ରାଗିଲେ ସୋନା

ମୁମ୍ବାଇ: ବଲିଉଡ୍‌ ଗାୟିକା ସୋନା ମହାପାତ୍ର କିଛି ନି କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ବହୁବାର ସେ ବଲିଉଡ୍‌ ଭାଇଜାନ ସଲମାନଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ। ଏଥର ବି ତାଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଭାଇଜାନ। ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟାକୁ ନେଇ ସୋନା ମହାପାତ୍ର ଏଥର ସଲମାନଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟ୍‌ କରି ସୋନା ଲେଖିଛନ୍ତି, ‘ବିଷାକ୍ତ ପୁରୁଷ ପଣିଆର ଗୋଟିଏ ବା ଏକମାତ୍ର ପୋଷ୍ଟର ବୟ।’ ଏହା ସେ ସଲମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। କିଛି ସମୟ ହେଲା ଅର୍ଥାତ୍‌ ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ପୋଷଣକୁ ନେଇ ଆଲୋଚନା କରାଯାଉଥିବା ବେଳେ ଏବେ ଟାର୍ଗେଟରେ ଅଛନ୍ତି ସଲମାନ। ଅନେକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସଲମାନଙ୍କୁ ସମାଲୋଚନା କରୁଥିବା ବେଳେ ନିକଟରେ କିନ୍ତୁ ସଲମାନ କହିଥିଲେ ଏହି ସମୟରେ ସମସ୍ତେ ସୁଶାନ୍ତଙ୍କ ପରିବାର ଓ ତାଙ୍କ ପ୍ରଶଂସକଙ୍କ ସହ ରହିବା ଉଚିତ। ଏହା ବ୍ୟତୀତ କୌଣସି ଭୁଲ ଶବ୍ଦର ବ୍ୟବହାର ନ କରିବାକୁ ସଲମାନ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଜିତାଙ୍କ ବିପକ୍ଷରେ ଜିତିବା ନେଇ ଏମିତି କହିଲେ ମନ୍ମଥ ରାଉତରାୟ

ପୁରୀ,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେଡି ଟିକେଟ ଦେଇଛି। ଏହାକୁ ନେଇ...

ମୁନାୱାର ଫାରୁକିଙ୍କୁ ଅଟକ ରଖିଲା ପୋଲିସ

ମୁମ୍ବାଇ: ‘ବିଗ୍‌ ବସ’ ୧୭ ବିଜେତା ତଥା ଷ୍ଟାଣ୍ଡଅପ ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ବାସ୍ତବରେ ମୁନାୱାର ଫାରୁକିଙ୍କୁ...

ବିଦେଶି ବୟଫ୍ରେଣ୍ଡଙ୍କୁ ବିବାହ କଲେ ତାପସି? ଅନୁରାଗ କାଶ୍ୟପ ଅତିଥି!

ମୁମ୍ବାଇ: ଲଙ୍ଗ ଟାଇମ ବୟଫ୍ରେଣ୍ଡ ମୈଥିୟାସ ବୋଙ୍କ ସହ ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ବିବାହ ଖବର ଏବେ ହେଡଲାଇନରେ ରହିଛି। ଗତ ଦଶ ବର୍ଷ...

୫୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ଓ୍ବାଶିଂଟନ: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ଅଭିନେତ୍ରୀଙ୍କ ଘରେ କୁଆଁ କୁଆଁ ଡାକ ଶୁଭିଛି। ହଁ, କାମେରନ...

ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ

ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ...

କେବଳ ବଲିଉଡ୍‌ ନୁହେଁ, ସାଉଥ୍‌ ଫିଲ୍ମରେ ବି ହୋଲିର ଝଲକ

ମୁମ୍ବାଇ: ହୋଲି ହେଉଛି ଏକ ରଙ୍ଗର ପର୍ବ। ଯାହା ସମଗ୍ର ଭାରତରେ ପାଳନ କରାଯାଏ ଏବଂ କେତେକ ସ୍ଥାନରେ ଏହାର ମାହୋଲ ଏକ ମାସ ପୂର୍ବରୁ...

Video: ଶେଷ କିଷାନଙ୍କ ଜୀବନୀ ଉପରେ ତିଆରି ହେବ ଫିଲ୍ମ

ଭୁବନେଶ୍ୱର,୨୩।୩: ଯୁବ ବୈଜ୍ଞାନିକ ଡ. ଶେଷ କିଷାନଙ୍କ ଯିବନି ଉପରେ ନିର୍ମାଣ ହେବ ଫିଲ୍ମ। ଶେଷ’ ଉତ୍କଟ ଦାରିଦ୍ରତାର ଶେଷ ସୀମାରୁ ସଂଘର୍ଷ କରି କିପରି...

ପ୍ରିୟଙ୍କାଙ୍କ କମ୍‌ବ୍ୟାକ୍‌

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଭାରତରେ ଅଛନ୍ତି। ଏହି ସମୟରେ ସେ ନୂଆ ଚଳଚ୍ଚିତ୍ରକୁ ନେଇ ବି’ଟାଉନ ଆସିଥିବା ଚର୍ଚ୍ଚା ହେଉଛି। ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri