ଲକ୍‌ଡାଉନରେ ନିଆରା ବିବାହ: ବର୍ଡରରେ ପୋଲିସ କଲେ କନ୍ୟାଦାନ

କାଶୀପୁର,୨୭।୪: କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି। ଏଥିପାଇଁ କେତେକଙ୍କ ବିବାହ ସ୍ଥଗିତ ହୋଇଥିବା ବେଳେ ଆଉ କେତେକ ଭିଡିଓ କନ୍‌ଫରେନ୍ସିଂରେ ହେଉଥିବା ଦେଖିବାକୁ ମିଳିଛି। ହେଲେ ଏହି ଲକ୍‌ଡାଉନ ଭିତରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଯେଉଁଠି ବର୍ଡରର ପୋଲିସ କ୍ୟାମ୍ପସ୍‌ ବିବାହ ମଣ୍ଡପ ସାଜିଥିବା ବେଳେ କନ୍ୟାର ପିତା ସାଜିଛନ୍ତି ପୋଲିସ କର୍ମୀ। ଏହି ଦୃଶ୍ୟ ହେଉଛି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ସୀମାର। ସୂଚନା ମୁତାବକ ମୁଣ୍ଡାପାଣ୍ଡେ ଥାନା ଅଞ୍ଚଳର ବିକ୍ରମ ସିଂହ ଓ ବରଖେଡା ପାଣ୍ଡେ ଗାଁର ନେହା ସିଂହଙ୍କ ସହ ବିବାହ ଠିକ୍‌ ହୋଇଥିଲା।

କିନ୍ତୁ ଲକ୍‌ଡାଉନ ଯୋଗୁ ବିବାହ ତାରିଖକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଥିଲା। ତେବେ ବିବାହରେ ବରଯାତ୍ରୀ ନେଇକି ପାଇଁ ପ୍ରଶାସନଠାରୁ ଅନୁମତି ମାଗିବାକୁ ବିକ୍ରମ ଯାଇଥିଲେ। ସୀମାରୁ ଅନ୍ୟ ରାଜ୍ୟକୁ ଗଲେ ୧୪ଦିନ କ୍ୱାରାଣ୍ଟାଇନ୍‌ରେ ରଖିବା ପ୍ରକ୍ରିୟା ରହିଛି ବୋଲି ଅଧିକାରୀ ତାଙ୍କୁ କହିଥିଲେ। ତେବେ ସୀମାରେ ହିଁ ବିବାହ କରିବା ପାଇଁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ଜିଲା ପ୍ରଶାସନରୁ ଅନୁମତି ମଧ୍ୟ ମିଳିଥିଲା। ରବିବାର ବିବାହ ପାଇଁ ବିକ୍ରମ ନିଜ ସାଙ୍ଗରେ ଭଉଣୀଙ୍କୁ ନେଇ ଉତ୍ତରାଖଣ୍ଡର କାଶୀପୁରକୁ ଯାଇଥିଲେ। କାଶୀପୁର ପହଞ୍ଚିବା ପରେ ସେଠାକାର ପୋଲିସ ସୀମାରେ ହିଁ ତାଙ୍କୁ ଅଟକାଇ ଦେଇଥିଲେ। ତେବେ ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ବରପକ୍ଷଙ୍କ ପାଖରେ ଜିଲା ପ୍ରଶାସନର ଅନୁମତି ରହିଛି କିନ୍ତୁ କନ୍ୟାପକ୍ଷଙ୍କ ନିକଟରେ କୌଣସି ଅନୁମତି ନାହିଁ। ଏଭଳି ସ୍ଥିତିରେ ବିବାହରେ ସଙ୍କଟ ଦେଖାଦେବାରୁ ବର ଓ କନ୍ୟାପକ୍ଷ ପ୍ରଶାସନଙ୍କୁ ଗୁହାରୀ କରିଥିଲେ। ଏହାପରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସୀମାରେ ବିବାହ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ମୁହୂର୍ତ୍ତରେ ବିକ୍ରମ ଓ ନେହାଙ୍କ ବିବାହ କାଶୀପୁରର ପେଗା ଆଉଟପୋଷ୍ଟ ସୀମାରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ଉତ୍ତରପ୍ରଦେଶର ୫ଜଣ ବରଯାତ୍ରୀ ଉତ୍ତରାଖଣ୍ଡର ସୀମା ଆଡକୁ ଆସିଥିଲେ। ଉକ୍ତ ବରଯାତ୍ରୀଙ୍କୁ ପୋଲିସକର୍ମୀ ସ୍ବାଗତ କରିଥିଲେ।

ଏହାପରେ ରୀତିନୀତି ଅନୁସାରେ ବର ଓ କନ୍ୟାଙ୍କ ବିବାହ ହୋଇଥିଲା। ଏହି ବିବହାରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଥିଲା। ୧୨ ବର୍ଷ ପୂର୍ବରୁ ନେହାଙ୍କ ବାପାଙ୍କ ଦେହାନ୍ତ ହୋଇଥିବାରୁ ଜଣେ ପୋଲିସକର୍ମୀ ତାଙ୍କର କନ୍ୟାଦାନ କରିଥିଲେ। ବିବାହ ଶେଷ ହେବା ପରେ ପୋଲିସକର୍ମୀମାନେ କନ୍ୟାଙ୍କୁ ବିଦା କରିଥିଲେ। ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri