Posted inଖେଳ

ରାଇଟ୍‌ ଡର୍ବିଶାୟାର କ୍ରିକେଟ କ୍ଲବ ଅଧ୍ୟକ୍ଷ ନିଯୁକ୍ତ

ଲଣ୍ଡନ,୧୦।୪(ପି.ଟି.)- ପୂର୍ବତନ ଭାରତୀୟ କୋଚ୍‌ ଜନ୍‌ ରାଇଟ୍‌ଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି। ଇଂଲିଶ କାଉଣ୍ଟି କ୍ଲବ ଡର୍ବିଶାୟାର କ୍ରିକେଟ କ୍ଲବର ନୂଆ ଅଧ୍ୟକ୍ଷ ଭାବେ ସେ ନିଯୁକ୍ତ ହୋଇଛନ୍ତି। ନ୍ୟୁଜିଲାଣ୍ଡର ଏହି ପୂର୍ବତନ ଅଧିନାୟକ ସବୁ ଫର୍ମାଟରେ ୯,୦୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଛନ୍ତି। ସେ ହାରୋଲ୍ଡ ରୋଡ୍ସଙ୍କ ଉତ୍ତରାଧିକାରୀ ରୂପେ ନିଯୁକ୍ତ ହୋଇଛନ୍ତି। ୬୫ ବର୍ଷୀୟ ରାଇଟ୍‌ ପ୍ରଥମଶ୍ରେଣୀ କ୍ରିକେଟରେ ୧୦, ୬୩୮ ରନ ସଂଗ୍ରହ କରିଛନ୍ତି। ସେହିପରି ଲିଷ୍ଟ-ଏ’ରେ ସେ ୪,୩୩୧ ରନ ସଂଗ୍ରହ କରିଛନ୍ତି। ଏଥିରେ ୩୧ଟି ଶତକ ସାମିଲ ରହିଛି। ଏଥିରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୯୦ ରନ ରହିଛି। ୧୯୭୭ରୁ ୧୯୮୮ ମଧ୍ୟରେ ସେ ଏହି ସଫଳତା ହାସଲ କରିଥିଲେ। ନୂଆ ନିଯୁକ୍ତି ନେଇ ରାଇଟ୍‌ ଖୁସି ଜାହିର କରିଛନ୍ତି ଓ ଏହା ମୋ ପାଇଁ ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି। ପୂର୍ବରୁ ରାଇଟ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡିତ ଥିଲେ। ସେ ମଧ୍ୟ ଡର୍ବିଶାୟାର କ୍ଲବର ସ୍ପେଶାଲିଷ୍ଟ ଟି୨୦ କୋଚ୍‌ ଭାବେ ୨୦୧୭ରେ କାର୍ଯ୍ୟ କରିଥିଲେ। ଡର୍ବିଶାୟାର ତରଫରୁ ସେ ଦୀର୍ଘ ଦିନ ଖେଳି ଆସିଛନ୍ତି ଓ କ୍ଲବର ସେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ବିବେଚିତ ହେଉଛନ୍ତି। ଏବେ ସେ କୋଚ୍‌ ରୂପେ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଓ ଏହା ବହୁତ ଖୁସିର କଥା। ଦୀର୍ଘ ବର୍ଷ ଧରି କ୍ଲବ ପ୍ରତି ତାଙ୍କର ଯଥେଷ୍ଟ ଅବଦାନ ରହିଛି। କ୍ଲବ୍‌ର ୧୫୦ତମ ବର୍ଷରେ ସେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ଆମ ପାଇଁ ସୌଭାଗ୍ୟର ବିଷୟ ବୋଲି ଡର୍ବିଶାୟର କୋଚ୍‌ ଇଆନ ମୋର୍ଗାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପାକିସ୍ତାନରେ ଆଇପିଏଲ ବ୍ୟାନ୍‌, ହେଲେ ସୀମା ଆରପାରିରେ ଜୋର୍‌ ଚାଲିଛି ବୈଭବଙ୍କ ଚର୍ଚ୍ଚା; ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧।୬: IPL ୨୦୨୬ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀ ଏହି ସିଜିନରେ ସର୍ବାଧିକ ରନ କରିଥିଲେ। ସେ ୧୬ ମ୍ୟାଚରେ ୧୬ ଇନିଂସରେ ୭୭୬…

ବିକ୍ରି ହୋଇଥିଲେ ୧.୧୦ କୋଟିରେ, ଏବେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ କୋଟି କୋଟି ଟଙ୍କା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧।୬: IPL ୨୦୨୬ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସିଜନ ଥିଲା। ସେ ଅନେକ ପୁରସ୍କାର ଜିତିଥିଲେ, ଯେଉଁଥିରେ ଅରେଞ୍ଜ କ୍ୟାପ ମଧ୍ୟ ଥିଲା, ଯାହା…

ପାଦ ଛୁଇଁ ନୁହେଁ, କୋହଲିଙ୍କୁ ଦେଖି ଏମିତି କାମ କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୬:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2026 ଫାଇନାଲ ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କୁ ଭେଟିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷରେ RCBର ଫାଇନାଲ ମ୍ୟାଚ ଦେଖିବା…

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

GT ବସରେ କେମିତି ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭିଡ଼ିଓ, ଘଣ୍ଟାଏ ରାସ୍ତା କଡ଼ରେ ବସି ରହିଲେ ଖେଳାଳି

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ ଦଳ ହୋଟେଲକୁ ଫେରୁଥିବା ବେଳେ ଗୁଜୁରାଟ ଟାଇଟାନ୍ସ ଦଳର ବସରେ ନିଆଁ ଲାଗିଯାଇଥିଲା; ଘଟଣାର ଏକ ଭିଡ଼ିଓ ଏବେ ସାମ୍ନାକୁ…

ମଟନ, ଚିକେନ ସହ ହଳଦିଆ ମିଠା…, ଏହା ହେଉଛି ବୈଭବଙ୍କ ଶକ୍ତି ପଛର ରହସ୍ୟ, ୧୫ ବର୍ଷ ବୟସରେ ନେଉଛନ୍ତି…

ନୂଆଦିଲ୍ଲୀ,୧।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଏକ ଆକର୍ଷଣ ସୃଷ୍ଟି କରିଛନ୍ତି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର ପର୍ଯ୍ୟନ୍ତ, ସମସ୍ତେ…

RCBକୁ ମିଳିଲା ୨୦ କୋଟି, ହେଲେ ବୈଭବଙ୍କୁ ମିଳିଲା କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟ୍ରଫି ଜିତିଛି। ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri