ଲକ୍‌ଡାଉନ ହୋଇ ନ ଥିଲେ ଏବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହିଥାନ୍ତେ ସୁଶାନ୍ତ: ବଲିଉଡ୍‌ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ଏବେ ତାଙ୍କ ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସମସ୍ତେ ତାଙ୍କ ମୃତ୍ୟୁ ପଛରେ କାରଣକୁ ନେଇ ନିଜର ମତ ଓ ଅନୁମାନ ପ୍ରକାଶ କରୁଛନ୍ତି। ଇତିମଧ୍ୟରେ ଯଦି ଦେଶରେ କରୋନା ଲକ୍‌ଡାଉନ ହୋଇ ନ ଥାନ୍ତା ତା’ହେଲେ ସୁଶାନ୍ତ ଆଜି ଫିଲ୍ମ ଶୁଟିଂରେ ବ୍ୟସ୍ତ ରହିଥାନ୍ତେ। ଆଉ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା। କିଛି ଏଭଳି ମତ ରଖିଛନ୍ତି ଜଣାଶୁଣା ସ୍କ୍ରିନ୍‌ ରାଇଟର ତଥା ବଲିଉଡ୍‌ ନିର୍ଦ୍ଦେଶକ ରୁମୀ ଜାଫେରୀ। ଅଭିନେତା ସୁଶାନ୍ତ ଓ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କୁ ନେଇ ସେ ଏକ ଫିଲ୍ମ ତିଆରି କରିବାକୁ ଯାଉଥିଲେ। ଯାହାର ଶୁଟିଂ ମୁମ୍ବାଇରୁ ଆରମ୍ଭ ହୋଇ ଲଣ୍ଡନ ଓ ପଞ୍ଜାବରେ ଶେଷ ହୋଇଥାନ୍ତା। ଏହି ଫିଲ୍ମ ରୋମାଣ୍ଟିକ, କମେଡି ଓ ଏକ ଡାନ୍ସ ଉପରେ ଆଧାରିତ ଥିଲା ବୋଲି ରୁମୀ କହିଛନ୍ତି। ଯେଉଁଥିରେ ମୁଖ୍ୟ ଚରିତ୍ରରେ ସୁଶାନ୍ତଙ୍କ ସହ ରିୟା ନଜର ଆସିଥାନ୍ତେ। ଏହି ଫିଲ୍ମର ସ୍କ୍ରିପ୍ଟ ସୁଶାନ୍ତଙ୍କୁ ମିଳିଯାଇଥିଲେ ମଧ୍ୟ ସେ ରୁମୀଙ୍କ ସହ ବସି ଆଲୋଚନା କରିବାକୁ ଚାହୁଁଥିଲେ। ତେବେ ଯେମିତି ଯେମିତି ଲକ୍‌ଡାଉନ ବଢ଼ିଥିଲା ସେମିତି ଆମ ଭିତରେ ଦୂରତା ବଢ଼ିଯାଇଥିଲା ବୋଲି ନିର୍ଦ୍ଦେଶକ ରୁମୀ କହିଛନ୍ତି। ଅପରପକ୍ଷେ ରବିବାର ସୁଶାନ୍ତ ନିଜ ଘରେ ଆତ୍ମହତ୍ୟା କରିବା ପରେ ସେ ଆଉ ଏହି ଫିଲ୍ମ ତିଆରି କରିବେ ନାହିଁ ବୋଲି କହିଛନ୍ତି। କାରଣ ଏହି ଫିଲ୍ମର କାହାଣୀ ସୁଶାନ୍ତଙ୍କୁ ଧ୍ୟାନରେ ରଖି ଲେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri