ଲକ୍‌ଡାଉନ୍‌ ଦୁଃଖ: ବିପଦରେ ୩୦୦ ପେଟ୍‌ ଶପ୍‌ରେ ଥିବା ଜୀବଜନ୍ତୁ

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା କଟକଣାରେ ସମସ୍ତ ଜୀବଜଗତ ପ୍ରଭାବିତ। ଏଭଳିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ତେବେ ବୁଲା ଜୀବଜନ୍ତୁ, ଗୃହପାଳିତ ପଶୁ ଏବଂ ପୋଷା ଜୀବଜନ୍ତୁଙ୍କ ସୁରକ୍ଷା ମଧ୍ୟ ଆବଶ୍ୟକ ହୋଇପଡ଼ିଛି। ସରକାର ଇତିମଧ୍ୟରେ ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫୪ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଅପରପକ୍ଷରେ ବିଭିନ୍ନ ସାମାଜିକ କର୍ମୀ ବୁଲା ଗୋରୁ ଏବଂ କୁକୁରଙ୍କ ପାଇଁ ମଧ୍ୟ ଖାଦ୍ୟ ଯୋଗେଇବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଲେଣି। କିନ୍ତୁ ପେଟ୍‌ ଶପ୍‌ଗୁଡ଼ିକରେ ଥିବା ପୋଷା ଜୀବ କିମ୍ବା ବିକ୍ରି ଉଦ୍ଦେଶ୍ୟରେ ଥିବା ପଶୁପକ୍ଷୀଙ୍କ କଥା କାହାର ମନେ ପଡ଼ୁନି। ଓଡ଼ିଶାରେ ପ୍ରାୟ ୩୦୦ ପେଟ୍‌ ଶପ ଥିବାବେଳେ ଭୁବନେଶ୍ୱର ଓ କଟକରେ ୧୧୦ଟି ପେଟ୍‌ ଶପ୍‌ ରହିଛି। ଲକ୍‌ଡାଉନ୍‌ ଯୋଗୁ ଏସବୁ ବନ୍ଦ ରହିଛି। ସେମାନେ ଖାଦ୍ୟ ପାନୀୟ କିପରି ପାଇବେ, ତାହା ବଡ଼ ସମସ୍ୟା ହୋଇଯାଇଛି। ତେଣୁ ପେଟ୍‌ ଶପ୍‌ରେ ଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ପଡ଼ିଯାଇଛି। କାରଣ ପେଟ୍‌ ଦୋକାନୀ ଯଦି ଖାଇବା ଏବଂ ପାଣି ଦେବା ପାଇଁ ନ ଯାଇପାରିଲେ ତେବେ ସେମାନେ ନିଶ୍ଚୟ ମରିଯିବେ। ତେଣୁ ଏହି ପେଟ୍‌ ଶପ୍‌ରେ ଥିବା ଜୀବଜନ୍ତୁଙ୍କ ନିମନ୍ତେ ଆନିମଲ ୱେଲଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ ତରଫରୁ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏକ ପତ୍ର ଲେଖାଯାଇଛି। ଏହି ପତ୍ରରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ଜୀବେ ନିଷ୍ଠୁରତା ନିରାକରଣ ସମିତି(ଏସ୍‌ପିସିଏ) ମାଧ୍ୟମରେ ସମସ୍ତ ପେଟ୍‌ ଶପ୍‌କୁ ରାଜ୍ୟ ଜୀବଜନ୍ତୁ କଲ୍ୟାଣ ବୋର୍ଡ ଦ୍ୱାରା ତୁରନ୍ତ ଖାଲି କରେଇବା ପାଇଁ ଅନୁରୋଧ କରାଯାଇଛି। ରାଜ୍ୟରେ ଥିବା ଏସ୍‌ପିସିଏର ମୁଖ୍ୟ ଭାବରେ ଜିଲାପାଳମାନେ ରହିଥାନ୍ତି ଏବଂ ଯେଉଁଠି ଏସ୍‌ପିସିଏ ନଥିବ ସେହି ସ୍ଥାନରେ ଜିଲା ପ୍ରଶାସନ ଅନ୍ୟ ବ୍ୟବସ୍ଥା କରି ପେଟ୍‌ ଶପ୍‌ରୁ ପଶୁପକ୍ଷୀଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଚିଠିକୁ ଅତି ଜରୁରୀ ବୋଲି ମାନିବାକୁ ମଧ୍ୟ ଅନୁରୋଧ କରାଯାଇଛି। ତେବେ ଗତ ୨୪ତାରିଖରେ ଏହି ଚିଠି ଆସିଥିବାବେଳେ ଏପର୍ଯ୍ୟନ୍ତ ସରକାର ବୋଧହୁଏ କୌଣସି ପଦକ୍ଷେପ ନେଇନାହାନ୍ତି। ଅନ୍ୟପଟେ ସକାଳ ଓ ସନ୍ଧ୍ୟାରେ ୨ବେଳା ନିର୍ଦ୍ଦିଷ୍ଟ ସମୟରେ ପେଟ୍‌ ସପ୍‌ ଖୋଲିବା ପାଇଁ ଅନୁମତି ଦେବାକୁ ଅନ୍ୟ ଏକ ଚିଠିରେ ଆନିମଲ ୱେଲଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ ଅନୁରୋଧ କରିଛି।
ଏନେଇ ଭୁବନେଶ୍ୱରସ୍ଥିତ ଓ୍ବାଇଲ୍ଡ ଉଡ୍‌ସ ଏକଜୋଟିକ ପେଟ୍‌ ଶପ୍‌ର ବିଶ୍ୱରଞ୍ଜନ ଭଦ୍ର କୁହନ୍ତି, ଆମ ଦୋକାନରେ ଥିବା ପର୍ସିଆନ କ୍ୟାଟ୍‌, କୁକୁର ଏବଂ କିଛି ବିଦେଶୀ ପକ୍ଷୀଙ୍କୁ ଆମେ ଘରକୁ ନେଇ ଆସିଛୁ। କିନ୍ତୁ ଆକ୍ୱାରିୟମ ଥିବା ମାଛମାନଙ୍କ ପାଇଁ ମୁଁ ଦିନକୁ ୨ ଥର ଖାଦ୍ୟ ଦେବା ପାଇଁ ମାତ୍ର ୧୦ମିନିଟ୍‌ ପାଇଁ ଯାଉଛି। ଆମ ଘର ପାଖ ହୋଇଥିବାରୁ ମୁଁ ସରକାରୀ କଟକଣା ମାନି ଚାଲି ଚାଲି ଯାଉଛି। କିନ୍ତୁ ଯେଉଁମାନଙ୍କର ଘରଠାରୁ ଦୋକାନ ଦୂର ସେମାନେ ହଇରାଣ ହେଉଛନ୍ତି। ଯଦି କମିଶନରେଟ ପୋଲିସ ପେଟ୍‌ ଦୋକାନୀଙ୍କ ପାଇଁ ଦିନକୁ ୨ବେଳା ପାଇଁ ମାତ୍ର ଅଧଘଣ୍ଟା ଲେଖାଏ ପାସ୍‌ ବ୍ୟବସ୍ଥା କରନ୍ତା ତା’ହେଲେ ଆଉ ସମସ୍ୟା ରୁହନ୍ତା ନାହିଁ। ଅନ୍ୟପଟେ ଓଡ଼ିଶାରେ ଏକ୍‌ଜୋଟିକ ଜୀବଜନ୍ତୁମାନଙ୍କୁ ନେଇ ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜିଲା ପ୍ରଶାସନ ରଖେଇବା କଷ୍ଟକର ବୋଲି ପଶୁପ୍ରେମୀ କହୁଛନ୍ତି। ସବୁଠାରୁ ବଡ଼କଥା ହେଲା ଏହି ପଶୁପକ୍ଷୀମାନେ କେଉଁ ପ୍ରକାରର ଖାଦ୍ୟ କେଉଁ ସମୟରେ ଖାଇବେ ତାହା ଜଣେ ସାଧାରଣ ଲୋକ ପାଳନ କରିବା ଅସମ୍ଭବ। ତେଣୁ ପୋଲିସ ପେଟ୍‌ ଦୋକାନୀଙ୍କୁ ସେମାନଙ୍କ ପଶୁପକ୍ଷୀଙ୍କୁ ନିଜ ଘରକୁ ନେବା ପାଇଁ ଗୋଟିଏ ଦିନ ଅନୁମତି ଦେବା ଉଚିତ୍‌। ନଚେତ୍‌ ସେମାନଙ୍କୁ ଦୋକାନକୁ ଜୀବଜନ୍ତୁଙ୍କୁ ଖାଇବା ଦେବା ନିମନ୍ତେ ଆସିବା ପାଇଁ ପାସ୍‌ ଦେବା ଉଚିତ୍‌ ବୋଲି ପଶୁପ୍ରେମୀମାନେ କହିଛନ୍ତି।
ଅନ୍ୟପଟେ ରାଜ୍ୟ ସରକାର ଗତ ୨୮ତାରିଖରେ ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ଅନ୍ତର୍ଭୂକ୍ତ କରିଛନ୍ତି। ସେସବୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପେଟ୍‌ ଶପ୍‌ ଖୋଲା ରଖିବା ପାଇଁ କୌଣସି ନିୟମ କରିନାହାନ୍ତି। ଏଦିଗରେ ଭବାନୀପାଟଣାର ପେଟ୍‌ ଦୋକାନୀ ଶୁଭକାନ୍ତ ପଟ୍ଟନାୟକ କୁହନ୍ତି, ଯେହେତୁ ଓଡ଼ିଶା ସରକାର ପେଟ୍‌ ଫିଡ୍‌ ଏବଂ ମାଛ ଖାଦ୍ୟ ପାଇଁ ଅନୁମତି ପ୍ରଦାନ କରିଛନ୍ତି, ତେଣୁ ପେଟ୍‌ ଦୋକାନୀଙ୍କୁ ସକାଳେ ୨ ଘଣ୍ଟା ଏବଂ ସାରେ ୨ ଘଣ୍ଟା ଖୋଲିବା ପାଇଁ ଅନୁମତି ଦିଆଯାଉ। ଫଳରେ ସେମାନେ ନିଜ ଦୋକାନରେ ଥିବା ପଶୁ, ପକ୍ଷୀ ଓ ମାଛ ମାନଙ୍କର ଯତ୍ନ ନେଇପାରିବେ। ଏଥି ସହିତ ଏହି ସମୟରେ ସାଧାରଣ ଲୋକେ ମଧ୍ୟ ନିଜ ଘରେ ରଖିଥିବା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଖାଦ୍ୟ ଓ ଔଷଧ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri