ରୋଜଗାର ହରାଇଛନ୍ତି ୨୦ଲକ୍ଷ ନିର୍ମାଣ ଶ୍ରମିକ

ସମ୍ବଲପୁର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ୨୧ ଦିନର ଲକ୍‌ ଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ସମର୍ଥନ କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଏହାର ପ୍ରଭାବ ସିଧାସଳଖ ଭାବେ ଶ୍ରମିକ, ଖଟିଖିଆ, ଦିନମଜୁରିଆଙ୍କ ଭଳି ପରିବାର ଓ ବ୍ୟକ୍ତିବିଶେଷଙ୍କ ଉପରେ ପଡିଛି। ରାଜ୍ୟରେ ୨୦ଲକ୍ଷରୁ ଅଧିକ ନିର୍ମାଣ ଓ କୋଠାବାଡି ଶ୍ରମିକ ଏଥିରେ ପ୍ରଭାବିତ ହୋଇଛନ୍ତି। ଏହାକୁ ନେଇ ହିନ୍ଦ ମଜଦୁର ସଂଘ ସଭାପତି ବିଜୟ ମହାନ୍ତି, ଓଡିଶା ନିର୍ମାଣ ମଜଦୁର ସଂଘ ସାଧାରଣ ସମ୍ପାଦକ ଗୋକୁଳ ମେହେର, ଆବାହକ ସଞ୍ଜିତ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟକୁ ଚିଠି କରି ଅନୁରୋଧ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ଏଭଳି ପରିସ୍ଥିତିରେ ଶ୍ରମିକମାନେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସଚେତନତାକୁ ପାଳନ କରୁଛନ୍ତି । ହେଲେ ପ୍ରତିଦିନ ରୋଜଗାର ହେଲେ ପରିବାର ପ୍ରତିପୋଷଣ ହୋଇଥାଏ। ଏଭଳି ପରିପ୍ରେକ୍ଷୀରେ ଶ୍ରମିକମାନେ ଭୋକ ଉପାସରେ ଡହଳବିକଳ ହେବେ। ରାଜ୍ୟରେ ସମସ୍ତ କାମ ବନ୍ଦ ହୋଇଯାଇଛି। ଏଭଳିକି ରାଜ୍ୟ ବାହାରୁ ମଧ୍ୟ ଶ୍ରମିକମାନେ କାମ ଛାଡି ଘରକୁ ଫେରିଛନ୍ତି । ୩ ସପ୍ତାହ ଧରି କାମ ବନ୍ଦ ହୋଇଗଲେ ଘରେ ମୁଠେ ଦାନା ମଧ୍ୟ ଖାଇବା ପାଇଁ ମିଳିବ ନାହିଁ । ସ୍ବାସ୍ଥ୍ୟଗତ କାରଣ ରହିଲେ ମଧ୍ୟ ଔଷଧ କିମ୍ବା ଚିକିତ୍ସା କରିପାରିବେ ନାହିଁ । ଲକ୍ଷାଧିକ ଶ୍ରମିକ କିଭଳି ଭାବେ ପରିବାର ଚଳାଇବେ ସେ ନେଇ ସରକାର ଚିନ୍ତାକରି ପଦକ୍ଷେପ ନିଅନ୍ତୁ । ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାର ଯେପରିଭାବେ ଶ୍ରମିକମାନଙ୍କୁ ଆର୍ଥତ୍କ ସାହାଯ୍ୟ ଯୋଗାଇ ଦେଇଛନ୍ତି ସେହିଭଳି ରାଜ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଶତାଧିକ କୋଟି ଟଙ୍କା ରହିଛି। ସେହି ଅନୁଦାନରୁ ଏବେ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଆର୍ଥତ୍କ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି। ସୂଚନାଯୋଗ୍ୟ ଯେ, ସମଗ୍ର ରାଜ୍ୟରେ ୨୦ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ସମ୍ବଲପୁର ଜିଲାରେ ୪୫ ହଜାରରୁ ଅଧିକ ପଞ୍ଜୀକୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri