର ତାଲପାଲି…

ଜିଓର ବଡ଼ ଧମାକା! ମାତ୍ର ୧୫ ଟଙ୍କାରେ ଆଣିଲା ଅନ୍‌ଲିମିଟେଡ୍ ୫G ଡାଟା ପ୍ୟାକ୍, ମିଳିବ ହାଇ-ସ୍ପିଡ୍…

ନୂଆଦିଲ୍ଲୀ,୪।୧୧: ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ଆକର୍ଷଣୀୟ ଅଫର ନେଇ ଆସିଛି। କମ୍ପାନୀ ମାତ୍ର ୧୫ ଟଙ୍କାରେ ଅନ୍‌ଲିମିଟେଡ୍…

‘ମୁଁ ସ୍ତ୍ରୀ ପାଗଳ…’, କାହିଁକି ଏଭଳି କହିଲେ ଓୱାଇସି, କାରଣ ଜାଣିିଲେ…

ନୂଆଦିଲ୍ଲୀ,୪।୧୧: ‘ପଗଳୁ’ ଶବ୍ଦକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ନିଜ ଅନ୍ଦାଜରେ ଜବାବ ରଖିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି। ସେ କହିଛନ୍ତି, “ମୁଁ ସ୍ତ୍ରୀ ପାଗଳ।…

୨୦୨୭ରେ ଏହି ୩ ରାଶିଙ୍କ ପିଛା ଛାଡିବେନି ଶନି; ସାଢ଼େ ସାତୀରେ ଛଟପଟ ହେବେ!

ବୈଦିକ ଜ୍ୟୋତିଷରେ ଶନିଙ୍କୁ ନ୍ୟାୟର ଦେବତା ଏବଂ କର୍ମଫଳଦାତା ବୋଲି ବିବେଚନା କରାଯାଇଥାଏ। କୁହାଯାଏ ଯେଉଁମାନେ ଯେପରି କର୍ମ କରନ୍ତି, ଶନି ସେମାନଙ୍କୁ ସେହି ଅନୁସାରେ ଫଳ…

ଋଷିକୁଲ୍ୟା ବନ୍ୟା କ୍ଷୟକ୍ଷତି ପରଖିଲା ୮ ଜଣିଆ କେନ୍ଦ୍ରୀୟ ଟିମ୍: ପୁରୁଷୋତ୍ତମପୁରରେ ବୁଲି ଦେଖିଲେ ବିପର୍ଯ୍ୟୟର ବାସ୍ତବ ଚିତ୍ର

ପୁରୁଷୋତ୍ତମପୁର,୪।୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟାରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟା ବିପର୍ଯ୍ୟୟର ବାସ୍ତବ…

ମୋହନଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ଅଖଣ୍ଡତା ପାଇଁ ତୁରନ୍ତ…

ଭୁବନେଶ୍ୱର,୪ା୧୧: କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ୨୦୨୪ ଭାଜପାର ଇସ୍ତାହାର ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?