ଲକ୍‌ଡାଉନ୍‌ରେ ଥିଲେ ଠାକୁର: ବାଗ୍‌ଚୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ)କରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ୫ଟି ଜିଲା ସହିତ ୮ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଏହି ଲକ୍‌ଡାଉନ କ’ଣ, ତାକୁ ଅତ୍ୟନ୍ତ ସରଳ ଭାଷାରେ ବୁଝାଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ। ମହାପଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ମନେପକାଇ ସେ ଲକ୍‌ଡାଉନ୍‌ର ପୂରା ସାରକଥା ବୁଝାଇଛନ୍ତି। ବାଗ୍‌ଚୀ କହିଛନ୍ତି, ଇତିହାସ ଓ ମାଦଳପାଞ୍ଜୀ ଅନୁସାରେ ଭଗବାନ ୨୨ଥର ଲକ୍‌ଡାଉନ୍‌ ଅବସ୍ଥାରେ ଥିଲେ।
ଯେବେ ଅତର୍କିତ ଭାବେ ବର୍ହିଶତ୍ରୁ ଭଗବାନଙ୍କ ପ୍ରତି ବିପଦ ସୃଷ୍ଟି କରିଛନ୍ତି, ସେତେବେଳେ ସେବକମାନେ ଭଗବାନଙ୍କୁ ସ୍ଥାନାନ୍ତରିତ କରି ସମ୍ପୂର୍ଣ୍ଣ ଲକ୍‌ଡାଉନ କରି ରଖିଥିଲେ। ଶ୍ରୀକ୍ଷେତ୍ରରେ ୨ଥର ଓ ଗୁରୁବାଇଗଡ଼ରେ ୨ଥର, ନଇରି ହରିଶ୍ୱର ମଣ୍ଡପରେ ୨, ପାତାଳି ଭାବେ ୨, ବ୍ରହ୍ମଙ୍କୁ ୨ଥର ସ୍ଥାନାନ୍ତର କରାଯାଇଥିଲା। କରୋନା ଭୂତାଣୁ ମଧ୍ୟ ଏକ ଅଚାନକ ବର୍ହିଶତ୍ରୁ ସଦୃଶ। ଏହି ବର୍ହିଶତ୍ରୁଙ୍କୁ ରୋକିବା ପାଇଁ ନିଜକୁ ଭଗବାନଙ୍କ ଭଳି ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ କରି ରଖିବାକୁ ପଡ଼ିବ। ସମସ୍ତଙ୍କ ଭିତରେ ଠାକୁର ଅଛନ୍ତି। ସମସ୍ତେ ଠାକୁର ଓ ସମେସ୍ତ ନିଜର ସେବକ। ତେଣୁ ନିଜେ ନିଜକୁ ଲକ୍‌ଡାଉନ୍‌ରେ ରଖନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।
ଏତେ ଦିନ କିପରି ଘର ଭିତରେ ରହିବା, ତାକୁ ନେଇ ବିଚଳିତ ହେବାର ଆବଶ୍ୟକ ନାହିଁ। ସମସ୍ତେ ମନେରଖିବା ଉଚିତ୍‌ ଯେ, ପ୍ରତିଥର ଠାକୁରଙ୍କ ଲକ୍‌ଡାଉନ୍‌ ସମୟ ଲମ୍ବା ଥିଲା। ଯେତେବେଳେ ପାତାଳି ଭାବେ ଠାକୁରଙ୍କ ଲକ୍‌ଡାଉନ୍‌ ହୋଇଥିଲା, ସେତେବେଳେ ସୋନପୁରର ବାଘପଲ୍ଲୀ ସୁଧାଲିପ୍ତ ମଣ୍ଡପରେ ୪୫ବର୍ଷ ଠାକୁର ରହିଥିଲେ। ଛଳିଆ ପାହାଡ଼ ଗୁମ୍ଫାରେ ଠାକୁର ୯୯ବର୍ଷ ରହିଥିଲେ। ଏହି ଦୁଇଟି ମିଶିଲେ ଠାକୁର ୧୪୪ବର୍ଷ ଠାକୁର୍‌ ଲକ୍‌ଡାଉନ୍‌ରେ ରହିଥିଲେ। ତେଣୁ ଭଗବାନଙ୍କ ଏହି ଲୀଳାକୁ ଆମେ ଉଦାହରଣ ଭାବେ ନେବା ତେବେ ଆମେ ଶକ୍ତିର ସହ ଏଭଳି ବିଶ୍ୱ ମହାମାରୀର ମୁକାବିଲା କରିପାରିବା ବୋଲି ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri