ଲକ୍‌ଡାଉନ୍‌ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’

ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ବହୁ ଲୋକ ଘରକୁ ଫେରି ପାରି ନ ଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ହୋଇ ରହିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପୁଥିବାରୁ ଯିଏ ଯେଉଁଠି ରହିଛି ସେଇଠି ରହିବାକୁ ସରକାର ପୂର୍ବରୁ ସମସ୍ତଙ୍କୁ ନିବେଦନ କରିଥିଳେ। ହେଲେ କେତେକ ଭୟଭୀତ ହୋଇ ଯେକୌଣସି ଉପାୟରେ ନିଜ ଘରକୁ ଫେରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଲକ୍‌ଡାଉନ୍‌ରେ ଫସିଥିବା ପୁଅକୁ ଆଣିବା ପାଇଁ ଜଣେ ମା’ ସ୍କୁଟି ଚଳାଇ ପ୍ରାୟ ୧୪୦୦ କିଲୋମିଟର ଯାତ୍ରା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ତେଲେଙ୍ଗାନାର ନିଜାମାବାଦରେ ରହୁଥିବା ୫୦ ବର୍ଷୀୟ ଶିକ୍ଷୟତ୍ରୀ ରଜିଆ ବେଗମଙ୍କ ସାନ ପୁଅ ଲକ୍‌ଡାଉନ୍‌ ଯୋଗୁ ଆନ୍ଧ୍ରପ୍ରଦେଶର ନେଲୋରରେ ଫସିଯାଇଥିଲେ। ପୁଅ ଘରକୁ ଫେରିବାର କୌଣସି ବ୍ୟବସ୍ଥା ନ ଥିବା ଦେଖି ତାଙ୍କୁ ନିଜେ ଆଣିବାକୁ ରଜିଆ ବିଚାର କରିଥିଲେ। ଏଥିପାଇଁ ସେ ସୋମବାର ସ୍ଥାନୀୟ ପୋଲିସଙ୍କଠାରୁ ଏକ ଅନୁମତି ପତ୍ର ଆଣିଥିଲେ। ଏହାପରେ ନିଜ ଘରଠୁଁ ୭୦୦ କିଲୋମିଟର ଦୂରରେ ଥିବା ନେଲୋର ଯାତ୍ରାରେ ବାହାରିଥିଲେ। ହାଇଓ୍ବେ ଓ ଶୂନଶାନ ରାସ୍ତା ଦେଇ ଶେଷରେ ରଜିଆ ନିଜ ପୁଅଙ୍କୁ ସ୍କୁଟିରେ ଧରି ବୁଧବାର ଘରକୁ ଫେରିଥିଲେ। ତେବେ ଏହି ୧୪୦୦କିଲୋମିଟର ଯାତ୍ରା କରିବାକୁ ତାଙ୍କୁ ମାତ୍ର ୩ ଦିନ ଲାଗିଥିଲା। ପ୍ରତିଦିନ ସେ ୪୭୦ କିଲୋମିଟର ଗାଡି ଚଳାଉଥିବା ଜଣାପଡ଼ିଛି। ସ୍କୁଟିରେ ଏହି ଯାତ୍ରା କଠିନ ଥିବା ବେଳେ କିନ୍ତୁ ପୁଅକୁ ଆଣିବା ଲାଗି ସେ ଦୃଢ଼ମନୋଭାବ କରିଥିଲେ ବୋଲି ରଜିଆ କହିଛନ୍ତି। ତେବେ ପୁଅକୁ ଘରକୁ ଆଣିବା ପରେ ରଜିଆ ଓ ତାଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ଅପରପକ୍ଷେ ରଜିଆଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri