ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ସମ୍ବଲପୁର, ୧୬।୧୨ (ବ୍ୟୁରୋ) ଅଇଁଠାପାଲି ପିଏଚଡି ପଡିଆଠାରେ ଚାଲିଥିବା ସମ୍ବଲପୁର ମହୋତ୍ସବ-୨୦୧୯ ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ପ୍ରୀତିନନ୍ଦା ମିଶ୍ରଙ୍କ କଣ୍ଠରୁ ରଙ୍ଗବତୀ ଗୀତ ଝରି ପଡିଥିଲା । ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଏହି ଲୋକଗୀତ ତାଳରେ ଦର୍ଶକ ଝୁମି ଉଠିଥିଲେ । ସେହିପରି ସମ୍ବଲପୁରୀଆ ବାବୁ ମଣ୍ଟୁ ଛୁରିଆଙ୍କ ଗୀତ ଦର୍ଶକଙ୍କ ମନ ମୋହିଥିଲା । ସମ୍ବଲପୁରୀଆ ବାବୁଙ୍କ ଗୀତ ଶୁଣିବା ପାଇଁ ସମ୍ବଲପୁର, ବୁର୍ଲା, ହୀରାକୁଦ, ରେଙ୍ଗାଲି, ମାନେଶ୍ୱର ଅଞ୍ଚଳରୁ ଶହସ୍ରାଧିକ ସ୍ରୋତାଙ୍କ ଭିଡ ଜମିଥିଲା । ଏଥିସହ ସମ୍ବଲପୁରୀ ପୋଷାକ ଫେଶନ ସୋ ମହୋତ୍ସବକୁ ସଂସ୍କୃତି ଓ ପରମ୍ପରାର ଝଲକ ଦେଇଥିଲା । ପୁଷ୍ପରାଜ ସୁନା, ପଦ୍ମିନୀ ପାଣିଗ୍ରାହୀ, ଦୁର୍ଗା ଦାଶ ଗୀତ ଗାଇ ଥିଲେ । ରଙ୍ଗଫରୁଆ ଓ କେନ୍ଦୁଝର ଅଦ୍ୟମ ଓଡିଶା ସ୍ପିଜା କଳାକାରମାନେ ସମ୍ବଲପୁରୀ ନୃତ୍ୟର ଫ୍ୟୁଜନ୍‌ ପରିବେଷଣ କରିଥିଲେ । ମହୋତ୍ସବ ମୁଖ୍ୟ ସଂଯୋଜକ ସପନ ମିଶ୍ରଙ୍କ ପରିଚାଳନାରେ ଉଦ୍‌ଯାପନୀ ଉତ୍ସବ ହୋଇଥିଲା । ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟଅତିଥି, ସମ୍ବଲପୁର ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପ୍ରଫେସର ସାଧୁଚରଣ ପଣ୍ଡା, ସମ୍ବଲପୁର ପ୍ରେସ୍‌ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ, ସୁବ୍ରତ ପାଣିଗ୍ରାହୀ, ଡା. ଶଙ୍କର ରାମଚନ୍ଦାନୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଗୌତମ ମିଶ୍ରଙ୍କ ସମ୍ବଲପୁର ସିନେମା ଡିଭାଇନ୍‌ ଡକ୍ଟର ପୋଷ୍ଟର ଓ ଟ୍ରିଜର୍‌ ଉନ୍ମୋଚନ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri