ରାଗିଲେ ସୋନା

ମୁମ୍ବାଇ: ବଲିଉଡ୍‌ ଗାୟିକା ସୋନା ମହାପାତ୍ର କିଛି ନି କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ବହୁବାର ସେ ବଲିଉଡ୍‌ ଭାଇଜାନ ସଲମାନଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ। ଏଥର ବି ତାଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଭାଇଜାନ। ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟାକୁ ନେଇ ସୋନା ମହାପାତ୍ର ଏଥର ସଲମାନଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟ୍‌ କରି ସୋନା ଲେଖିଛନ୍ତି, ‘ବିଷାକ୍ତ ପୁରୁଷ ପଣିଆର ଗୋଟିଏ ବା ଏକମାତ୍ର ପୋଷ୍ଟର ବୟ।’ ଏହା ସେ ସଲମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। କିଛି ସମୟ ହେଲା ଅର୍ଥାତ୍‌ ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ପୋଷଣକୁ ନେଇ ଆଲୋଚନା କରାଯାଉଥିବା ବେଳେ ଏବେ ଟାର୍ଗେଟରେ ଅଛନ୍ତି ସଲମାନ। ଅନେକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସଲମାନଙ୍କୁ ସମାଲୋଚନା କରୁଥିବା ବେଳେ ନିକଟରେ କିନ୍ତୁ ସଲମାନ କହିଥିଲେ ଏହି ସମୟରେ ସମସ୍ତେ ସୁଶାନ୍ତଙ୍କ ପରିବାର ଓ ତାଙ୍କ ପ୍ରଶଂସକଙ୍କ ସହ ରହିବା ଉଚିତ। ଏହା ବ୍ୟତୀତ କୌଣସି ଭୁଲ ଶବ୍ଦର ବ୍ୟବହାର ନ କରିବାକୁ ସଲମାନ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜେଲ୍‌ ଯିବେ ରାଜପାଲ ଯାଦବ, କୋର୍ଟ କହିଲେ ତାଙ୍କୁ ଅନେକ ସୁଯୋଗ ଦେବା ପରେ ବି…

ମୁମ୍ବାଇ,୧୦ା୭: ବଲିଉଡ୍‌ ଅଭିନେତା ରାଜପାଲ ଯାଦବ ତାଙ୍କ ଚେକ୍‌ ବାଉନ୍ସ ମାମଲା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି…

ରୋଷେଇ ଘରୁ ବାହାରିଲା ୮ ଫୁଟ୍‌ ଅହିରାଜ, ଉଦ୍ଧାର ବେଳେ ପାଟିରୁ ବାହାରିଲା ଢମଣା ସାପ, ଦେଖିବାକୁ ଲୋକଙ୍କ ଭିଡ଼

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତ ଜୟନଗର ଗ୍ରାମର ସିମାଞ୍ଚଳ ସ୍ବାଇଁଙ୍କ ଘରୁ ଏକ ୮ ଫୁଟ୍‌ ଲମ୍ବର କିଙ୍ଗକୋବ୍ରା…

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କହିଲେ ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୧୦ା୭: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କ ସମୀକ୍ଷା ପରେ ପ୍ରଭାତୀ କହିଛନ୍ତି, ସୁଭଦ୍ରା ପାଇଁ…

ଗାଁ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ିଗଲେ ପିଣ୍ଟୁ, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମ ପୋଖରୀରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri