Posted inଖେଳ

ଆମେରିକାରେ ଫସି ରହିଛନ୍ତି ହକି କିମ୍ବଦନ୍ତୀ ଦିଓ୍ବାନ

ନୂଆଦିଲ୍ଲୀ,୧୦।୪ (ପି.ଟି.)-୧୯୭୫ ହକି ବିଶ୍ୱକପ୍‌ ବିଜେତା ତଥା କିମ୍ବଦନ୍ତୀ ଭାରତୀୟ ହକି ଖେଳାଳି ଆଶୋକ ଦିଓ୍ବାନ ଆମେରିକାରେ ଫସି ରହିଛନ୍ତି। ଟ୍ରାଭେଲ ରେଷ୍ଟ୍ରିକ୍ସନ ବା ଭ୍ରମଣ ଜନିତ କଟକଣା ଯୋଗୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିପାରୁ ନାହାନ୍ତି। ଭାରତ ଆସିବା ପାଇଁ ସେ ଏବେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେଉଛି। ଏ ନେଇ ସେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ମୁଖ୍ୟ ନରିନ୍ଦର ବାତ୍ରାଙ୍କୁ ଅବଗତ କରାଇଛନ୍ତି ଓ ନିଜ ସମସ୍ୟା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି।
ଗତ ସପ୍ତାହରେ କାର୍ଲିଫର୍ନିଆର ଏକ ହସ୍ପିଟାଲରେ ଜରୁରିକାଳୀନ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆମେରିକା ଯାଇଥିଲି ଓ ଏବେ ମୋର ଦେହ ଖରାପ ଅଛି। ଏଠାରେ ମୋର ଇନ୍‌ସ୍ୟୁରାନ୍ସ ମଧ୍ୟ ନାହିଁ। ମେଡିକାଲ ଖର୍ଚ୍ଚ ମଧ୍ୟ ଅତ୍ୟଧିକ ରହିଛି ବୋଲି ଚିଠି ଲେଖି ଦିଓ୍ବାନ ବାତ୍ରାଙ୍କୁ ଜଣାଇଛନ୍ତି। ପ୍ରଥମେ ଏପ୍ରିଲ ୨୦ ତାରିଖରେ ଏୟାର ଇଣ୍ଡିଆ ମାଧ୍ୟମରେ ଭାରତ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ-୧୯ ମହାମାରୀ କାରଣରୁ ମୋ ଭ୍ରମଣ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଦିଓ୍ବାନ କହିଛନ୍ତି। ମୋର ଏହି ବାର୍ତ୍ତାକୁ କ୍ରୀଡ଼ାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ପହଞ୍ଚାଇବାକୁ ସେ ଅନୁରୋଧ କରିଛନ୍ତି। ମୋର ଚେକ୍‌ ପାଇଁ ଏକ ହସ୍ପିଟାଲ୍‌ ଓ ସାନ୍‌ ଫ୍ରାନ୍ସିସ୍କୋରୁ ଭାରତ ଫେରିବା ପାଇଁ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।
ଭାରତ ଫେରିବା ପରେ ସବୁ ବିଲ୍‌ ପୈଠ କରିବାକୁ ସେ କଥା ମଧ୍ୟ ଦେଇଛନ୍ତି। ମୋ ଦେହ ଖରାପ ଥିବାରୁ ଏ ନେଇ ଶୀଘ୍ର ବ୍ୟବସ୍ଥା କରିବାକୁ ୧୯୭୫ ହକି ବିଶ୍ୱକପ୍‌ ହିରୋ କହିଛନ୍ତି। ଉଲ୍ଲେଖଥାଉ କି, ୧୯୭୬ ଅଲିମ୍ପିକ୍‌ ଟିମ୍‌ର ସଦସ୍ୟ ଦିଓ୍ବାନ ଗତ ଡିସେମ୍ବରରେ ଆମେରିକାର ସାକ୍ରେମେଣ୍ଟୋରେ ରହୁଥିବା ତାଙ୍କ ପୁଅ ନିକଟକୁ ଯାଇଥିଲେ। ତେବେ ସେ ଟ୍ରାଭେଲ ରେଷ୍ଟ୍ରିକ୍‌ଶନ କାରଣରୁ ଫସି ରହିଛନ୍ତି ବାଲି ଦିଓ୍ବାନଙ୍କ ଝିଅ ଆରୁଷୀ କହିଛନ୍ତି। ଭାଇ ଅବିବାହିତ ଅଛନ୍ତି ଓ ତାଙ୍କ ଦେହ ହଠାତ୍‌ ଖରାପ ହୋଇଯାଇଛି। ଡାକ୍ତର ତାଙ୍କୁ ଗୋଟିଏ ମାସର ଔଷଧ ଦେଇଛନ୍ତି। ତେବେ ଏହା କାମ ଦେଉନି। ବାପା ତାଙ୍କ ମେଡିକାଲ ଇନ୍‌ସ୍ୟୁରାନ୍ସ ନେବାକୁ ଭୁଲି ଯାଇଛନ୍ତି ବୋଲି ଆରୁଷି ଓ ତାଙ୍କ ମା କହିଛନ୍ତି। ପୁଣି ଆମେରିକାରେ କରୋନା ଭାଇରସ ସଂକ୍ରମଣ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ଏପରିସ୍ଥଳେ ଆମ ପାଖରେ କିଛି ଉପାୟ ନାହିଁ। ତେଣୁ ସରକାର ଆମକୁ ସହାଯ୍ୟ କରିବାକୁ ଆଗେଇ ଆସିବେ ବୋଲି ଆରୁଷୀ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri