ଢେଙ୍କାନାଳ ଅଫିସ, ୫।୩-ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଏବଂ ମମତା ଯୋଜନା କାର୍ଯ୍ୟାନ୍ବୟନରେ ସଫଳତା ପାଇଁ ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ ଜିଲା। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ହଲ୍ରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବୁଧବାର ପତ୍ର ସଂଖ୍ୟା ୪୧/୬୩ ମାଧ୍ୟମରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସମାଜ କଲ୍ୟାଣ ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଦଳଗତ ଉଦ୍ୟମରୁ ଜିଲାକୁ ଏହି ସଫଳତା ମିଳିଛି। ଏହି ପୁରସ୍କାର ଆଗାମୀ ଦିନରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବ ବୋଲି ସେ ସୂଚନା ଦେଇଛନ୍ତି।
ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା
କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…
ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ
ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…
ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…
ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ
କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା…
ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…
କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…
ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…
ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…
୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର
ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…
ଭୟଙ୍କର ଦୁର୍ଘଟଣା: ଟ୍ରକ୍ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…
ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା…
Archives

