ରେଶମ ସହରରେ ଉଗ୍ରରୂପ ନେଉଛି ଜଳସଙ୍କଟ: ଜେମାଦେଇ ପେଣ୍ଠବାସିନ୍ଦାଙ୍କ ବିକ୍ଷୋଭ, ରାସ୍ତା ଅବରୋଧ

ବ୍ରହ୍ମପୁର ଅଫିସ, ୨୪ା୫- ବ୍ରହ୍ମପୁରରେ ଖରାଦିନେ ଜଳସଙ୍କଟ ଉଗ୍ରରୂପ ଧାରଣ କରିବାରେ ଲାଗିଛି ା ସହରର ଜଳାଭାବ ଦୂର କରିବାକୁ ଜାନିବିଲି ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ଏଯାଏ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟୟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ
ହୋଇନାହିଁ ା ଅନ୍ୟପଟରେ ପୂର୍ବରୁ ଜଳଯୋଗାଣ ସ୍ବାଭାବିକ ରହୁଥିବା ଅଞ୍ଚଳକୁ ମଧ୍ୟ ଜଳଯୋଗାଣ ବ୍ୟାହତ ହୋଇଛି ା ସହରର ଅନେକ ଅଞ୍ଚଳକୁ ଏବେ ଜଳଯୋଗାଣରେ ଜନସ୍ବାସ୍ଥ୍ୟ ବିଭାଗ ଅବହେଳା କରୁଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ା ଫଳରେ ଅଞ୍ଚଳବାସୀ ଏବେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ା ଗୁରୁବାର ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅନ୍ତର୍ଗତ ୧୩ନଂ. ୱାର୍ଡର ଜେମାଦେଇ ପେଣ୍ଠ ସାହିରେ ା ସାହିକୁ ଦୀର୍ଘ ଦେଢମାସ ଧରି ଜଳଯୋଗାଣ ବ୍ୟାହତ ହୋଇଥିବାରୁ, ଏହାର ପ୍ରତିବାଦରେ ଗୁରୁବାର ଅଞ୍ଚଳବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଥିଲେ ା ତେବେ ଖବର ପାଇ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ନାୟକ ଓ ଆସ୍କାରୋଡ ଜନସ୍ବାସ୍ଥ୍ୟ ବିଭାଗ ପମ୍ପ ହାଉସ ସହାକରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ସାହୁ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ ା ଅଞ୍ଚଳବାସୀ ଯନ୍ତ୍ରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିବା ସହ ଘେରିଥିଲେ ା
ଅଞ୍ଚଳ ତଥା ବିଏମସିର ୧୩ ନଂ. ୱାର୍ଡ ଅନ୍ତର୍ଗତ ଜେମାଦେଇ ପେଟା ସାହିରେ ଦୀର୍ଘ ଦେଢମାସ ଧରି ଜଳଯୋଗାଣ ବ୍ୟାହତ ହୋଇଛି। ମା’ ବୁଢୀଠାକୁରାଣୀ ଯାତ୍ରା ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ଜଳଯୋଗାଣରେ ଅବହେଳା କରାଯାଉଥିବା ଅଞ୍ଚଳବାସୀ
କହିଛନ୍ତି ା ପୂର୍ବରୁ ଏନେଇ ବହୁବାର ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ବାଧ୍ୟ ହୋଇ ଗୁରୁବାର ସାହିବାସିନ୍ଦା ବିକ୍ଷୋଭ କରିଥିଲେ ା ସାହିର ମୁଖ୍ୟରାସ୍ତାରେ ଟାୟାର ଜାଳିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଉକ୍ତ ଅଞ୍ଚଳ କିଛି ସମୟ ପାଇଁ ଦୁର୍ଗନ୍ଧ ଯୁକ୍ତ ଧୂଅଁାରେ ପୂର୍ଣ୍ଣ ହୋଇଯାଇଥିଲା ା ରାସ୍ତାରେ ଧୂଅଁା ଯୋଗୁ ଯାତାୟାତ ପ୍ରାୟ ଏକଘଣ୍ଟା ପାଇଁ ବାଧାପ୍ରାପ୍ତ ହେବା ସହ ଧୂଅଁାରେ ଅସ୍ତବ୍ୟସ୍ତ ହୋଇଥିଲେ ଅଞ୍ଚଳବାସୀା ଖବର ପାଇ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାୟକ ଓ ଆସ୍କାରୋଡ ପମ୍ପ ହାଉସ ସହକାରୀ ଯନ୍ତ୍ରୀ ସାହୁ ଅଞ୍ଚଳବାସୀଙ୍କୁ ବୁଝାଶୁଝା କରିବାକୁ ପହଞ୍ଚିଥିଲେ ା କିନ୍ତୁ ଦୁଇ ଯନ୍ତ୍ରୀଙ୍କୁ ଦେଖିବା ମାତ୍ରେ ଅଞ୍ଚଳବାସୀ ଅଧିକ କ୍ଷୁବ୍ଧ ହେବା ସହ ଘେରି ଯାଇଥିଲେ ା ଦୀର୍ଘ ସମୟ ଧରି ଦୁଇ ଯନ୍ତ୍ରୀଙ୍କୁ ଅଟକାଇ ରଖିବା ସହ ଜଳଯୋଗାଣ ଜନିତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ ା
ସହରରେ ଜାନିବିଲି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ା ଜାନିବିଲିରୁ ଜଳଯୋଗାଣ ହେଉଥିବା ନେଇ ଜନସ୍ବାସ୍ଥ୍ୟ ବିଭାଗ ଡିଣ୍ଡିମ ପିଟୁଛି। କିନ୍ତୁ ବାସ୍ତବରେ ଏଯାଏ ପ୍ରଥମ ପର୍ଯ୍ୟାୟରେ ସାମିଲ ଅଞ୍ଚଳକୁ ମଧ୍ୟ ଜନିବିଲି ଜଳ ଯୋଗାଣ ହୋଇପାରି ନାହିଁ ା ଯାତ୍ରା ପରଠାରୁ ଜନସ୍ବାସ୍ଥ୍ୟ ବିଭାଗ ଜଳଯୋଗାଣ ସ୍ବାଭାବିକ କରିବାକୁ କେବଳ ପ୍ରତିଶ୍ରୁତି ଦେଇଆସୁଛି ା କିନ୍ତୁ ଜଳ ବିନ୍ଦୁଟିଏ ମିଳୁ ନାହିଁ ା ପାନୀୟ ଜଳ ପାଇଁ ଅଞ୍ଚଳବାସୀ ଡହଳ ବିକଳ
ହେଉଛନ୍ତି ା ଏହି ଅଞ୍ଚଳର ନିକଟରେ ଥିବା ଖାସ୍ପା ସାହିକୁ ଜଳଯୋଗାଣ ସ୍ବାଭାବିକ ରହିଥିବା ବେଳେ ଏହି ଅଞ୍ଚଳକୁ ମୁନ୍ଦାଏ ଜଳ ମିଳିବା କଷ୍ଟ ହେଉଥିବା ଅଞ୍ଚଳବାସୀ ଦୁଇ ଯନ୍ତ୍ରୀକୁ ଅବଗତ କରାଇଥିଲେ ା ତୁରନ୍ତ ପାଣି ନ ମିଳିଲେ ପରିସ୍ଥିତି ଭୟାବହ ହେବ ବୋଲି ସେମାନେ ଚେତାଇଦେଇ ଥିଲେ ା
ଆନ୍ଦୋଳନ ସ୍ଥଳରେ ସାମାଧାନ କରିବାକୁ ପହଞ୍ଚଥିବା ଉଭୟ ଯନ୍ତ୍ରୀ ସମସ୍ୟାର ସମାଧାନ ପରିବର୍ତ୍ତେ ପରସ୍ପର ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଥିଲେ ା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ
ପାଇଥିଲା ା ତେବେ ପମ୍ପ ହାଉସରୁ ଶୁକ୍ରବାର ନିୟମିତ ଏକ ଘଣ୍ଟାଏ ଲେଖାଏ ଜଳଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?