Posted inଜାତୀୟ

ଲକ୍‌ଡାଉନ୍‌ ବଦଳାଇଛି ପାଠକୀୟ ରୁଚି

ନୂଆଦିଲ୍ଲୀ, ୧୭।୫(ଆଇଏଏନ୍‌ଏସ୍‌): କରୋନା ସଂକ୍ରମଣ ରୋକିବା ଲାଗି ଭାରତରେ ଲାଗୁ ହୋଇଥିବା ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଶେଷ ସୋପାନରେ ଉପନୀତ। ସଦ୍ୟ ତଥ୍ୟ କହେ ଲୋକଙ୍କ ପାଠକୀୟ ଢାଞ୍ଚାକୁ ଲକ୍‌ଡାଉନ୍‌ କିଭଳି ପ୍ରଭାବିତ କରିଛି। ଘରେ ପ୍ରାୟ ଦୁଇ ମାସ ରହିବା ଭିତରେ ଟେଲିଭିଜନ, ରେଡିଓ ଏବଂ ଇଣ୍ଟରନେଟ୍‌ ମାଧ୍ୟମରେ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ପାଠକୀୟ ଆବେଗିକତା ଅନେକଙ୍କୁ ଜ୍ଞାନ ଅର୍ଜନ କରିବା ଲାଗି ସମୟ ଜୁଟାଇ ଦେଇଛି। ପୁଣି ସାହିତ୍ୟ, କଳା କିମ୍ବା ଆମୋଦଦାୟକ ପୁସ୍ତକ ପଠନରେ ପଢ଼ା ସୀମିତ ରହିନାହିଁ। ବରଂ ଲୋକଙ୍କ ପସନ୍ଦ ବିବିଧ ଦିଗକୁ ବିସ୍ତାରିତ ହୋଇଛି। ଅଟୋମେଟିଭ୍‌ ବା ଗାଡ଼ିମୋଟର ସମ୍ବନ୍ଧୀୟ, ଗୃହଋଣ, ଭିଡିଓ କନ୍‌ଫରେନ୍ସ ସଂକ୍ରାନ୍ତ ନିରାପତ୍ତା ଏବଂ ଘରେ ରହି ଅନ୍‌ଲାଇନ୍‌ରେ ଛାତ୍ରଙ୍କ ପଢ଼ା ଏକ ଭିନ୍ନ ସ୍ବାଦ ଆଣିଛି ବୋଲି ଡିସ୍‌କଭରୀ ପ୍ଲାଟଫର୍ମ ଟାବୋଲା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।
କରୋନା ପରିସ୍ଥିତି ଯୋଗୁ ଦେଶର ଆର୍ଥିକ ଅବସ୍ଥା ଦୋହଲି ଯାଇଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଲକ୍‌ଡାଉନରେ ରହିବା ଭିତରେ ସେମାନେ ସ୍ବାସ୍ଥ୍ୟ ବୀମା ଓ ବ୍ୟାଙ୍କ ଋଣ ସମ୍ବନ୍ଧରେ ପ୍ରକାଶ ପାଉଥିବା ଲେଖାକୁ ପଢ଼ିବାରେ ଲାଗିଛନ୍ତି। ଅବସର ମିଳିଥିବାରୁ ଅନ୍‌ଲାଇନ୍‌ ଶପିଂ ସେମାନଙ୍କୁ ସୁଯୋଗ ଦେଇଛି। କେଉଁ ବ୍ରାଣ୍ଡ୍‌ କେତେ ଭଲ, କେଉଁ ସେବା ସହଜରେ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ଏବଂ ନିଜ ପର୍ସକୁ ସୁହାଇଲା ଭଳି ହୋଇପାରୁଛି, ତାହା ଜାଣିବା ପାଇଁ ଆଗ୍ରହ ବଢ଼ିବାରୁ ସେହି ସମ୍ବନ୍ଧୀୟ ବିଷୟ ଯୋଗାଉଥିବା ସାଇଟ୍‌ରେ ଭିଡ଼ ପରିଲକ୍ଷିତ ହୋଇଛି।
କୌତୂହଳର ବିଷୟ ଯେ, ପଇସାର ଅଭାବ ଦେଖାଦେଇଥିଲେ ହେଁ ଲୋକେ ନୂଆ କାର୍‌ ମଡେଲ ବିଷୟରେ ଜାଣିବାକୁ ଆଗ୍ରହ ରଖୁଛନ୍ତି। ସେମାନେ ତାହା କିଣିପାରିବେ କି ନାହିଁ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ସେହିଭଳି ଭିଡିଓ କନଫରେନ୍ସ କରିବାରେ ପ୍ରସ୍ତୁତ ଆପ୍‌ଗୁଡ଼ିକ କେତେ ସୁରକ୍ଷିତ, ସେ ସଂକ୍ରାନ୍ତ ପ୍ରସଙ୍ଗ ଜାଣିବାର ଆଗ୍ରହ ୧୬୧ ପ୍ରତିଶତ ବଢିଯାଇଛି। ଅନୁରୂପ ଭାବେ ଦେଶବ୍ୟାପୀ ତାଲାବନ୍ଦ ରହିଥିବା ବେଳେ ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନକୁ ଯାଇପାରୁ ନ ଥିବାରୁ ଅନ୍‌ଲାଇନ୍‌ ପଢ଼ା ୩୮ ପ୍ରତିଶତ ବୃଦ୍ଧି ପାଇଛି।
ଆୟକର ଦାଖଲ ସମୟ ସୀମା ବୃଦ୍ଧି ପାଇଥିବାରୁ ଏ ସମ୍ବନ୍ଧରେ କେଉଁ ପ୍ରକାରର ପରିବର୍ତ୍ତନ ଦେଖାଦେଉଛି, ସେ ବିଷୟରେ ଜାଣିବା ଲାଗି କରଦାତାଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ଆୟକର ସମ୍ପର୍କିତ ଲେଖାକୁ ଜାଣିବା ଲାଗି ୨.୬ ମିଲିୟନ ଲୋକ ସେହି ପେଜ୍‌କୁ ବାରମ୍ବାର ଦେଖିଥିବା ଟାବୋଲା ନେଟ୍‌ଓ୍ବର୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ଲୋକଙ୍କ ପାଇଁ ଆର୍ଥିକ ଦିଗ ଚିନ୍ତାର ବିଷୟ ହୋଇଥିବାରୁ ଋଣ ସମ୍ବନ୍ଧୀୟ ଲେଖା ଥିବା ପେଜ୍‌କୁ ୧.୨ ମିଲିୟନ ଲୋକ ଦେଖିସାରିଛନ୍ତି। ଗୃହଋଣ, ବ୍ୟକ୍ତିଗତ ଋଣ ଏବଂ ବ୍ୟବସାୟିକ ଋଣ ସଂକ୍ରାନ୍ତ ଖବର ଜାଣିବା ଲାଗି ଉଦ୍ଦିଷ୍ଟ ପେଜ୍‌କୁ ପୂର୍ବାପେକ୍ଷା ଚଳିତ ମାସ ୨୯୧ ପ୍ରତିଶତ ଅଧିକ ସଂଖ୍ୟାରେ ଲୋକ ଦେଖିଥିବାରୁ ପେଜଭ୍ୟୁ ଟ୍ରାଫିକ ଯଥେଷ୍ଟ ବଢିଯାଇଛି।
ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଜାଣିବା ଲାଗି ଆପ୍‌ଲ ଆଇଫୋନ୍‌ର ଲେଖା ପଢ଼ିବା ଲାଗି ୨୫ ପ୍ରତିଶତ ଟ୍ରାଫିକ୍‌ ବଢି ୮.୩ ମିଲିୟନ ପେଜ୍‌ ଭ୍ୟୁ ହୋଇଛି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟ ବିଷୟରେ ଜାଣିବା ସକାଶେ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି। ହଳଦୀକୁ ଖାଇବା ଓ ଦେହରେ ଲଗାଇବା ନେଇ ଥିବା ଉପାଦେୟ ଲେଖା ପଢିବାରେ ପୂର୍ବାପେକ୍ଷା ୩୯ ପ୍ରତିଶତ ଅଧିକ ଆଗ୍ରହ ଦେଖାଇଛନ୍ତି। ଏଥିରେ ୫.୬ ମିଲିୟନ ପେଜ୍‌ ଭ୍ୟୁ ହୋଇଥିବା ଟାବୋଲା ନେଟଓ୍ବର୍କିଂ ରେକର୍ଡ କରିଛି।
କୋଭିଡ୍‌-୧୯ଜନିତ ଲକ୍‌ଡାଉନ୍‌ ବେଳେ ଲୋକଙ୍କ ପଢ଼ାର ପସନ୍ଦ ଓ ଅଭ୍ୟାସରେ ଦେଖାଦେଇଥିବା ପରିବର୍ତ୍ତନ ବିଭିନ୍ନ କମ୍ପାନୀର ବ୍ରାଣ୍ଡ୍‌ ଷ୍ଟ୍ରାଟେଜି ଓ ବିଜ୍ଞାପନଦାତାଙ୍କ ଭବିଷ୍ୟତ ଯୋଜନାକୁ ନିୟନ୍ତ୍ରିତ କରିବ ବୋଲି ଏହି ତଥ୍ୟରୁ ଜଣାପଡିଛି। ଫଳରେ ସେମାନେ ମହାମାରୀ ପରବର୍ତ୍ତୀ ସମୟରେ ଏହି ତଥ୍ୟକୁ ଆଧାର କରି ସେମାନଙ୍କ ଆଗାମୀ ଯୋଜନା ସ୍ଥିର କରିବାର ଏହା ସୁଯୋଗ ଦେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri