ଲକ୍‌ଡାଉନ୍‌ ସମୟରେ ବଢ଼ୁଛି କଳାବଜାରୀ: ନିର୍ଦ୍ଧାରିତ ଦରଠାରୁ ଅଧିକା ନେଲେ କାର୍ଯ୍ୟାନୁଷ୍ଠାନ, ଅଭିଯୋଗ କରିପାରିବେ ଖାଉଟୀ

ଖୋର୍ଦ୍ଧା ଅଫିସ,୭ା୪ : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ ପରେ ଖୋର୍ଦ୍ଧା ଜିଲା ପ୍ରଶାସନର ଚେତା ପଶିଛି। ଖୁଚୁରା ବଜାରରେ ଦର ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀ ସଂଘ ଆଲୋଚନା କରି ପାଇକାରୀ ଓ ଖୁଚୁରା ଦର ନିର୍ଦ୍ଧାରଣ କରିଛନ୍ତି। କୌଣସି ବେପାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କାରେ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ଆସିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଶିତାଂଶୁ ରାଉତ କହିଛନ୍ତି।

ଜିଲାପାଳ କହିଛନ୍ତି, କୌଣସି ବେପାରୀ ଅଧିକ ଦରରେ ସାମଗ୍ରୀ ବିକ୍ରି କଲେ, ଖାଉଟୀ ମାନେ ସମ୍ପୃକ୍ତ ଥାନା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଯୋଗାଣ ନୀରିକ୍ଷକ ଓ ଅଥବା ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ସହକାରୀ ଯୋଗାଣ ଅଧିକାରୀ ଅଜୟ କୁମାର ରଥ କୁହନ୍ତି ନିର୍ଦ୍ଧାରିତ ଦର ଉପରେ ନଜର ରଖିବା ଲାଗି ସମସ୍ତ ବ୍ଲକ ଯୋଗାଣୀ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୁଚୁରା ବଜାର ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି ବୋଲି ରଥ କହିଛନ୍ତି।

ନିର୍ଦ୍ଧାରିତ ଦର ତାଲିକା ମଧ୍ୟରେ ହରଡ ଡାଲି ପାଇକାରୀ (ଶହେ କ୍ରି.ଗ୍ରା ପିଛା)ଦର ୮୮ଶହ ଟଙ୍କା ରହିଥିବା ବେଳେ ଖୁଚୁରା ଦର କେଜି ପିଛା୯୨ଟଙ୍କାରେ ବିକ୍ରି କରିବେ। ସେହିପରି ମୁଗ ଡାଲି ପାଇକାରୀ ଦର ୧ହଜାର ଏବଂ ଖୁଚୁରା ଦର କେଜି ପିଛା ୧୦୫, ବୁଟ ଡାଲି ପାଇକାରୀ ୬୪ ଶହ ଓ କେଜି ପିଛା ୬୮, ବିରି ଡାଲି ପାଇକାରୀ ୯୨ଶହ ଓ କେଜି ପିଛା ୯୬ଟଙ୍କା, ଅଟା ପାଇକାରୀ ଦର୨୭୫୦ ରହିଥିବା ବେଳେ ଖୁଚୁରାରେ କେଜି ପିଛା ୩୨ଟଙ୍କାରେ ବିକ୍ରି ହେବ। ସେହିପରି ମଇଦା ପାଇକାରୀ ୨୮ଶହ ଓ କେଜି ପିଛା ୩୩ଟଙ୍କା ରହିଛି। ସୁଜି ପାଇକାରୀ ୨୯ ଶହ ଓ ଖୁଚୁରାରେ କେଜି ପିଛା ୩୩ ଟଙ୍କା, ଆଳୁ ପାଇକାରୀ ୧୫ଶହ ଓ ଖୁଚୁରାରେ କେଜି ପିଛା ୧୯ଟଙ୍କା, ପିଆଜ ପାଇକାରୀ ୨୪ଶହ ଟଙ୍କା ରହିଥିବା ବେଳେ ଖୁଚୁରାରେ କେଜି ପିଛା ୨୯ ଟଙ୍କା, ଚୁଡା ପାଇକାରୀ ୨୬ଟଙ୍କା ଓ ଖୁଚୁରାରେ କେଜି ପିଛା ୩୦ଟଙ୍କା, ଚିନି ପାଇକାରୀ ୩୮୫୦ ଓ ଖୁଚୁରାରେ କେଜି ପିଛା ୪୨ଟଙ୍କା ଏବଂ ସୋରିଷ ତେଲ ପାଇକାରୀ ଦର ଲିଟର ପାଉଚ ୧୧୨ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଖୁଚୁରାରେ ଲିଟର ପିଛା ୧୧୭ ଏବଂ ପାମ ଅଏଲ ଲିଟର ପିଛା ୮୧ ଓ ଖୁଚୁରାରେ ଲିଟର ପିଛା ୮୫ଟଙ୍କାରେ ବିକ୍ରି ଲାଗି ଦର ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?