ଯେଉଁଠି ଶ୍ରୀଜୀଉଙ୍କର ହୁଏ ରୁପାବେଶ

୧୭୫୭ଖ୍ରୀଷ୍ଟାବ୍ଦରେ ପ୍ରଥମ କରି ରଣପୁର ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କ ଘୋଷ ଯାତ୍ରା ଆରମ୍ଭ ହୋଇଥିଲା । ପୁରୀ ମନ୍ଦିର ସହିତ ରଣପୁର ମନ୍ଦିରର ରହିଛି ବହୁ ସାମଞ୍ଜସ୍ୟ । ପୁରୀରେ ଷୋହଳ କଳା ଥିବା ବେଳେ ରଣପୁର ମନ୍ଦିରରେ ଏକ କଳା ରହିଛି । ପୁରୀରେ ଶ୍ରୀଜୀଉମାନେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିଲା ବେଳେ ଏଠାରେ ଠାକୁରମାନେ ରୁପା ବେଶରେ ଦର୍ଶନ ଦେଇଥାନ୍ତି । ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କୁ ରୁପାବେଶରେ ସୁସଜ୍ଜିତ କରାଯାଇଥାଏ । ରଣପୁର ସବ୍‌ଟ୍ରେଜେରୀରେ ରଖାଯାଇଥିବା ମହଣ ମହଣ ସମସ୍ତ ରୁପା ଅଳଙ୍କାର ପୂଜାପଣ୍ଡା ଓ ପଢିହାରୀମାନଙ୍କୁ ଦିଆଯାଇଥାଏ । ସେମାନେ ବିଗ୍ରହମାନଙ୍କ ଶ୍ରୀ ମସ୍ତକରେ କିରୀଟ, କୁଣ୍ଡଳୀ, ହସ୍ତ, ପାଦ, ଶଙ୍ଖ, ଚକ୍ର, ଗଦା, ହଳ ଆଦି ବିଭିନ୍ନ ଅଳଙ୍କାର ନେଇ ରଥାରୂଢ ତିନି ଠାକୁରଙ୍କୁ ଭୂଷିତ କରିଥାନ୍ତି । ଏହି ବିଷୟରେ ରଣପୁର ଜଗନ୍ନାଥ ମନ୍ଦିରର ପୂଜାପଣ୍ଡା ଗୋପାଳ ଚନ୍ଦ୍ର ରଥ କୁହନ୍ତିି ଆମ ଜେଜେ ବାପାଙ୍କ ଅମଳରୁ ରଥଯାତ୍ରା ବନ୍ଦ ହେବାର କେବେ ଶୁଣି ନାହୁଁ । ନଅଙ୍କ ଦୁର୍ଭିକ୍ଷ ବେଳେ ବି ଏଠାରେ ରଥଯାତ୍ରା ବନ୍ଦ ହୋଇ ନ ଥିଲା । ସେହିଭଳି ବରିଷ୍ଠ ରଥ ନିର୍ମାଣ ମହାରଣା କବିରାଜ ମହାରଣା କୁହନ୍ତି, ତିନି ରଥର କାର୍ଯ୍ୟ ପ୍ରାୟ ୯୮ ପ୍ରତିଶତ ସରିଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଠାରେ ମନ୍ଦିର ପ୍ରଶାସନ ପକ୍ଷରୁ ରଥ କାର୍ଯ୍ୟ ବନ୍ଦ କରାଗଲା । ଫଳରେ ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିବାକୁ ଯାଉଛି । – ସୁକାନ୍ତ କୁମାର ଡାକୁଆ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri