ରାଜଧାନୀରେ ବଡ଼ ର଼୍ୟାକେଟ: ୨୯୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜଧାନୀରେ ବଡ଼ଧରଣର ଜିଏସ୍‌ଟି ଠକେଇ। ଜାଲ୍‌ କମ୍ପାନୀ ମାଧ୍ୟମରେ ଚାଲିଥିବା ଏଭଳି ର଼୍ୟାକେଟକୁ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଧରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ୨୯୪ କୋଟି ଟଙ୍କାର ଜାଲ ବିଲ୍‌ର ପର୍ଦ୍ଦାଫାଶ ହୋଇଛି। ଏହି ଜାଲ ବିଲ୍‌ ମାଧ୍ୟମରେ ୫୨.୭୬ କୋଟି ଟଙ୍କାର ଜାଲ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ କରିଥିଲେ ଦୁଇ ଅଭିଯୁକ୍ତ। ସେମାନେ ହେଲେ ଭୁବନେଶ୍ୱର ଶୈଳଶ୍ରୀବିହାର ସାହୁ ଟ୍ରେଡ଼ର୍ସର ପ୍ରୋପ୍ରାଇଟର ପ୍ରମୋଦ କୁମାର ସାହୁ ଓ ପଟିଆର ବିକାଶ ସରାଉଗୀ। କଳାହାଣ୍ଡିର ୧୧ ଜଣ ଓ କନ୍ଧମାଳର କେତେଜଣ ନିରୀହ ଗାଁ ଲୋକଙ୍କ ନାଁରେ ଦୁଇ ଅଭିଯୁକ୍ତ ଜାଲ କମ୍ପାନୀ ସହ ଏକାଧିକ ଭୂତ ଆକାଉଣ୍ଟ ଖୋଲିଥିଲେ। ଲୁହା ଇନ୍‌ଗଟ, ଲୁହା ରଡ୍‌, ସ୍କ୍ରାପ ଆଦି ସାମଗ୍ରୀ ଉପରେ ଏହି ଠକେଇ କରାଯାଇଥିବା ନେଇ ଜିଏସ୍‌ଟି କମିଶନର ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓଡିଶା ଜିଏସ୍‌ଟି ଆଇନ ୨୦୧୭ର ଧାରା ୬୯ ଅନୁଯାୟୀ ରାଜ୍ୟ ଜିଏସ୍‌ଟି ଆୟୁକ୍ତଙ୍କୁ ଦିଆଯାଇଥିବା କ୍ଷମତା ବଳରେ ଏହି ଠକେଇରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧାରା୧୩୨(୧) ଆଧାରରେ ଗିରଫ କରାଯାଇଛି। ସନ୍ଦେହଯୁକ୍ତ ଓ୍ବେବିଲ୍‌ କାରବାରକୁ ଯାଞ୍ଚ କରାଯିବା ସହ ଗୋଇନ୍ଦା ତଥ୍ୟ ସଂଗ୍ରହ ପରେ ୧୧ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢାଉ କରାଯାଇଥିଲା। ତେବେ ଏଗୁଡିକ ଭୂତ ବା ଜାଲ୍‌ ବ୍ୟବସାୟିକ ପ୍ରତିଷ୍ଠାନ ବୋଲି ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କ୍‌ରେ ଏହି ଜାଲ୍‌ ପ୍ରତିଷ୍ଠାନ ନାମରେ ଆକାଉଣ୍ଟ ଖୋଲାଯାଇ ପ୍ରଚୁର ଅର୍ଥ କାରବାର କରାଯାଇଥିବା ତଦନ୍ତ ସମୟରେ ଜଣାପଡିଥିଲା। ତେବେ ଗିରଫ ଦୁଇ ଅଭିଯୁକ୍ତ ସରକାରୀ ଯୋଜନାରେ ସାମିଲ୍‌ କରିବାକୁ କହି କଳାହାଣ୍ଡି ଓ କନ୍ଧମାଳର ନିରୀହ ଲୋକଙ୍କଠାରୁ ପରିଚୟ ସମ୍ପର୍କିତ କାଗଜପତ୍ର ନେଇଥିଲେ। ସେଗୁଡିକୁ ଅପବ୍ୟବହାର କରି ଜିଏସ୍‌ଟି ପଞ୍ଜୀକରଣ କରିବା ସହ ବିଭିନ୍ନ ବ୍ୟାଙ୍କ୍‌ରେ କରେଣ୍ଟ ଆକାଉଣ୍ଟ ଖୋଲିଥିଲେ। ଏଥିସହ ୪୮.୫୮ କୋଟି ଟଙ୍କାର ଜାଲ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ବ୍ୟବହାର କରି ସେମାନେ ଖୋଲିଥିବା ଭୂତ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ନାମରେ ଜାଲ ବିଲ୍‌ ବଳରେ ଅନ୍ୟ ବ୍ୟବସାୟୀଙ୍କୁ ୫୨.୭୬ କୋଟି ଟଙ୍କାର ଜାଲ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ ହସ୍ତାନ୍ତର କରିଛନ୍ତି। ଭୂତ ଫାର୍ମଗୁଡିକର ପ୍ରୋପ୍ରାଇଟରମାନେ କୌଣସି ବ୍ୟବସାୟ କରି ନ ଥିବା କିମ୍ବା କିଣା ବିକା କରି ନ ଥିବା ସ୍ବୀକାର କରିଥିଲେ। ରିଟର୍ନରେ ଦର୍ଶାଯାଇଥିବା କାରବାରଗୁଡିକ କେବଳ କାଗଜକଲମରେ ସୀମିତ ଥିଲା। ଚେକ ବୁକରେ ଓ ଆର୍‌ଟିଜିଏସ୍‌ ଫର୍ମରେ ଏହି ନିରୀହ ଲୋକଙ୍କଠାରୁ ଦସ୍ତଖତ ନେଇ ଅଭିଯୁକ୍ତମାନେ ବ୍ୟାଙ୍କ୍‌ କାରବାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri