ଲକ୍‌ଡାଉନ୍‌ରେ ଜୀବିକା: ସଙ୍କଟରେ ଟେରାକୋଟା ଶିଳ୍ପୀ

କେନ୍ଦୁଝର,୧୧। ୬ (ସ୍ବ.ପ୍ର.)-ଜୀବନ ଜୀବିକାକୁ ଲକ୍‌ କରିଦେଇଛି କରୋନା ଲକ୍‌ଡାଉନ। ଏହି ଲକ୍‌ଡାଉନରେ ଜୀବିକା ହରାଇଛନ୍ତି ଘଟଗାଁ ବ୍ଲକ ବାଟହରିଚନ୍ଦନପୁର(ବଳଭଦ୍ରପୁର)ର ଟେରାକୋଟା କାରିଗର। ନିର୍ଜୀବ ମାଟିର କଣ୍ଢେଇରେ ରଙ୍ଗର ଆସ୍ତରଣ ଦେଇ ଜୀବନ୍ତ କରି ସମସ୍ତଙ୍କୁ ଲୋଭିତ କରି ଆସୁଥିବା ଏହି ଟେରାକୋଟା କାରିଗର ଲକ୍‌ଡାଉନ ପାଇଁ ହାତବାନ୍ଧି ଆର୍ଥିକ ଅନଟନରେ ସହାୟତା ଅପେକ୍ଷାରେ ବସିଛନ୍ତି। ଟେରାକୋଟା କାରିଗରି ପାଇଁ ଏହି ଗ୍ରାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କିନ୍ତୁ କରୋନା ଲକ୍‌ଡାଉନ ଯୋଗୁ ଯାତାୟାତ ଉପରେ କଟକଣା ଲାଗିବା ଫଳରେ ଏହି ବ୍ୟବସାୟ ଠପ୍‌ ହୋଇଯାଇଛି। ଫଳରେ ଏହି କୌଳିକ ବୃତ୍ତିକୁ ଧରି ଘର ପରିବାର ଚଳାଇଆସୁଥିବା ଶତାଧିକ ପରିବାର ସେମାନଙ୍କ ପ୍ରସ୍ତୁତ ଟେରାକୋଟା ସାମଗ୍ରୀ ବିକି ନ ପାରି ଆର୍ଥିକ ସଙ୍କଟରେ ରହୁଛନ୍ତି।
ଜାତୀୟ ରାଜପଥ ୨୦ କଡ଼ରେ ବିଭିନ୍ନ ପ୍ରକାରର ଟେରାକୋଟା ସାମଗ୍ରୀର ପସରା ମେଲାଇ ଆକର୍ଷିତ କରୁଥିବା ଏହି ଗ୍ରାମ କରୋନା ପାଇଁ ଦୁଇ ମାସ ହେଲେ ଖାଁ ଖାଁ ହୋଇ ରହିଛି। ବିଶେଷ କରି ଏହି ରାସ୍ତାରେ କେନ୍ଦୁଝର ଜିଲାର ଜିଲା ମୁଖ୍ୟାଳୟ ତଥା ଯୋଡା, ବଡବିଲ ଆଦି ଖଣିଖାଦାନ ଅଞ୍ଚଳକୁ ଆସୁଥିବା ଲୋକଙ୍କ ପାଇଁ ଏହି ବ୍ୟବସାୟ ଚାଲିଆସୁଥିଲା। ସେହିପରି ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଆସୁଥିବା ଭକ୍ତ ଓ ସୀତାବିଞ୍ଜ, ବାରହାଟିପୁରା, ଭୀମକୁଣ୍ଡ, ଗୁଣ୍ଡିଚାଘାଗୀ ଆଦି ସ୍ଥାନୀୟ ତଥା ଅନ୍ୟାନ୍ୟ ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକ, ଭିଆଇପିଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥିଲା। ସେମାନେ ଆଗ୍ରହର ସହ ମାଟିର ଏହି ସାମଗ୍ରୀ କିଣି ନେଇଥାନ୍ତି । ମା’ତାରିଣୀଙ୍କଠାରେ ପୂଜାପାଇ ଆସୁଥିବା ମାଟି ଘୋଡା ଓ ଦୀପ ଆଦି ମନ୍ଦିର ବନ୍ଦ ଯୋଗୁ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଛି । ସେହିପରି ବିଭିନ୍ନ ସ୍ଥାନକୁ ପଠାଇ ବା ମେଳାମହୋତ୍ସବ ଆଦିକୁ ଯାଇ ଏସବୁ ବିକି ଦୁଇପଇସା ପାଇଥାନ୍ତି। ତେବେ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ସାମଗ୍ରୀ ବିକ୍ରି ହୋଇ ନ ପାରି ପଡ଼ିରହିଛି। ଲକ୍‌ଡାଉନ ପାଇଁ ସେମାନଙ୍କ ପରିସ୍ଥିତି ଖରାପ ହୋଇଯାଇଛି। ବାହାରକୁ ଯାଇ ପାରୁନାହାନ୍ତି କିମ୍ବା ପ୍ରସ୍ତୁତ ସାମଗ୍ରୀ ମଧ୍ୟ ବିକ୍ରି କରିପାରୁ ନାହାନ୍ତି ବୋଲି ଟେରାକୋଟା ଶିଳ୍ପୀମାନେ କହିଛନ୍ତି। କାରିଗର ଓ ସେମାନଙ୍କ ପରିବାର ହାତବାନ୍ଧି ବସିଛନ୍ତି। ଆର୍ଥିକ ସହାୟତା ମିଳିଲେ ଘର ପରିବାର ଚଳିପାରନ୍ତା ବୋଲି କାରିଗରମାନେ କହିଛନ୍ତି।
ସେହିପରି ଚୈତ୍ର ଓ ବୈଶାଖ ମାସରେ ଶାଳପୂଜା, ଗ୍ରାମଦେବୀ ପୂଜା, ପାଟୁଆ ଯାତ୍ରା, ଉଡ଼ାପର୍ବ, ଚଇତି ପର୍ବ ଆଦି ଉତ୍ସବରେ ମାଟିଘୋଡା, ଦୀପ ଆଦି ପୂଜାରେ ଲାଗିଥାଏ ବୋଲି ସ୍ଥାନୀୟ କାରିଗରମାନେ କୁହନ୍ତି। ସେସବୁ କରୋନା କଟକଣା ପାଇଁ ବନ୍ଦ ରହିଛି। କୌଣସି ସହାୟତା ମଧ୍ୟ ନାହିଁ। ତେବେ ସେମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଯୋଗାଇଦେବାକୁ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ବିଡିଓ ନାରାୟଣ ସାହୁ କହିଛନ୍ତି । ଜିଲାର ଘଟଗାଁ ବ୍ଲକ ବାଟହରିଚନ୍ଦନପୁର, ହଳଧରପୁର, ପାଟଣା ବ୍ଲକର ମଲ୍ଲିପଶି, ଝୁମ୍ପୁରା ବ୍ଲକ ଟୁକୁଡିହା, ସଦର ବ୍ଲକ ଟିକଟପଡା ଆଦି ଗ୍ରାମରେ ଚାଲିଥିବା ଟେରାକୋଟା କାରୁକାର୍ଯ୍ୟ ଏଭଳି ସଙ୍କଟର ସମ୍ମୁଖୀନ ହୋଇଥିବାରୁ ସାହାଯ୍ୟ କରିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା CCSର ବଡ଼ ବୈଠକ; ସାମିଲ ହେଲେ NSA ଡୋଭାଲ, କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ CCSର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଜାତୀୟ…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ ବିରିୟାନି!

ଚେନ୍ନାଇ,୩୦।୭: ତାମିଲନାଡୁ ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇପାରେ । ରାଜ୍ୟ ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ସରକାର ସପ୍ତାହରେ…

ରାସ୍ତାରେ ଘାଇ: ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ନୂଆପଡ଼ା,୩୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଘାଇ ସୃଷ୍ଟି ହୋଇ ଅଧିକାଂଶ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଈ, ନାଳ…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ଶ୍ରାବଣ ମାସ ପାଇଁ ଚଳଚଞ୍ଚଳ ଗାଁଠୁ ସହର: ଆଖଣ୍ଡଳମଣି ପୀଠ ସହ ଋଷିକୂଲ୍ୟା ନଦୀ ଘାଟ ସଫେଇ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ ): ଆସିଗଲା ଶ୍ରାବଣ ମାସ । ଜଳ ଭାର ନେଇ ବିଭିନ୍ନ ଶୈବ ପୀଠ ମୁଖେ ବାହାରିବେ କାଉଡିଆ । ଭୋଲ ବମ ହରହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri