ଲକ୍‌ଡାଉନ୍‌ରେ ଜୀବିକା: ସଙ୍କଟରେ ଟେରାକୋଟା ଶିଳ୍ପୀ

କେନ୍ଦୁଝର,୧୧। ୬ (ସ୍ବ.ପ୍ର.)-ଜୀବନ ଜୀବିକାକୁ ଲକ୍‌ କରିଦେଇଛି କରୋନା ଲକ୍‌ଡାଉନ। ଏହି ଲକ୍‌ଡାଉନରେ ଜୀବିକା ହରାଇଛନ୍ତି ଘଟଗାଁ ବ୍ଲକ ବାଟହରିଚନ୍ଦନପୁର(ବଳଭଦ୍ରପୁର)ର ଟେରାକୋଟା କାରିଗର। ନିର୍ଜୀବ ମାଟିର କଣ୍ଢେଇରେ ରଙ୍ଗର ଆସ୍ତରଣ ଦେଇ ଜୀବନ୍ତ କରି ସମସ୍ତଙ୍କୁ ଲୋଭିତ କରି ଆସୁଥିବା ଏହି ଟେରାକୋଟା କାରିଗର ଲକ୍‌ଡାଉନ ପାଇଁ ହାତବାନ୍ଧି ଆର୍ଥିକ ଅନଟନରେ ସହାୟତା ଅପେକ୍ଷାରେ ବସିଛନ୍ତି। ଟେରାକୋଟା କାରିଗରି ପାଇଁ ଏହି ଗ୍ରାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କିନ୍ତୁ କରୋନା ଲକ୍‌ଡାଉନ ଯୋଗୁ ଯାତାୟାତ ଉପରେ କଟକଣା ଲାଗିବା ଫଳରେ ଏହି ବ୍ୟବସାୟ ଠପ୍‌ ହୋଇଯାଇଛି। ଫଳରେ ଏହି କୌଳିକ ବୃତ୍ତିକୁ ଧରି ଘର ପରିବାର ଚଳାଇଆସୁଥିବା ଶତାଧିକ ପରିବାର ସେମାନଙ୍କ ପ୍ରସ୍ତୁତ ଟେରାକୋଟା ସାମଗ୍ରୀ ବିକି ନ ପାରି ଆର୍ଥିକ ସଙ୍କଟରେ ରହୁଛନ୍ତି।
ଜାତୀୟ ରାଜପଥ ୨୦ କଡ଼ରେ ବିଭିନ୍ନ ପ୍ରକାରର ଟେରାକୋଟା ସାମଗ୍ରୀର ପସରା ମେଲାଇ ଆକର୍ଷିତ କରୁଥିବା ଏହି ଗ୍ରାମ କରୋନା ପାଇଁ ଦୁଇ ମାସ ହେଲେ ଖାଁ ଖାଁ ହୋଇ ରହିଛି। ବିଶେଷ କରି ଏହି ରାସ୍ତାରେ କେନ୍ଦୁଝର ଜିଲାର ଜିଲା ମୁଖ୍ୟାଳୟ ତଥା ଯୋଡା, ବଡବିଲ ଆଦି ଖଣିଖାଦାନ ଅଞ୍ଚଳକୁ ଆସୁଥିବା ଲୋକଙ୍କ ପାଇଁ ଏହି ବ୍ୟବସାୟ ଚାଲିଆସୁଥିଲା। ସେହିପରି ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଆସୁଥିବା ଭକ୍ତ ଓ ସୀତାବିଞ୍ଜ, ବାରହାଟିପୁରା, ଭୀମକୁଣ୍ଡ, ଗୁଣ୍ଡିଚାଘାଗୀ ଆଦି ସ୍ଥାନୀୟ ତଥା ଅନ୍ୟାନ୍ୟ ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକ, ଭିଆଇପିଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥିଲା। ସେମାନେ ଆଗ୍ରହର ସହ ମାଟିର ଏହି ସାମଗ୍ରୀ କିଣି ନେଇଥାନ୍ତି । ମା’ତାରିଣୀଙ୍କଠାରେ ପୂଜାପାଇ ଆସୁଥିବା ମାଟି ଘୋଡା ଓ ଦୀପ ଆଦି ମନ୍ଦିର ବନ୍ଦ ଯୋଗୁ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଛି । ସେହିପରି ବିଭିନ୍ନ ସ୍ଥାନକୁ ପଠାଇ ବା ମେଳାମହୋତ୍ସବ ଆଦିକୁ ଯାଇ ଏସବୁ ବିକି ଦୁଇପଇସା ପାଇଥାନ୍ତି। ତେବେ ଗାଡ଼ି ଚଳାଚଳ ବନ୍ଦ ଯୋଗୁ ସାମଗ୍ରୀ ବିକ୍ରି ହୋଇ ନ ପାରି ପଡ଼ିରହିଛି। ଲକ୍‌ଡାଉନ ପାଇଁ ସେମାନଙ୍କ ପରିସ୍ଥିତି ଖରାପ ହୋଇଯାଇଛି। ବାହାରକୁ ଯାଇ ପାରୁନାହାନ୍ତି କିମ୍ବା ପ୍ରସ୍ତୁତ ସାମଗ୍ରୀ ମଧ୍ୟ ବିକ୍ରି କରିପାରୁ ନାହାନ୍ତି ବୋଲି ଟେରାକୋଟା ଶିଳ୍ପୀମାନେ କହିଛନ୍ତି। କାରିଗର ଓ ସେମାନଙ୍କ ପରିବାର ହାତବାନ୍ଧି ବସିଛନ୍ତି। ଆର୍ଥିକ ସହାୟତା ମିଳିଲେ ଘର ପରିବାର ଚଳିପାରନ୍ତା ବୋଲି କାରିଗରମାନେ କହିଛନ୍ତି।
ସେହିପରି ଚୈତ୍ର ଓ ବୈଶାଖ ମାସରେ ଶାଳପୂଜା, ଗ୍ରାମଦେବୀ ପୂଜା, ପାଟୁଆ ଯାତ୍ରା, ଉଡ଼ାପର୍ବ, ଚଇତି ପର୍ବ ଆଦି ଉତ୍ସବରେ ମାଟିଘୋଡା, ଦୀପ ଆଦି ପୂଜାରେ ଲାଗିଥାଏ ବୋଲି ସ୍ଥାନୀୟ କାରିଗରମାନେ କୁହନ୍ତି। ସେସବୁ କରୋନା କଟକଣା ପାଇଁ ବନ୍ଦ ରହିଛି। କୌଣସି ସହାୟତା ମଧ୍ୟ ନାହିଁ। ତେବେ ସେମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଯୋଗାଇଦେବାକୁ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ବିଡିଓ ନାରାୟଣ ସାହୁ କହିଛନ୍ତି । ଜିଲାର ଘଟଗାଁ ବ୍ଲକ ବାଟହରିଚନ୍ଦନପୁର, ହଳଧରପୁର, ପାଟଣା ବ୍ଲକର ମଲ୍ଲିପଶି, ଝୁମ୍ପୁରା ବ୍ଲକ ଟୁକୁଡିହା, ସଦର ବ୍ଲକ ଟିକଟପଡା ଆଦି ଗ୍ରାମରେ ଚାଲିଥିବା ଟେରାକୋଟା କାରୁକାର୍ଯ୍ୟ ଏଭଳି ସଙ୍କଟର ସମ୍ମୁଖୀନ ହୋଇଥିବାରୁ ସାହାଯ୍ୟ କରିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri