ଲକ୍‌ଡାଉନ୍‌ରେ ଥିଲେ ଠାକୁର: ବାଗ୍‌ଚୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ)କରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ୫ଟି ଜିଲା ସହିତ ୮ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏହି ଲକ୍‌ଡାଉନ କ’ଣ, ତାକୁ ଅତ୍ୟନ୍ତ ସରଳ ଭାଷାରେ ବୁଝାଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ। ମହାପଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ମନେପକାଇ ସେ ଲକ୍‌ଡାଉନ୍‌ର ପୂରା ସାରକଥା ବୁଝାଇଛନ୍ତି। ବାଗ୍‌ଚୀ କହିଛନ୍ତି, ଇତିହାସ ଓ ମାଦଳପାଞ୍ଜୀ ଅନୁସାରେ ଭଗବାନ ୨୨ଥର ଲକ୍‌ଡାଉନ୍‌ ଅବସ୍ଥାରେ ଥିଲେ।
ଯେବେ ଅତର୍କିତ ଭାବେ ବର୍ହିଶତ୍ରୁ ଭଗବାନଙ୍କ ପ୍ରତି ବିପଦ ସୃଷ୍ଟି କରିଛନ୍ତି, ସେତେବେଳେ ସେବକମାନେ ଭଗବାନଙ୍କୁ ସ୍ଥାନାନ୍ତରିତ କରି ସମ୍ପୂର୍ଣ୍ଣ ଲକ୍‌ଡାଉନ କରି ରଖିଥିଲେ। ଶ୍ରୀକ୍ଷେତ୍ରରେ ୨ଥର ଓ ଗୁରୁବାଇଗଡ଼ରେ ୨ଥର, ନଇରି ହରିଶ୍ୱର ମଣ୍ଡପରେ ୨, ପାତାଳି ଭାବେ ୨, ବ୍ରହ୍ମଙ୍କୁ ୨ଥର ସ୍ଥାନାନ୍ତର କରାଯାଇଥିଲା। କରୋନା ଭୂତାଣୁ ମଧ୍ୟ ଏକ ଅଚାନକ ବର୍ହିଶତ୍ରୁ ସଦୃଶ। ଏହି ବର୍ହିଶତ୍ରୁଙ୍କୁ ରୋକିବା ପାଇଁ ନିଜକୁ ଭଗବାନଙ୍କ ଭଳି ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ କରି ରଖିବାକୁ ପଡ଼ିବ। ସମସ୍ତଙ୍କ ଭିତରେ ଠାକୁର ଅଛନ୍ତି। ସମସ୍ତେ ଠାକୁର ଓ ସମେସ୍ତ ନିଜର ସେବକ। ତେଣୁ ନିଜେ ନିଜକୁ ଲକ୍‌ଡାଉନ୍‌ରେ ରଖନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।
ଏତେ ଦିନ କିପରି ଘର ଭିତରେ ରହିବା, ତାକୁ ନେଇ ବିଚଳିତ ହେବାର ଆବଶ୍ୟକ ନାହିଁ। ସମସ୍ତେ ମନେରଖିବା ଉଚିତ୍‌ ଯେ, ପ୍ରତିଥର ଠାକୁରଙ୍କ ଲକ୍‌ଡାଉନ୍‌ ସମୟ ଲମ୍ବା ଥିଲା। ଯେତେବେଳେ ପାତାଳି ଭାବେ ଠାକୁରଙ୍କ ଲକ୍‌ଡାଉନ୍‌ ହୋଇଥିଲା, ସେତେବେଳେ ସୋନପୁରର ବାଘପଲ୍ଲୀ ସୁଧାଲିପ୍ତ ମଣ୍ଡପରେ ୪୫ବର୍ଷ ଠାକୁର ରହିଥିଲେ। ଛଳିଆ ପାହାଡ଼ ଗୁମ୍ଫାରେ ଠାକୁର ୯୯ବର୍ଷ ରହିଥିଲେ। ଏହି ଦୁଇଟି ମିଶିଲେ ଠାକୁର ୧୪୪ବର୍ଷ ଠାକୁର୍‌ ଲକ୍‌ଡାଉନ୍‌ରେ ରହିଥିଲେ। ତେଣୁ ଭଗବାନଙ୍କ ଏହି ଲୀଳାକୁ ଆମେ ଉଦାହରଣ ଭାବେ ନେବା ତେବେ ଆମେ ଶକ୍ତିର ସହ ଏଭଳି ବିଶ୍ୱ ମହାମାରୀର ମୁକାବିଲା କରିପାରିବା ବୋଲି ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri