ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟସଙ୍ଗୀତ ଉତ୍ସବ ଉଦ୍‌ଘାଟିତ:ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଦେବଗଡ଼, ୧୭।୧(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଜିଲାସ୍ତରୀୟ ‘ନୂପୁର ନୃତ୍ୟସଙ୍ଗୀତ ଉତ୍ସବ-୨୦୨୦’ ଆରମ୍ଭ ହୋଇଛି। ଏହା ୩ଦିନ ଧରି ଚାଲିବ। ଗୁରୁବାର ପୂର୍ବାହ୍ନରେ ଏହାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଇନ୍ଦିରାଗାନ୍ଧି ଇନ୍‌ଡ଼ୋର ଷ୍ଟାଡ଼ିୟମରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଓଡ଼ିଶୀ, ଆଦିବାସୀ ଲୋକନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା। ଅନୁଷ୍ଠାନର ରାଜ୍ୟ ସଭାନେତ୍ରୀ ତଥା ଅଧ୍ୟକ୍ଷା ନିବେଦିତା ନାୟକ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏବଂ ଜିଲାପାଳ ସୁଧାଂଶୁ ମୋହନ ସାମଲ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। ସେହିପରି ଅପରାହ୍ନରେ ମଠସାହି ସ୍ଥିତ ମା’ କନକ ଦୁର୍ଗା ମନ୍ଦିରରୁ କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ର ବାହାରି ନଗର ପରିକ୍ରମା କରିବା ସହ ଷ୍ଟାଡିୟମରେ ପହଞ୍ଚିଥିଲା। ପରେ ସନ୍ଧ୍ୟାରେ ଅନୁଷ୍ଠାନର ରାଜ୍ୟ ସଭାନେତ୍ରୀ ତଥା ଅଧ୍ୟକ୍ଷା ନିବେଦିତା ନାୟକ, ରାଜ୍ୟ ସମ୍ପାଦକ ସରୋଜ ଭୂୟା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅତୁଲ୍ୟ କୁମାର ପୂଝାରୀ, ଜିଲା ସଭାପତି ମୀନାକ୍ଷୀ ମିଶ୍ର, ନୁପୁର ନୃତ୍ୟ ସଙ୍ଗୀତ ଉତ୍ସବର ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର, ସମ୍ବଲପୁର ସମବାୟ ସମିତି ସଭାପତି ଅମେନ୍ଦ୍ର କୁମାର ଗଙ୍ଗଦେବ, ଅର୍ଜନୁ କୁମାର ସାହୁ, ତିନି ବ୍ଲକର ଅନୁଷ୍ଠାନର ସଭାପତିମାନେ ଉପସ୍ଥିତ ରହି ଦୀପ ପ୍ରଜ୍ନଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମ ଦିନରେ ଜିଲା ତଥା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ। କଲିକତାର କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ। ଜିଲାର ବିଭିନ୍ନ କଳା,ସଂସ୍କୃତି ଓ ଲୋକନୃତ୍ୟକୁ ନେଇ କାର୍ଯ୍ୟକ୍ରମ ଚାଲିବ। ପୌରାଞ୍ଚଳରୁ ଆରମ୍ଭ କରି ତିନି ପଞ୍ଚାୟତ ସମିତିର କଳାକାରଙ୍କ କଳାନୈପୁଣ ଲୋକଲୋଚନକୁ ଆଣିବା ଅନୁଷ୍ଠାନର ପ୍ରୟାସ ଓ ଲକ୍ଷ୍ୟ ବୋଲି କୁହାଯାଇଛି। ସନ୍ଧ୍ୟା କାର୍ଯ୍ୟକ୍ରମରେ ଉପସ୍ଥାପିକା ଅଙ୍କିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri