ରାଜଧାନୀରେ ଆମେରିକା ନିର୍ମିତ ବନ୍ଧୁକ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ରାଜଧାନୀରେ ଚୋରା ପିସ୍ତଲ କାରବାର, ବନ୍ଧୁକ ମୁନରେ ଲୁଟ୍‌ପାଟ ଭଳି ଘଟଣା ବଢ଼ିଚାଲିଛି । ସୋମବାର ରାତିରେ ବୁଦ୍ଧପାର୍କ ନିକଟରେ କ୍ୟୁଏଟି ଓ ଚନ୍ଦ୍ରଶେଖରପୁର ଥାନା ପୋଲିସର ମିଳିତ ଚଢ଼ାଉରେ ଦେଶୀ ଓ ଆମେରିକା ନିର୍ମିତ ପିସ୍ତଲ ଜବତ କରାଯାଇଛି। ସହଯୋଗୀ କାହ୍ନା ଦିଗଲ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଦିଗଲ(୩୦) ଙ୍କୁ ଗିରଫ କରିଛି କ୍ୟୁଏଟି ଟିମ୍‌। ଅଭିଯୁକ୍ତଙ୍କ ଘର କନ୍ଧମାଳ ଜିଲା ଫୁଲବାଣୀ ଥାନା ଅନ୍ତର୍ଗତ ଡୁମୁରିଗୁଡ଼ା ଗ୍ରାମରେ। ସେ ଦୀର୍ଘଦିନ ହେବ ଏୟାରପୋର୍ଟ ଥାନା ଅନ୍ତର୍ଗତ କାରଗିଲ ବସ୍ତିରେ ରହୁଥିଲେ। ସୂଚନା ମୁତାବକ ସୋମବାର ରାତିରେ ୨ଅଭିଯୁକ୍ତ ଲୁଟ୍‌ପାଟ ବା ପିସ୍ତଲ ଡିଲ୍‌ କରିବା ନେଇ ବୁଦ୍ଧ ପାର୍କ ନିକଟରେ ଅପେକ୍ଷା କରିଥିଲେ। କ୍ୟୁଏଟି ନିକଟରେ ବିଶେଷ ସୁତ୍ରରୁ ଖବର ପହଁଚିଥିଲା। ପିଙ୍କୁଙ୍କୁ ଯାଞ୍ଚ କରିବା ପରେ ତାଙ୍କ ଅଣ୍ଟାରୁ ଏକ ଆମେରିକା ନିର୍ମିତ ୯ ଏମ୍‌ଏମ୍‌ ପିସ୍ତଲ, ମାଗାଜିନ୍‌ ଓ ପ୍ୟାଣ୍ଟ ପକେଟରୁ ୨ ରାଉଣ୍ଡ୍‌ ଗୁଳି ମିଳିଥିଲା। ପିଙ୍କୁ ବ୍ୟବହାର କରୁଥିବା ପଲ୍‌ସର ବାଇକ (ଓଡି ୩୩ ଏମ ୯୮୪୧)କୁ ଯାଞ୍ଚ କରିବା ପରେ ସିଟ୍‌ ତଳୁ ଏକ ଦେଶୀ ରିଭଲ୍‌ଭର ଏବଂ ୭ଟି ଖାଲି କ୍ୟାଟ୍ରିଜ୍‌ ଜବତ କରାଯାଇଥିଲା। ପୋଲିସ ୧୩୪/୨୦ରେ ମାମଲା ରୁଜୁକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ବାହାଦଲପୁରରେ ବାପ ପୁଅଙ୍କୁ ଗୁଳିମାଡ଼ ଘଟଣା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ):ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ବାହାଦଲପୁର ଗୁଳିମାଡ଼ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ସୋମବାର ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ଦେଶୀ ପିସ୍ତଲ ଜବତ କରିଛି। ସେ ହେଲେ ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦର ରାଜା ବିଶୋଇ। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସୂଚନା ମୁତାବକ ସରକନ୍ତରା ବାହାଦଲପୁର ଗ୍ରାମରେ ଡ୍ରଗ୍ସ ଓ ଜମିବାଡ଼ି କାରବାରକୁ ନେଇ ଗତ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ବାପ ଓ ପୁଅଙ୍କୁ ଗୁଳିମାଡ଼ ହୋଇଥିଲା । ଦୁର୍ବୃତଙ୍କ ଗୁଳି ମାଡ଼ରେ ଅନିଲ କୁମାର ଜେନା ଓରଫ ପପୁଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଅଭିମନ୍ୟୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଏ ନେଇ ପୋଲିସ ୬୩୫/୧୯ନମ୍ବରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାପି ଓରଫ ଭରତ କୁମାର ସାହୁ, ହାପି ଓରଫ ଦୁର୍ଗା ପ୍ରସାଦ ସାହୁ , ରାଜା ବିଶୋଇ ଓ ତାଙ୍କର ୩ ସହଯୋଗୀ ପୁଲକ୍‌ ହାତୀ, ଆଲୋକ ପ୍ରଧାନ ଓ ଚିତ୍ତରଞ୍ଜନ ପରିଜା ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡିଥିଲା। ଘଟଣାର ୪୬ ଦିନ ପରେ ମୁଖ୍ୟ ଅଭିଯୁକ୍ତ ବାପି ଓ ହାପିଙ୍କୁ ରାୟଗଡ଼ା ଜିଲ୍ଲା ହାତିଖମ୍ବେ ଅଞ୍ଚଳରୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କଠାରୁ ଏକ ପିସ୍ତଲ୍‌, ୨ଟି ବାଇକ ଜବତ କରାଯାଇଥିଲା। ହେଲେ ଅନ୍ୟତମ ଅଭିଯୁକ୍ତ ରାଜା ବିଶୋଇ ଫେରାର ଥିଲେ। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri