ମୋ ସୁନାଟା ପରା…

ଡ.କୁଳାଙ୍ଗାର

ସତ କହିଲେ ଆଜ୍ଞା, ମୋ ପରି ଆପଣ ବି ସୁନାକୁ ଲୋଭ କରନ୍ତି ଓ ଭଲ ପାଆନ୍ତି? ଯଦି ପାଉଥାଆନ୍ତି ତେବେ ତ ସାଂଘାତିକ କଥା ା ଏ ସୁନା ଲୋଭ ଆପଣଙ୍କୁ ସାଂଘାତିକ ବିପଦରେ ପକେଇ ପାରେ ା ଅବଶ୍ୟ ଆପଣ ସୁନା ପାଇବା ପାଇଁ କୌଣସି ଅପରାଧ କରି ପକାଇବେ ବା କରିବାକୁ ବାଧ୍ୟ ହେବେ ସେ କଥା ମୁଁ କହୁ ନାହିଁ ା ତେବେ ସୁନା ଲୋଭ ପାଇଁ ଆପଣ ନାନା ହଇରାଣ ହେବାର ଯଥେଷ୍ଟ ସମ୍ଭାବନା ଅଛି ା
ମୁଁ ଜାଣେ, ଏମିତି ଉପରଠାଉରିଆ କରି କହିଲେ ଆପଣ ମୋ କଥାକୁ ଆଦୌ ବିଶ୍ୱାସ କରିବେ ନାହିଁ ା
ଆସନ୍ତୁ ମୁଁ କିଛି ଅଙ୍ଗେନିଭା କଥା ଆପଣଙ୍କୁ କହୁଛି ା
ଅଳ୍ପଦିନ ତଳେ ନୂଆବୋହୂ ହୋଇ ଶାଶୁ ଘରକୁ ଯାଇଥିବା ସାନ ଭଉଣୀ ମୋର ହଠାତ୍‌ ଦିନେ କାନ୍ଦିକାନ୍ଦି ଆସି ଅଭିଯୋଗ କଲା କି ମୁଁ ଯଥେଷ୍ଟ ସୁନା ନେଇନାହିଁ ବୋଲି ମୋ ଶାଶୁ ମୋତେ ନାନା ନିର୍ଯାତନା ଦେଉଛନ୍ତି! କଥା କ’ଣ କି ଆମ ଝିଅଟି ଦେଖୁବାକୁ ହିରୋଇନୀ ପରି ନୁହେଁ, ତେଣୁ ବିବାହ ପ୍ରସ୍ତାବ ସବୁ ଗୋଟିଏ ଦେଖାରେ ହିଁ କାଟ୍‌ ଖାଇ ଯାଉଥିଲା ା ତେବେ ଜଣେ ମଉସାଙ୍କ ପରାମର୍ଶରେ ଆମେ ପରବର୍ତ୍ତୀ କନ୍ୟା ଦର୍ଶନ ଦିନ ଝିଅକୁ ସୁନା ଗହଣାରେ ମଣ୍ଡିକରି ବସାଇଦେଲୁ ା
ବାସ୍‌, ଏଥର ଝିଅ ତାଙ୍କର ପସନ୍ଦ ଆସିଗଲା ା ନିର୍ବନ୍ଧ ପରେ ଭାଉଜ, ଖୁଡୀ, ମାଈଁ ଆଦିଙ୍କଠାରୁ ସଂଗୃହୀତ ସ୍ବର୍ଣ୍ଣ ଅଳଙ୍କାର ସବୁ ଫେରାଇ ଦିଆଗଲା ା
କିନ୍ତୁ ସେସବୁ ଏବେ ବି ଶାଶୁ ମହୋଦୟାଙ୍କର ଆଖିରେ ନାଚୁଥିଲା! ହଉ ଏହାର କିଛି ଉପାୟ କରିବା କହି ଆମେ ଭଉଣୀକୁ ଘରେ ରଖିଲୁ ା
ଏ ଘଟଣାର ଦୁଇଦିନ ପରେ ଶୁଣିବାକୁ ମିଳିଲା ଶାଶୁଦେବୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ା
ଆମ୍ଭ ଭଉଣୀକୁ ଧରି ଡାକ୍ତରଖାନାରେ ପହଞ୍ଚି ଜାଣିବାକୁ ପାଇଲୁ କି ଏ ଅଘଟଣ ମଧ୍ୟ ସେଇ ସୁନା ପାଇଁ ା ବେକରେ ମୋଟା ସୁନା ଅଳଙ୍କାର ପିନ୍ଧି ମହୋଦୟା ବଡି ଭୋରରୁ ଫୁଲତୋଳିବାକୁ ଯିବାବେଳେ ଚୋର ତାଙ୍କ ହାରକୁ ଟାଣିଲା। ଏହା ସହଜରେ ନ ଛିଡନ୍ତେ ପ୍ରଥମେ ଗଳା ଓ ପରେ ପରେ ପ୍ରାଣ ଉପରେ ଚାପ ସୃଷ୍ଟି କଲା।
ତେବେ ମୋର ସୁନା ପ୍ରତି ଶ୍ରଦ୍ଧାବୃଦ୍ଧିର ଅନେକ କାରଣ ଅଛି ା ମୁଁ ସବୁବେଳେ ଚାହେଁ ମୋତେ ସମସ୍ତେ ସବୁଠି ଭଲ ପାଆନ୍ତୁ ା ମୁଁ ଦେଖିଲି ସମସ୍ତେ ସବୁଠି ଝିଅଙ୍କୁ ଭଲ ପାଉଛନ୍ତି! ସେମାନଙ୍କ ସାଥୀରେ କଥା ହେବାକୁ ହମହମ ହେଉଛନ୍ତି ା ଏମିତି କାହିଁକି? ମୁଁ ଅନୁସନ୍ଧାନ କରି ଜାଣିଲି କି ଏହାର କାରଣ ସୁନା! ସୁନାର ଚମତ୍କାରିତା ମୁଁ ପିଲାଦିନୁ ଦେଖିଆସିଛି ା ଅମୁକ କାମଟା କରେଇଦେଲେ ଠାକୁରାଣୀଙ୍କୁ ସୁନାର ଆଖି ହଳେ ଦେବେ ବୋଲି ବାପା ଲୋଭ ଦେଖେଇ ବହୁକାର୍ଯ୍ୟ ହାସଲ କରିଛନ୍ତି ା କଲେଜକୁ ଯେଉଁ ଟୋକା ବେକରେ ଓ ହାତରେ ମୋଟା ମୋଟା ସୁନା ଚେନ୍‌, ବଳା ଓ ମୁଦି ଆଦି ପିନ୍ଧିକରି ଆସିଥାଆନ୍ତି, ସେମାନଙ୍କୁ ଅଧ୍ୟାପକେ ପରୀକ୍ଷାରେ ସାଧୁ ସହଯୋଗ କଲାବେଳେ ନିସୁନା ହୋଇଥିବା କାରଣରୁ ଆମକୁ ସାଧୁ ଭାଷାରେ ଶୋଧି ଥାଆନ୍ତି!! ତେଣୁ ମୋର ସୁନା ପ୍ରତି ଆଗ୍ରହ ବଢିଲା ଏବଂ ମୁଁ ବୋଉକୁ ପାମ୍ପଳାଇ ଘରେଥିବା ସୁନା ଅଳଙ୍କାରକୁ ବେକରେ ଓ ହାତରେ ଧାରଣ କଲି ା ଆଶ୍ଚର୍ଯ୍ୟଜନକ ଭାବରେ ସବୁଆଡେ ମୋର ଆକର୍ଷଣ ବଢିଲା ା ଝିଅମାନେ ବି ମୋ ସହିତ କଥା ହେବାକୁ ଆଗ୍ରହ ପ୍ରକାଶ କଲେ ା
ବାହାଘରରେ ବହୁତ ସୁନା ମିଳିବାର ସମ୍ଭାବନା ଅଛି ବୋଲି ମୁଁ ଶୁଣିଥିଲି ା କିନ୍ତୁ ଆମେ ନିଜେ ଯେପରି ସାନ ଭଉଣୀର ବାହାଘରରେ କରିଥିଲୁ ସେଥିରେ ମୁଁ ବିଶେଷ ପ୍ରଭାବିତ ହୋଇ ନ ଥିଲି ା ତା’ ଛଡା ଟିଭିରେ ବାରମ୍ବାର ସ୍ବାମୀ-ସ୍ତ୍ରୀ କଳହ ଓ ସମାଧାନ ପାଲା ସବୁ ଦେଖି ଦେଖି ମୁଁ ଏକଦମ୍‌ ଡରି ଯାଇଥିଲି ା ତେଣୁ ମୁଁ ଆଗରୁ ବାହା ହେବାକୁ ଅମଙ୍ଗ ହେଉଥିଲି ା ଶେଷରେ ନିରାଶ ହୋଇ ବୋଉ ଯେଉଁଦିନ ମୋତେ କହିଲା- ମୋ ସୁନାଟା ପରା! ମୁଁ ତାକୁ ଦେଖିଛି, ତୁ ଥରେ ଯାଇକି ସେ ସୁବଣ୍ଣର୍ର୍ ପ୍ରତିମା ପରି ଲକ୍ଷ୍ମୀକୁ ଦେଖି ଆ! ସେଦିନ ସୁନା କଥା ଶୁଣି ମୋ ମନ ତରଳି ଗଲା ା
ବୋଉକଥା ମାନି ସେ କନ୍ୟାକୁ ଦେଖିବାକୁ ଗଲି ା ଝିଅଘରେ ବସୁ ବସୁ ମୋତେ ଓ ମୋର ସୁନାକୁ ଦେଖି ଝିଅର ବାପା ମୁହଁ ଶୁଖେଇ ପଚାରିଲେ- ଆଜ୍ଞା, ପୁଅ ସୁନାଋଣ ସଂସ୍ଥାରେ ଚାକିରି କରନ୍ତି ବୋଧେ! କ୍ଷମା କରିବେ ଆମେ ସେ ପୋଲିସି, ଜେଲ୍‌ ଚକ୍କରରେ ପଶିବାକୁ ଚାହୁଁନୁ! ସାଥିରେ ବାପା ଯାଇଥିଲେ ା ସିଏ କହିଲେ- ନାଇଁ ନାଇଁ ା ଆପଣଙ୍କର ଭ୍ରମ ହୋଇଛି ା
ସିଏ ବ୍ୟବସାୟ କରେ ା ଏଥର ଝିଅର ବାପା ଆହୁରି ଉଦ୍‌ବିଗ୍ନ ଜଣାପଡିଲେ ଏବଂ କହିଲେ- ହଁ ପୂର୍ବରୁ ଏପରି ଜଣେ ଆସିଥିଲେ ା ସବିଶେଷ ବିବରଣୀ ସଂଗ୍ରହ କରିଲା ପରେ ଜଣାପଡିଲା କି ବ୍ୟବସାୟ ବାହାନା, ବାବୁ ଜଣକ ମଧ୍ୟପ୍ରାଚ୍ୟରୁ ସୁନା ସ୍ମଗଲିଂ କରନ୍ତି ା ଆପଣ ଦୟାକରି ଚାଲିଯାଆନ୍ତୁ ା
ଦେଖିଲେ ତ? ସୁନା ପାଇଁ ଆମକୁ କେତେ ଦହଗଞ୍ଜ ହେବାକୁ ପଡିଲା? ତଥାପି ଲୋକେ ସୁନା ପାଇଁ ବିକଳ! ସୁଯୋଗ ଓ ସୁବିଧା ହେବା ମାତ୍ରେ ଲୋକେ ସୁନା କିଣିବାକୁ ଧାଆନ୍ତି ା ଯାହା ଦର ରହୁପଛେ ଲୁଚେଇ କରି ସୁନା କିଣି ଆଣନ୍ତି ା
ବାଇଗଣ ପୋକରା ଅଛି କି ଭଲ, ପୋଷାକ ବା କପଡାଟି ଭଲ ଅଛି କି ଖରାପ, ମହୁଟା ଅସଲି କି ନକଲି, କ୍ଷୀରରେ ପାଣି ମିଶିଛି ନା ନିରୋଳା, ଏମିତି ବିବିଧ ଦ୍ରବ୍ୟକୁ ଆମେ କିଣିବା ପୂର୍ବରୁ ପରଖୁ ା କିନ୍ତୁ ସୁନା? ନାଇଁ ହୋ ସୁନା କିଣିଲା ବେଳେ ଆମେ ସେ ସବୁ ଦେଖୁନା ା ଯେମିତି ସବୁ ସୁନା ଖାଣ୍ଟିସୁନା!
ଦୋକାନୀ କହିବ ଆମେ ତାକୁ ପଛରେ ପୁଣି କିଣି ନେବୁନି କି? କିନ୍ତୁ ସେଥିରେ ଦୁଇଟି କଥା ରହିଛି ା ପ୍ରଥମ କଥା ହେଉଛି ନୂଆ ସୁନା ବିକ୍ରି କଲାବେଳେ ଦେକାନୀ ପୂରା ବଜାର ଦର କଷିବ କିନ୍ତୁ ସେଇ ସୁନା ପୁରୁଣା ହେଲେ ତାହାକୁ ଗଢାମଜୁରି ବ୍ୟତିରେକ ପୁଣି ବଜାରଦରଠାରୁ କାଟିକରି ନେବ? ଯଦି ସୁନା ଅସଲି ତେବେ ଏପରି କାହିଁକି? ଦ୍ୱିତୀୟ କଥାଟି ହେଲା ସୁନା ଦୋକାନଟି କେତେଦିନ ପର୍ଯ୍ୟନ୍ତ ଥିବ? ଯଦି କିଛି ଦୋନମ୍ବରି କରି ସେ ଦୋକାନ ବା କମ୍ପାନୀ ବନ୍ଦ୍‌ ହୋଇଗଲା??
ଏସବୁ କଥା ବିଶେଷ ବାହାରେ ଆଲୋଚନା ହୁଏନି। କାରଣ ସୁନା ବ୍ୟାପାରଟି ସର୍ବଦା ଲୁଚାଛପାରେ ହୁଏ। ଲୋକେ ହୋଟେଲକୁ ଖାଇବାକୁ ଗଲେ, ପୋଷାକ କିଣିଲେ ବା ମନ୍ଦିରକୁ ଗଲେ ଫଟୋ ଉଠେଇ ସାମାଜିକ ଗଣ ମାଧ୍ୟମରେ ଛାଡନ୍ତି ା କିନ୍ତୁ ଦେଖ ମୁଁ ସୁନା କିଣୁଛିରେ ବୋଲି କେହି ଫଟୋ ଛାଡିବାର ଦେଖିଛନ୍ତି କି? ନା! ମୋ ପାଖରେ କେତେ ସୁନା ଅଛି ମୁଁ ଆପଣଙ୍କୁ କହିବିନି କି ଆପଣ ମୋତେ କହିବେନି ା ବଡବଡ ଲୋକଙ୍କ ଘରୁ ଚୋରି ହେଲେ ଅସଲରେ ସୁନା ଚୋରି ହୁଏ ଅଧିକ ପରିମାଣରେ କିନ୍ତୁ ଏତଲାରେ ଲେଖା ହୁଏ କମ୍‌ ପରିମାଣର ା ଡର! କାଳେ ଆୟକର ବାଲା ପୁଣି ଓଲଟି ପ୍ରଶ୍ନ କରିବେ କି ଆପଣଙ୍କର ତ ଆୟ ଏତିକି, ଏତେ ସୁନା କୁଆଡୁ ଆସିଲା?
ମୁଁ ଜାଣେ ଧୀରେ ଧୀରେ ଉପରୋକ୍ତ ଘଟଣା ସବୁକୁ ପଢିଲା ପରେ ଆପଣ ଏବେ କହିବେଣି – ମୋ ସୁନାଟା ପରା.. ଆଉ ବେଶି ଉଖାରନା…!
ଅଲରା, ନରସିଂହପୁର, କଟକ
ମୋ- ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri