Posted inଫୁରସତ

ରାମମନ୍ଦିରକୁ ଦାନ କରିବେ ଇସ୍‌ଲାମ୍‌

ଆଜମଗଡ଼: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ସବୁ ଧର୍ମକୁ ଏଠାରେ ସମସ୍ତେ ସମ୍ମାନ କରନ୍ତି। ହେଲେ କିଛି ସ୍ବାର୍ଥାନ୍ବେଷୀ ବ୍ୟକ୍ତି ଧର୍ମ ନାମରେ ବିବାଦ ସୃଷ୍ଟି କରୁଛନ୍ତି। ଏଭଳି ଲୋକଙ୍କ ପାଇଁ ଏକ ଜବାବ ସାଜିଛନ୍ତି ଉତ୍ତର ପ୍ରଦେଶ ଆଜମଗଡ଼ ଜିଲା ନିଜାମାବାଦ ତହସିଲ ଅନ୍ତର୍ଗତ ମଜଭିଟା ଗାଁର ମୁନ୍‌ସୀ ସୟଦ୍‌ ମହମ୍ମଦ ଇସ୍‌ଲାମ। ଇସ୍‌ଲାମ୍‌ ଅଯୋଧ୍ୟା ଯାଇ ମନ୍ଦିର ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସଙ୍କୁ ଭେଟି ଲକ୍ଷାଧିକ ଟଙ୍କା ମୂଲ୍ୟର ଏକ ପ୍ରାଚୀନ ଅଷ୍ଟଧାତୁ ମୁଦ୍ରା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମୁଦ୍ରାକୁ ବିକ୍ରିକରି ଉକ୍ତ ଅର୍ଥ ରାମମନ୍ଦିର ନିର୍ମାଣ କାର୍ଯ୍ୟରେ ଲଗାଇବାକୁ ସେ ନିବେଦନ କରିବେ ବୋଲି କହିଛନ୍ତି। ଇସ୍‌ଲାମ୍‌ଙ୍କ ବିଶ୍ୱାସ ଯେ, ରାମ ଏବଂ ଆଲ୍ଲା ହେଉଛନ୍ତି ଏକ। ତାଙ୍କୁ ଦେଖିବାରେ ଲୋକଙ୍କ ଦୃଷ୍ଟିଭଙ୍ଗୀ ହିଁ କେବଳ ଭିନ୍ନ। ଇସ୍‌ଲାମ୍‌ ଦୀର୍ଘବର୍ଷ ହେଲା ସହରରେ ରହିଆସୁଛନ୍ତି। ପରିବାର ବଢ଼ିବାରୁ ସେ ନିଜ ପୈତୃକ ଗ୍ରାମ ମଜଭିଟାସ୍ଥିତ ପୁରୁଣା ଘର ଭାଙ୍ଗି ନୂତନ ଘର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୯ ନଭେମ୍ବର ୩୦ରେ ଗାଁ ଘର ଭାଙ୍ଗି ଖୋଳିବା ସମୟରେ ମାଟିତଳୁ ପ୍ରାୟ ୧୫୦୦ ବର୍ଷ ପୁରୁଣା ୨ ଅଷ୍ଟଧାତୁ ମୁଦ୍ରା ମିଳିଥିଲା। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ରାମ, ସୀତା ଏବଂ ଅନ୍ୟ ପାର୍ଶ୍ୱରେ ରାମ, ସୀତା ଓ ହନୁମାନଙ୍କ ଚିତ୍ର ରହିଛି। ମୁଦ୍ରାରେ ଭଗବାନଙ୍କ ଚିତ୍ର ଥିବାରୁ ତାହା ବ୍ୟକ୍ତିଗତ କାମରେ ନ ଲାଗି ମନ୍ଦିର କାର୍ଯ୍ୟରେ ଲାଗିବା ଉଚିତ ବୋଲି ସେ ଅନୁଭବ କରିଛନ୍ତି। ତେବେ ଇସ୍‌ଲାମ ସହରରେ ଥିବା ସମୟରେ ତାଙ୍କ ଅଜାଣତରେ ଗାଁରେ ସ୍ତ୍ରୀ ଗୋଟିଏ ମୁଦ୍ରା ସୁନା ଦୋକାନରେ ବିକ୍ରି କରିଦେଇଥିବାବେଳେ ଦୋକାନୀ ମୁଦ୍ରା ମୂଲ୍ୟବାନ ବୋଲି ଜାଣିପାରି ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦେଇଥିଲେ। ଇସ୍‌ଲାମ୍‌ ଏ ବିଷୟରେ ଜାଣି ଦୁଃଖ ପ୍ରକାଶ କରିବା ସହ ଅନ୍ତତଃ ଅନ୍ୟ ମୁଦ୍ରାଟି ମନ୍ଦିର କାର୍ଯ୍ୟରେ ଲାଗିବା ଆବଶ୍ୟକ ବୋଲି ଚିନ୍ତା କରିଛନ୍ତି। ଏଥିପାଇଁ ସେ ଜିଲାପାଳଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ଉପରେ ଇସ୍‌ଲାମଙ୍କ ବିଶ୍ୱାସ ହୋଇ ନ ଥିଲା। ତେଣୁ ବୁଧବାର ସେ ନିଜେ ଅଯୋଧ୍ୟା ଯାଇ ମହନ୍ତଙ୍କୁ ମୁଦ୍ରା ଦେବା ସହ ଏହାକୁ ବିକ୍ରି କରି ମନ୍ଦିର କାର୍ଯ୍ୟରେ ଲଗାଇବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏହାସହ ସେ ଭଗବାନ ରାମଙ୍କ ଦର୍ଶନ ମଧ୍ୟ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜଣେ ସଚ୍ଚା ହିନ୍ଦୁସ୍ତାନୀଙ୍କ ହୃଦୟରେ ରାମ ଓ ରହିମ୍‌ ଦୁହେଁ ବାସ କରନ୍ତି। ତେଣୁ ସେ ରାମଙ୍କ କାମରେ ଆସିପାରିଲେ ଭାଗ୍ୟବାନ ମନେ କରିବେ। ସେହିପରି ମଜଭିଟା ଗ୍ରାମ ମୁଖ୍ୟ ମିଶମ୍‌ ଆବ୍ବାସ ଇସ୍‌ଲାମଙ୍କ ନିଷ୍ପତ୍ତିକୁ ନେଇ ଗୌରବାନ୍ବିତ ବୋଲି କହିଛନ୍ତି। ଏହାଦ୍ୱାରା ଭାତୃଭାବ ବଢ଼ିବ। ତେଣୁ ଆମେ ଦୁହେଁ ଅଯୋଧ୍ୟା ଯାଇ ମୁଦ୍ରା ଦେଇ ଆସିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri