ରାଜ୍ୟ ସରକାରଙ୍କ ୬ ମାସିଆ ରଣକୌଶଳ

ଭୁବନେଶ୍ୱର,୧୬।୩(ବ୍ୟୁରୋ): କରୋନାକୁ ନେଇ ଏବେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। କୋଭିଡ୍‌ ୧୯ ଭାଇରସ୍‌ ସଂକ୍ରମଣ ଏଡ଼ାଇବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଜାରି ରହିଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଆସନ୍ତା ୬ମାସ ପର୍ଯ୍ୟନ୍ତ ଆମକୁ ଏପରି ପ୍ରସ୍ତୁତି ବଜାୟ ରଖିବାକୁ ପଡ଼ିବ ବୋଲି ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ତଥା କରୋନା ଭୂତାଣୁ ସଂକ୍ରମଣ ସଚେତନତା ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ରବିବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଗ୍‌ଚୀ କହିଛନ୍ତି, ଜନସାଧାରଣ ଚର୍ଚ୍ଚା, ରହସ୍ୟ ଓ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ପ୍ରତିଦିନ ସରକାରଙ୍କ ପକ୍ଷରୁ କରୋନା ସ୍ଥିତିର ସମୀକ୍ଷା କରାଯାଇ ଅପରାହ୍ନ ୪ଟା ୩୦ରେ ଗଣମାଧ୍ୟମକୁ ସୂଚନା ଦିଆଯିବ। ୨୪ ଘଣ୍ଟାରେ ଘଟିଥିବା ବିଶ୍ୱ, ଦେଶ ଓ ରାଜ୍ୟର ବିବରଣୀ ପ୍ରଦାନ କରାଯିବ। ସରକାର କ’ଣ ସମୀକ୍ଷା କରିଛନ୍ତି ଓ କି ପଦକ୍ଷେପ ନେଇଛନ୍ତି ସେ ସଂକ୍ରାନ୍ତରେ ଅବଗତ କରାଯିବ। କିନ୍ତୁ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି ବ୍ୟତିବ୍ୟସ୍ତ ନ ହୋଇ ସର୍ବଦା ଶାନ୍ତ ଓ ସଚେତନ ରହିବା ଆବଶ୍ୟକ। ନେତୃତ୍ୱର ସହ ଦୃଢ଼ ପଦକ୍ଷେପ ନେଇ ସମ୍ଭାବ୍ୟ ସଂକ୍ରମଣକୁ ମୁକାବିଲା କରିବାକୁ ହେବ। ପ୍ରଥମେ ପରିବାରରେ ମାତାପିତାଙ୍କଠାରୁ ସ୍ବଚ୍ଛତା ଆରମ୍ଭ ହେବା ଜରୁରୀ। ପିଲାମାନେ ସେମାନଙ୍କଠାରୁ ହାତ ପରିଷ୍କାର କରିବା ସହ ସତର୍କତା ଅବଲମ୍ବନ କରିବାକୁ ଶିଖିବେ। ହାତ, ମୁହଁ, ନାକ ଓ ଆଖିକୁ ସ୍ପର୍ଶ କରନ୍ତୁ ନାହିଁ। କାଶ, ଛିଙ୍କ ବା ଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ୧୪ ଦିନ ପର୍ଯ୍ୟନ୍ତ ନିଜକୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ। ତଥ୍ୟ ଅନୁସାରେ, ଏହି ଭୂତାଣୁ ପବନରେ ୩ ଘଣ୍ଟା ବଞ୍ଚତ୍ ରହିପାରେ। ତମ୍ବା ଧାତୁରେ ୩ ଘଣ୍ଟା ୩୦ ମିନିଟ, କାର୍ଡବୋର୍ଡରେ ୯ ଘଣ୍ଟା, ଲୁହାରେ ୧୩ ଘଣ୍ଟା, ପ୍ଲାଷ୍ଟିକ୍‌ରେ ୧୬ ଘଣ୍ଟା ପର୍ଯ୍ୟନ୍ତ ରହିପାରେ। କିନ୍ତୁ ଆମ୍ଭେମାନେ କୌଣସି ପ୍ରକାର ଛାନିଆ ନ ହୋଇ ପରିସ୍ଥିତି ପ୍ରତି ତୀକ୍ଷ୍‌ଣ ନଜର ରଖି ମୁକାବିଲା କରିବା ଆବଶ୍ୟକ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତତଃ ୬ ମାସର ପ୍ରସ୍ତୁତି ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ କରୋନା ସଂକ୍ରମଣରେ କେହି ରୋଗ ସମ୍ପର୍କରେ ଲୁଚାନ୍ତୁ ନାହିଁ। ଫଳରେ ରୋଗୀର ଚିକିତ୍ସା ହେବା ସହିତ ସଂକ୍ରମଣ ରୋକିହେବ। ସେହିଭଳି ଯଥା ସମ୍ଭବ କମ୍‌ ସଂଖ୍ୟାରେ ଧାର୍ମିକ ସ୍ଥଳକୁ ଯାଆନ୍ତୁ। ସରକାରୀ ବସ୍‌ଗୁଡ଼ିକରେ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଇଥିବାବେଳେ ବେସରକାରୀ ବସ୍‌ଗୁଡ଼ିକୁ ମଧ୍ୟ ଅବଗତ କରାଯାଇଛି। ଓଡ଼ିଶାରେ ଅଦ୍ୟାବଧି କୌଣସି କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇନାହାନ୍ତି। ରାଜ୍ୟରେ ପରୀକ୍ଷଣ ହୋଇଥିବା ସମସ୍ତ ୨୨ଟି ରକ୍ତ ଓ ସ୍ବାବ୍‌ ନମୁନା କରୋନା ନେଗେଟିଭ୍‌ ରହିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଆଉ ୮ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୁଖ୍ୟ ଶାସନ ସଚିବ ୩୦ ଜିଲାର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଉଚ୍ଚସ୍ତରୀୟ ମେଡିକାଲ କମିଟି ଗଠନ କରାଯାଇ ପୂରା ସ୍ଥିତି ଉପରେ ନଜର ରଖାଯାଇଥିବା ବାଗ୍‌ଚୀ କହିଛନ୍ତି।
ଖବରଦାତା ସମ୍ମିଳନୀରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ତଥା ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ୍‌, ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ର, ଡିଏମ୍‌ଇଟି ପ୍ରଫେସର ଡା. ସି.ବି.କେ ମହାନ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ କମିଶନର ସଞ୍ଜୟ କୁମାର ସିଂ କରୋନା ଭାଇରସ୍‌ ସଂକ୍ରମଣ ରୋକିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri