ଲକ୍‌ଡାଉନ: ଅସହାୟଙ୍କ ପାଇଁ ଅଭିଶାପ

ଭୁବନେଶ୍ୱର,୯ା୪(ବ୍ୟୁରୋ): ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ବଳବତ୍ତର ରହିଛି। ରାଜ୍ୟ ତଥା ବାହାର ରାଜ୍ୟର ପ୍ରାୟ ୪୭ହଜାର ଅତିଥି ଶ୍ରମଜୀବୀ ଏବଂ ଅସହାୟଙ୍କୁ ବିଭିନ୍ନ ଜିଲାର ୧୭୬୫ ଶିବିରରେ ରଖାଯାଇଛି। ସେମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି। ବିଶେଷକରି ଭୁବନେଶ୍ୱରରେ ଅସହାୟ ଏବଂ ବାହାର ରାଜ୍ୟ ଶ୍ରମିକଙ୍କ ସଂଖ୍ୟା ଅଧିକ ରହିଛି। ହେଲେ ସାମାଜିକ ଦୂରତା ଠିକ୍‌ଭାବେ ପାଳନ ହୋଇପାରୁ ନ ଥିବାରୁ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି। ମହାରାଷ୍ଟ୍ର, ଦିଲ୍ଲୀ, କଲିକତା, ଆନ୍ଧ୍ରପ୍ରଦେଶ ଏବଂ ଅନେକ ସ୍ଥାନର ଅନେକ ଠିକା ଶ୍ରମିକ ଓ ଯାତ୍ରୀ ରାଜଧାନୀରେ ରୁଣ୍ଡ ହୋଇଛନ୍ତି। ମାଷ୍ଟର କ୍ୟାଣ୍ଟିନ ରେଲଓ୍ବେ ଷ୍ଟେଶନ, ବରମୁଣ୍ଡା ଓଭରବ୍ରିଜଠାରୁ ରସୁଲଗଡ ଓଭରବ୍ରିଜ ତଳିଆ ସ୍ଥାନ, ସାଲିଆ ସାହି ସମେତ ରାଜଧାନୀର ଅନେକ ବସ୍ତି ଓ ନିର୍ମାଣାଧୀନ କୋଠାରେ ଏମାନେ ମୁଣ୍ଡ ଗୁଞ୍ଜିଛନ୍ତି। ଲକଡାଉନ ଏମାନଙ୍କ ପାଇଁ ଅଭିଶାପ ପାଲଟିଛି। ଟ୍ରେନ୍‌ ଓ ବସ୍‌ ବନ୍ଦ ହୋଇଯିବା ପରେ ଅନେକ ଯାତ୍ରୀ ଏବଂ ଠିକାଶ୍ରମିକଙ୍କ ପାଇଁ ଘରକୁ ଫେରିବା ସ୍ବପ୍ନ ହୋଇଯାଇଛି। ହୋଟେଲ ବଜାର ବନ୍ଦ ରହିଥିବାରୁ ସରକାରଙ୍କ ସହଯୋଗ ଏମାନଙ୍କ ଏକମାତ୍ର ସାହାରା।
ସମସ୍ୟା ବଢ଼ାଇଛି ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ
ଲକ୍‌ଡାଉନର ଆରମ୍ଭ ଦିନରେ ଭୁବନେଶ୍ୱରରେ ରହୁଥିବା ଅସହାୟଙ୍କୁ ଅନେକ ସ୍ବେଚ୍ଛାସେବୀ ଓ ପୋଲିସ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ମାତ୍ର ସଂକ୍ରମଣ ଆଶଙ୍କାରୁ ସ୍ବେଚ୍ଛାସେବୀମାନଙ୍କୁ ଖାଦ୍ୟ ବିତରଣ କରିବାକୁ ସରକାରଙ୍କ ପକ୍ଷରୁ ମନା କରାଯାଇଥିଲା।
ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରର କର୍ମଚାରୀଙ୍କ ସୂଚନା ମୁତାବକ ପ୍ରାରମ୍ଭିକ ଦିନରେ ଏଠାରେ ୫୦ରୁ ୧୦୦ ଜଣଙ୍କୁ ଖାଦ୍ୟ ଦିଆଯାଉଥିଲା। ମାତ୍ର ୩ରୁ ୪ଦିନ ପରେ ଏଠାରେ ୩୦୦ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଗଲା। ଏବେ ପ୍ରତିଦିନ ମଧ୍ୟାହ୍ନରେ ଓ ରାତିରେ ୩୦୦ଲୋକଙ୍କୁ ଖାଦ୍ୟ ଯୋଗାଇଦିଆଯାଉଛି। ମାତ୍ର ଲୋକମାନେ ଖାଦ୍ୟ ନେବାବେଳେ ଭିଡ ଜମାଇବାରୁ ସାମାଜିକ ଦୂରତା ଠିକ୍‌ଭାବେ ଅନୁପାଳନ ହୋଇପାରୁ ନାହିଁ। ତଥାପି ଏହାକୁ ଗୁରୁତ୍ୱ ଦିଆଯାଇ ପୋଲିସ ଉପସ୍ଥିତିରେ ଖାଦ୍ୟ ବଣ୍ଟନ କରାଯାଉଛି। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଅସହାୟମାନେ ସେଠାରେ ସଙ୍ଗରୋଧ ନିୟମକୁ ଫୁ କରି ଦେଇ ଏକାଠି ତାସ ଖେଳିବା ସହ ଅନେକ ମଉଜ କରୁଛନ୍ତି। ଗତ ୨୨ ଓ ୨୪ ତାରିଖଠାରୁ ଏଠାରେ ସମସ୍ତ ଲୋକ ଫସି ରହିଛନ୍ତି। ଯଦି ସେମାନଙ୍କ ଭିତରୁ କେହି ସଂକ୍ରମିତ ହୋଇଥାନ୍ତି ତେବେ ସମସ୍ତ ଲୋକ ସଂକ୍ରମଣ ହେବାରେ ଡେରି ହେବନି। ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏନେଇ ବିଏମ୍‌ସି ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁ କହିଛନ୍ତି ଯେ, ରାଜଧାନୀରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ରାଶନ ଯୋଗାଇ ଦିଆଯାଉଛି। ସମସ୍ତ ସ୍ଥାନରେ ଭ୍ରାମ୍ୟମାଣ ଗାଡି ପହଞ୍ଚତ୍ ଖାଦ୍ୟ ଦେଉଥିବାରୁ କିଛି ସ୍ଥାନରେ ସାମାନ୍ୟ ବିଳମ୍ବ ହେଉଛି। ରେଲଓ୍ବେ ଷ୍ଟେଶନ ଅଞ୍ଚଳ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକରେ ଫସି ରହିଥିବା ଲୋକଙ୍କ ଥଇଥାନ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଖୁବ ଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri