ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ଭୁବନେଶ୍ୱର, ୧୮।୩: ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳପଥର ୧ ଲକ୍ଷ ଟିକେଟ ବାତିଲ କରାଯାଇଛି। ଗତ ବର୍ଷ ସମାନ ସମୟ ତୁଳନାରେ ବାତିଲ ହୋଇଥିବା ଟିକେଟ ସଂଖ୍ୟାଠାରୁ ଏହା ୬୭% ଅଧିକ ରହିଛି। ସାରା ଦେଶରେ ଟିକେଟ ବାତିଲ ହାର ପୂର୍ବବର୍ଷ ଅପେକ୍ଷା ଏବେ ୮୦% ଛୁଇଁଛି। ଯାତ୍ରୀ ହେଉ ନ ଥିବାରୁ ପୂର୍ବତଟ ରେଳପଥ ଦେଇ ପ୍ରାୟ ୫ ଯୋଡ଼ା ଟ୍ରେନ୍‌ ବାତିଲ କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି। ଏଭଳି ସ୍ଥିତି ଲାଗି ରହିଲେ ଅଧିକ ଟ୍ରେନ୍‌ ବାତିଲ ହେବା ନେଇ ଆଶଙ୍କା କରାଯାଉଛି। ଟିକେଟ ବୁକିଂକୁ ନିୟମିତ ଭିତ୍ତିରେ ତର୍ଜମା କରାଯାଉଛି। ଏହି ଆଧାରରେ ଟ୍ରେନ୍‌ଗୁଡିକୁ ବାତିଲ କରିବା ଉପରେ ନିଷ୍ପତ୍ତି ହେଉଥିବା ସୂଚନା ରହିଛି। ପୂର୍ବତଟ ରେଳପଥ ଅଧିକ ଭୁବନେଶ୍ୱର, ପୁରୀ, ସମ୍ବଲପୁର ଏବଂ ବିଶାଖାପାଟଣାରୁ ବାହାରୁଥିବା ଟ୍ରେନଗୁଡିକରେ ପରଦା ଏବଂ କମ୍ବଳକୁ ହଟାଯାଇଛି। ଯାତ୍ରୀଙ୍କୁ ନିଜର କମ୍ବଳ, ସାଲ୍‌ ଆଣିବା ଲାଗି କୁହାଯାଇଛି। ଏହି ସମୟରେ ପୂର୍ବତଟ ରେଳପଥ ସାମୟିକ ଲାଗି କିଛି ସ୍ବତନ୍ତ୍ର ଟ୍ରେନ୍‌କୁ ମଧ୍ୟ ବାତିଲ କରିଛି।
ଏପଟେ କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ଲାଗି ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଜୀବାଣୁ ନାଶ ପ୍ରକ୍ରିୟା ହାତକୁ ନିଆଯାଇଛି। ଜ୍ୱର କିମ୍ବା କଫ ଥିବା ଯାତ୍ରୀ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନଗୁଡିକରେ ଖୋଲାଯାଇଥିବା ସାହାଯ୍ୟ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ରହିଛି। ସରକାର ଧାର୍ଯ୍ୟ କରିଥିବା ନିୟମାବଳୀକୁ ମାନିବା ଏବଂ ସହଯୋଗ କରିବା ନେଇ ରେଳଯାତ୍ରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ନିବେଦନ କରିଛନ୍ତି। ରେଳପଥ ପକ୍ଷରୁ କେତେକ ସ୍ଥାନରେ ଟ୍ରେନ୍‌ଗୁଡିକ ମଧ୍ୟ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି କେନ୍ଦ୍ର ରେଳପଥ ପକ୍ଷରୁ ଶନିବାର ୨୩ ଟ୍ରେନ୍‌ ବାତିଲ କରାଯାଇଛି। ଏଥିରେ ମେଲ୍‌, ଏକ୍ସପ୍ରେସ ଟ୍ରେନଠାରୁ ଆରମ୍ଭକରି ରାଜଧାନୀ ଭଳି ଟ୍ରେନ୍‌ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?