ରଥରେ ଯାନ୍ତି ଗନ୍ଧର୍ବ, ଯକ୍ଷ ଓ ଅପ୍‌ସରା

ପୁରୀ ଅଫିସ, ୨୩ା୬: ବିଶ୍ୱବ୍ରହ୍ମାଣ୍ଡର ହିତ ନିମନ୍ତେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଏଥିପାଇଁ ପ୍ରତିବର୍ଷ ତିନିଗୋଟି ରଥ ନିର୍ମିତ ହୋଇଥାଏ। ଏହି ରଥରେ ଚତୁର୍ଦ୍ଧାବିଗ୍ରହଙ୍କ ସହିତ ରାମ, କୃଷ୍ଣ ଓ ମଦନମୋହନ ଯାଇଥାନ୍ତି। ଏଥିସହିତ ଗନ୍ଧର୍ବ, ଯକ୍ଷ ଓ ଅପ୍‌ସରାମାନେ ମଧ୍ୟ ଯାତ୍ରା କରିଥାନ୍ତି ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ପୁରାଣ ମତରେ ଗନ୍ଧର୍ବ ଅର୍ଥ ଦେବତାଙ୍କ ଶ୍ରେଣୀବିଶେଷ। ଏମାନେ ସ୍ବର୍ଗରେ ରହନ୍ତି ଓ ଗାନ କରନ୍ତି। ଅଗ୍ନି ପୁରାଣରେ ଗନ୍ଧର୍ବଙ୍କର ୧୧ ପ୍ରକାର ଭେଦ କଳ୍ପନା କରାଯାଇଛି। ବେଦରେ ଗନ୍ଧର୍ବଙ୍କୁ ଦୁଇଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା ସ୍ବର୍ଗବାସୀ ଓ ଅନ୍ତରୀକ୍ଷବାସୀ। ଗନ୍ଧର୍ବମାନଙ୍କର ସ୍ବାମୀ ବରୁଣ ଓ ମତାନ୍ତରେ କୁବେର। ଗନ୍ଧର୍ବମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ ଅଟନ୍ତି। ତେଣୁ ରଥଯାତ୍ରା ସମୟରେ ରଥର ନିର୍ଦ୍ଦିଷ୍ଟ ସ୍ଥାନରେ ରହି ଏମାନେ ଯାତ୍ରା କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ରଥରେ ଥିବା ଗନ୍ଧର୍ବଙ୍କ ନାମ ହୁହୁ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ଥିବା ଗନ୍ଧର୍ବଙ୍କ ନାମ ହାହା।
ସେହିପରି ଯକ୍ଷ ମଧ୍ୟ ରଥରେ ଅବସ୍ଥାନ କରି ଯାତ୍ରା କରିଥାନ୍ତି। ଯକ୍ଷ ହେଉଛନ୍ତି ଦେବଯୋନି ବିଶେଷ। କୁବେରଙ୍କ ଧନ ଓ ଉଦ୍ୟାନର ରକ୍ଷକ। ଏମାନଙ୍କର ସାଧନା କଲେ ସାଧକ ବହୁ ଧନଶାଳୀ ହୋଇଥାନ୍ତି। ଏମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ ଭକ୍ତ। ତେଣୁ ରଥଯାତ୍ରା ସମୟରେ ଯକ୍ଷ ମଧ୍ୟ ଯାତ୍ରାରେ ସାମିଲ ହୋଇଥାନ୍ତି। ଶ୍ରୀଜଗନ୍ନାଥଙ୍କ ରଥରେ ଥିବା ଯକ୍ଷଙ୍କ ନାମ ହର୍ଯ୍ୟକ୍ଷ। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଯାତ୍ରା କରୁଥିବା ଯକ୍ଷଙ୍କ ନାମ କିଂଜ୍ୱଳିକା। ଏଥିସହିତ ଅପ୍‌ସରାମାନେ ମଧ୍ୟ ରଥରେ ବସି ଠାକୁରଙ୍କ ସହିତ ଯାତ୍ରା କରିଥାନ୍ତି। ଅପ୍‌ସରାମାନେ ସ୍ବର୍ଗର ନର୍ତ୍ତକୀ। ଏମାନେ ଇନ୍ଦ୍ରଙ୍କ ରାଜସଭା ସୁଧର୍ମାରେ ଗୀତ ଗାଇ ନାଚନ୍ତି। ଏମାନେ ଅତି ସୁନ୍ଦରୀ ଓ ନୃତ୍ୟଶିଳା। ଏ ସମସ୍ତେ ସମୁଦ୍ର ମନ୍ଥନରୁ ଜାତ। ଏମାନଙ୍କ ମଧ୍ୟରୁ ୨ ଜଣ ଅପ୍‌ସରା ପୁଲୋମୋଚା ଓ ଉର୍ବସୀ ନନ୍ଦିଘୋଷ ରଥରେ ଯଥା ସ୍ଥାନରେ ଅବସ୍ଥାନ କରି ଯାତ୍ରା କରିଥାନ୍ତ। ଏହିପରି ଭାବେ ରଥରେ ଠାକୁରମାନଙ୍କ ସହିତ ଗନ୍ଧର୍ବ, ଯକ୍ଷ ଓ ଅପ୍‌ସରାମାନେ ଯାଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri