ଲକ୍‌ଡାଉନରେ ଅସଲି ହିରୋ ପାଲଟିଲେ ବଲିଉଡ୍‌ର ଏହି ଖଳନାୟକ

ମୁମ୍ବାଇ: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣ ଅନ୍ୟପଟେ ଲକ୍‌ଡାଉନ। ଏହା ଏବେ ଅନେକଙ୍କ ଜୀବନରେ ନାନା ପ୍ରକାର ଅସୁବିଧା ସୃଷ୍ଟି କରିଛି। ଆଉ ଏହି ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ସହଯୋଗର ହାତ ବଢାଇଥିବା ଦେଖିବାକୁ ମିଳିଛି। ହେଲେ ଲକ୍‌ଡାଉନ୍‌ ପିରିୟଡରେ ଅସଲ ହିରୋ ପାଲଟିଛନ୍ତି ବଲିଉଡ୍‌ ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିଥିବା ସୋନୁ ସୁଦ। ମୁମ୍ବାଇରେ ମେଡିକାଲ ଷ୍ଟାଫଙ୍କ ପାଇଁ ନିଜ ହୋଟେଲ ଦେଇଦେବା କଥା କୁହନ୍ତୁ ଅବା ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା କୁହନ୍ତୁ ପୁଣି ପଞ୍ଜାବରେ ଡାକ୍ତରମାନଙ୍କୁ ୧,୫୦୦ରୁ ଊଦ୍ଧ୍ୱର୍ର୍ ପିପିଇ କିଟ୍‌ ପ୍ରଦାନ କରିଛନ୍ତି ସୋନୁ। ଆଉ ଏବେ ସେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି ଏହି ବଲିଉଡ୍‌ ଖଳନାୟକ। ନିକଟରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ରାଜ ରାସ୍ତାରେ ଯେମିତି ଚାଲି ଚାଲି ଯାଉଛନ୍ତି ତାକୁ ଦେଖିବା ପରେ ସେ ଗ୍ରାଉଣ୍ଡ ଲେବଲକୁ ଆସି କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅବଶ୍ୟ ଗ୍ରାଉଣ୍ଡ ଲେବଲକୁ ଯାଇ କାମ କରିବାର ଆଗ୍ରହ ତାଙ୍କର ବହୁ ପୂର୍ବରୁ ଥିଲା। ଏବେ ଏମିତି ଏକ ସୁଯୋଗ ମିଳିଥିବାରୁ ସେ ପ୍ରବାସୀଙ୍କୁ ସାହାଯ୍ୟ କରିବାକୁ ଚାଲିଆସିଥିବା କହିଛନ୍ତି। ଇନଷ୍ଟ୍ରାଗ୍ରାମ ମାଧ୍ୟମରେ ଯିଏ ତାଙ୍କୁ ସାହାଯ୍ୟ ମାଗୁଛି ସେ ତା’ର ସାହାଯ୍ୟ କରୁଛନ୍ତି। ଏମିତିକି ଲୋକଙ୍କ ଡିଟେଲ୍ସ ମାଗି ଫୋନ ନମ୍ବର ମାଗି ସେ ତାଙ୍କୁ ସେମାନଙ୍କ ଘରେ ପହଞ୍ଚାଉଛନ୍ତି। ବିହାରର ମୂଳ ବାସିନ୍ଦା ସୋନୁ ନିକଟରେ ଜଣେ ବିହାରୀ ପ୍ରବାସୀଙ୍କୁ ଇନଷ୍ଟାଗ୍ରାମରେ ନିଜର ଡିଟେଲ୍‌ସ ଦେବାକୁ କହିଥିବା ଦେଖାଯାଇଛି। ତା’ହେଲେ ଯାଇ ସେ ତାଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ଏଥିପାଇଁ ସୋନୁ ଆବଶ୍ୟକ ଥିବା ସମସ୍ତ ଅନୁମତି ନେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri