ସୁନାମି ଓ ସତର୍କ ସୂଚନା ବ୍ୟବସ୍ଥା

କମଳାକାନ୍ତ ଜେନା

୨୦୦୪ ଡିସେମ୍ବର ୨୬ ତାରିଖ, ରବିବାର। ସମୟ ସକାଳ ୬ଟା ୨୯ ମିନିଟ୍‌। ଇଣ୍ଡୋନେସିଆର ଦକ୍ଷିଣକୁ ଅବସ୍ଥିତ ସୁମାତ୍ରାଦ୍ୱୀପ ଥରିଉଠିଲା। ରିକ୍ଟର ସ୍କେଲ ଉପରେ କମ୍ପନର ତୀବ୍ରତା ଥିଲା ୮.୯। ବିଗତ ୪୦ ବର୍ଷ ମଧ୍ୟରେ ଏହା ଥିଲା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ। ତା’ ପରେ ଭୟଙ୍କର ସାମୁଦ୍ରିକ ଜୁଆର ଚତୁର୍ଦ୍ଦିଗକୁ ପ୍ରସାରିତ ହେଲା। ସୁଉଚ୍ଚ ସାମୁଦ୍ରିକ ଜୁଆର ଭିତରେ ଦକ୍ଷିଣ ଏସିଆର ପ୍ରାୟ ଦେଢ଼ ଲକ୍ଷ ଲୋକ ଆଖି ବୁଜିଦେଲେ। ସକାଳ ୬ଟା ୩୩ ମିନିଟ୍‌ ସମୟରେ ଭାରତର ତାମିଲନାଡୁରେ ଭୂକମ୍ପନ ଆରମ୍ଭ ହେଲା। ଘଣ୍ଟାଏ ଭିତରେ ୧୦ ମିଟର ଉଚ୍ଚ ଜୁଆରମାନ ସମୁଦ୍ର କୂଳକୁ ମାଡ଼ି ଆସିଲା। ଭାରତ ସମେତ ୨୭ଟି ରାଷ୍ଟ୍ର ଏହା ଦ୍ୱାରା ପ୍ରଭାବିତ ହେଲେ। ଇଣ୍ଡୋନେସିଆର ମୃତ୍ୟୁସଂଖ୍ୟା ସର୍ବାଧିକ ୮୦,୦୦୦ ଥିଲା ା ଭାରତରେ ମୃତ୍ୟୁସଂଖ୍ୟା ଥିଲା ୧୦,୭୪୯, ନିଖୋଜ ଥିଲେ ୫,୬୪୦, ପ୍ରଭାବିତ ହେଲେ ୨୮ ଲକ୍ଷ ଓ ୧୧,୮୨୭ହେକ୍ଟର ଜମିର ଫସର ନଷ୍ଟ ହେଲା ଓ ଲକ୍ଷାଧିକ ମତ୍ସ୍ୟଜୀବୀ ଜୀବିକା ହରେଇଲେ।
ଭୂକମ୍ପନଜନିତ ସେଇ ଜୁଆର ଥିଲା ଭୟଙ୍କର ‘ସୁନାମି’। ଜାପାନୀ ଭାଷାରେ ‘ସୁ’ର ଅର୍ଥ ‘ପୋତାଶ୍ରୟ’ ଏବଂ ‘ନାମି’ର ଅର୍ଥ ‘ଢେଉ’। ‘ସୁନାମି’ ହେଉଛି ଶକ୍ତିଶାଳୀ ସାମୁଦ୍ରିକ ଢେଉ। ସମୁଦ୍ର ନିକଟରେ ବା ଗର୍ଭରେ ଭୂକମ୍ପନ ସୃଷ୍ଟିହେଲେ, ସମୁଦ୍ର ତଳେ ଲୁି ରହିଥିବା ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗିରଣ ହେଲେ, ସମୁଦ୍ର ଚଟାଣରେ ଭୂଚ୍ୟୁତି ଘଟିଲେ କିମ୍ବା ସମୁଦ୍ର ବକ୍ଷରେ ବିରାଟ ଉଲ୍କାପିଣ୍ଡ ଖସିପଡ଼ିଲେ, ସୁନାମି ତରଙ୍ଗ ସୃଷ୍ଟି ହୁଏ। ସମୁଦ୍ର ଚଟାଣଠାରୁ ୫୦ କିଲୋମିଟର ଗଭୀରତା ମଧ୍ୟରେ ୬.୫ ରିକ୍ଟର ସ୍କେଲର ଭୂକମ୍ପନ ସୁନାମି ସୃଷ୍ଟି କରିପାରିବ। ଭୂମିକମ୍ପ ହେତୁ ସମୁଦ୍ର ଚଟାଣ ହଠାତ୍‌ ଉପରକୁ ଉଠିଗଲେ କିମ୍ବା ତଳକୁ ଦବିଗଲେ ଜଳରାଶି ହଠାତ୍‌ ଉପରକୁ ଉଠିଯାଏ କିମ୍ବା ଦବିଯାଏ। ଏହା ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ତରଙ୍ଗ ସୃଷ୍ଟି କରେ, ଯାହା ଅନୁଚ୍ଚ ତରଙ୍ଗ ରୂପରେ ଚତୁର୍ଦ୍ଦିଗକୁ ଖେଳିଯାଏ। ୨୦୦୪ ‘ସୁନାମି’ ତରଙ୍ଗର ବେଗ ଥିଲା ଘଣ୍ଟାପ୍ରତି ପ୍ରାୟ ୫୦୦ କିଲୋମିଟର୍‌ ଓ ଦୁଇଟି ପାଖାପାଖି ତରଙ୍ଗ ଭିତରେ ବ୍ୟବଧାନ ଥିଲା ୧୦୦କିଲୋମିଟର । ସମୁଦ୍ର ମଝିରେ ଗଭୀର ଜଳରାଶି ମଧ୍ୟରେ ଗତି କରୁଥିବା ସୁନାମି ତରଙ୍ଗ ଜଣାପଡ଼େ ନାହିଁ । କୂଳ ନିକଟରେ ଏହାର ଅସଲ ରୂପ ଜଣାପଡ଼େ। ଅନୁଚ୍ଚ ତରଙ୍ଗ କୂଳ ପାଖରେ ୧୦-୨୦ ମିଟର ଉଚ୍ଚ ଭୟଙ୍କର ଢେଉ ରୂପରେ ସମୁଦ୍ରକୂଳ ଲଙ୍ଘନ କରି ମାଡ଼ିଯାଏ। ବେଳେ ବେଳେ କୂଳକୁ ପହଞ୍ଚତ୍ବା ପୂର୍ବରୁ ସମୁଦ୍ରର ଜଳରାଶି କୂଳଠାରୁ ଭିତରକୁ ଘୁଞ୍ଚତ୍ୟାଏ । ଲୋକମାନେ କୌତୂହଳବଶତଃ ସମୁଦ୍ର ଭିତରକୁ ଆଗେଇ ଯାଆନ୍ତି ଓ ପରେ ପରେ ‘ସୁନାମି’ ଢେଉରେ ଜୀବନ ହରାନ୍ତି। ଅଦ୍ୟାବଧି ୫ଟି ଅତି ‘ପ୍ରଳୟଙ୍କରୀ ସୁନାମି’ ହିସାବରେ ୨୦୦୪ର ଦୁଃଖଦ ‘ସୁନାମି’କୁ ନିଆଯାଇଛି।
ଭୂକମ୍ପନ ହେବାର କିଛି ସମୟ ପରେ ସମୁଦ୍ର ଢେଉ କୂଳକୁ ମାଡ଼ିଥାଏ। ସେଇ ସମୟ ଭିତରେ ସୁନାମି ସତର୍କତା କେନ୍ଦ୍ରରୁ ସାଧାରଣ ଲୋକଙ୍କୁ ସତର୍କ ସୂନା ମିଳିପାରିଲେ କ୍ଷୟକ୍ଷତିକୁ ଏଡ଼େଇ ଦିଆଯାଇ ପାରିବ। ୨୦୦୪ ପୂର୍ବରୁ ସତର୍କ ସୂଚନା ପାଇଁ ଆମ ଦେଶରେ ସେମିତି ବ୍ୟବସ୍ଥା ନ ଥିଲା ା
ଏବେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୦୭ ଅକ୍ଟୋବର ୧୫ ଦିନ ୧୨୫ କୋଟି ଟଙ୍କା ବ୍ୟୟରେ ହାଇଦ୍ରାବାଦଠାରେ ଭାରତର ସୁନାମି ସତର୍କତା ସୂନା କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା ।
ଡି.ଏସ୍‌.ଟି, ଇସ୍ରୋ ଓ ସି.ଏସ୍‌.ଆଇ.ଆର. ସହାୟତାରେ ଭୂବିଜ୍ଞାନ ମନ୍ତ୍ରଣାଳୟ ତରଫରୁ ଏହା ସମ୍ଭବ ହୋଇପାରିଛି। ଆମର ‘ଭାରତୀୟ ଜାତୀୟ ମହାସାଗରୀୟ ସୂନା ସେବା’ ଦ୍ୱାରା ‘ନ୍ୟାଶନାଲ୍‌ ସୁନାମି ୱାର୍ନିଂ ସିଷ୍ଟମ୍‌’ ୨୦୦୭ ରୁ ଦିନରାତି ଭାରତ ମହାସାଗର ଉପରେ ନଜର ରଖିଛି । ମହାସାଗର ତଳେ ହେଉଥିବା ଭୂମିକମ୍ପ ବିଷୟରେ ଖବର ରଖୁଛି। ଭାରତ ମହାସାଗରୀୟ ଅଞ୍ଚଳରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଭାରତ ହେଉଛି ପ୍ରଥମ ରାଷ୍ଟ୍ର। ଭୂକମ୍ପନ କେନ୍ଦ୍ରରୁ ତଥ୍ୟ ପାଇବାର ମାତ୍ର ୧୦ ମିନିଟ୍‌ ଭିତରେ ଏହା ସତର୍କ ସୂନା ଦେଇପାରିବ। ଭାରତୀୟ ବ୍ୟବସ୍ଥାକୁ ପୃଥିବୀର ସବୁଠାରୁ ସମ୍ବେଦନଶୀଳ ବ୍ୟବସ୍ଥା ବୋଲି ୟୁନେସ୍କୋ ତରଫରୁ କୁହାଯାଉଛି।
ସୁନାମି ସୂନା ପାଇଁ ଦୁଇପ୍ରକାର ସମ୍ବେଦକ ଆବଶ୍ୟକ। ଗୋଟିଏ ପ୍ରକାର ସେନସରକୁ ଉପକୂଳ ଅଞ୍ଚଳରେ ଓ ଅନ୍ୟଟିକୁ ସମୁଦ୍ର ଚଟାଣରେ ସ୍ଥାପନ କରାଯାଏ ା ସମୁଦ୍ର ଶଯ୍ୟାରେ ଭୂମିକମ୍ପ ସୃଷ୍ଟି ହେଲେ ଟ୍ରାନ୍‌ଜିଷ୍ଟର ଦ୍ୱାରା ଏହି ସୂନା ଉପଗ୍ରହକୁ ଯାଏ। ଉପଗ୍ରହ ମାଧ୍ୟମରେ ସୂନା କେନ୍ଦ୍ରଗୁଡ଼ିକ ସୂନା ପାଇ ଗଣମାଧ୍ୟମକୁ ପଠାନ୍ତି । ୨୦୦୪ର ଭୟଙ୍କର ସୁନାମି ପରେ ପ୍ରଭାବିତ ରାଷ୍ଟ୍ରଗୁଡିକ ୟୁନେସ୍କୋ ସହାୟତାରେ ସୁନାମିର ଆଗୁଆ ସୂଚନା ପାଇଁ ବିହିତ ବ୍ୟବସ୍ଥା ଦିଗରେ ପ୍ରୟାସ ଆରମ୍ଭ କରିଥିଲେ। ଆଞ୍ଚଳିକ ସ୍ତରରେ ସୁନାମି ସୂଚନା ଦିଆଯିବା ବ୍ୟବସ୍ଥା ସକାଶେ ମଧ୍ୟ ଚିନ୍ତା କରାଗଲା। ୨୦୦୮ ଜୁନ୍‌ରେ ଭାରତ ନିଜର ଉପକୂଳ ଅଞ୍ଚଳ ପାଇଁ ଆଞ୍ଚଳିକ ବ୍ୟବସ୍ଥା (ରିଜିଓନାଲ ସୁନାମି ୱାଚ୍‌ ପ୍ରୋଭାଇଡର) କରିଥିଲା। ସେହି ବର୍ଷ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଓ ମାଲେସିଆ ମଧ୍ୟ ନିଜ ନିଜର ଜନତାଙ୍କ ପାଇଁ ଆଞ୍ଚଳିକ ଆଗୁଆ ସୁନାମି ସୂଚନା ଦେବାପାଇଁ ବ୍ୟବସ୍ଥା କରିଥିଲେ।
ଆଜି ଆମର ଆଇ.ଏନ୍‌.ସି.ଓ.ଆଇ.ଏସ୍‌. ଦ୍ୱାରା ସୁନାମିର ଆଗୁଆ ସୂଚନା ମିଳିପାରୁଛି। ଏହି କେନ୍ଦ୍ରରେ ରହିଥିବା ପ୍ରତ୍ୟେକ ଉପ-ବ୍ୟବସ୍ଥାକୁ ନିୟମିତ ପରୀକ୍ଷା କରାଯାଉଛି ା ଆମ ଦେଶର ସୁନାମି ସୂଚନା ବ୍ୟବସ୍ଥା ଆଜି ଭାରତ ମହାସାଗର ଉପକୂଳର ରହିଥିବା ୨୮ଟି ଦେଶକୁ ଆଗୁଆ ସୂଚନା ଯୋଗାଉଛି ା ଆମ ବ୍ୟବସ୍ଥାର ଦକ୍ଷତା ଦେଖିଲା ପରେ ୨୦୧୧ରେ ୟୁନେସ୍କୋ ଏଥିପାଇଁ ସେହି ଦେଶଗୁଡିକୁ ସୁପାରିସ କରିଥିଲା ା ଆଜି ଭାରତ ୯୦ଟି ଭୂକମ୍ପନ କେନ୍ଦ୍ରରୁ ତଥ୍ୟ ସଂଗ୍ରହ କରିପାରୁଛି। ସାତଟି ସୁନାମି ବୋୟ ଓ ୩୫ଟି ଜୁଆର ପରିମାପ କେନ୍ଦ୍ର ସହାୟତା କରୁଛନ୍ତି ା୨୦୦୪ର ସୁନାମି ଭଳି ଆଜି କୌଣସି ସୁନାମି ଭାରତକୁ ପ୍ରଭାବିତ କରିପାରିବ ନାହିଁ ା ଭାରତର ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଓ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ‘ଏ.ଏ.ଆଇ.’ ଏହି ଦିଗରେ ଜନସାଧାରଣଙ୍କୁ ସହାୟତା କରିବା ପାଇଁ ହାତ ବଢେଇଛନ୍ତି। ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା ‘ନାବିକ୍‌’ ଦ୍ୱାରା ଭାରତ ମହାସାଗରର ଉତ୍ତରାଞ୍ଚଳରେ ରହିଥିବା ମତ୍ସ୍ୟଜୀବୀ ଓ ଅନ୍ୟାନ୍ୟ ସଂସ୍ଥାକୁ ସୁନାମି ସସମ୍ପର୍କିତ ଆଗୁଆ ମୋବାଇଲ-ସନ୍ଦେଶ ଦିଆଯାଇ ପାରିବ।
ସବୁଠାରୁ ବଡ କଥା ହେଉଛି ଆମର ସଚେତନତା। ଜାତୀୟ ରାଜପଥରେ ଯିବା ସମୟରେ ଅନେକ ସଙ୍କେତ (ଚିହ୍ନ) ଆମ ଆଖିରେ ପଡେ। ସେଇ ସଙ୍କେତରେ ହେଲମେଟ୍‌ ଓ ସିଟ୍‌ ବେଲ୍‌ଟ୍‌ ପିନ୍ଧିବାଠାରୁ ଆରମ୍ଭ କରି ଗାଡ଼ିର ବେଗ ଓ ବୁଲାଣିଆ ସଡକ ଇତ୍ୟାଦି ବିଷୟରେ ସମସ୍ତ ସୂଚନା ରହିଥାଏ। ହେଲେ ଆମକୁ ସବୁ ସଙ୍କେତର ଅର୍ଥ ଜଣା ନ ଥାଏ। ଯଦିଓ କିଛି ସଙ୍କେତ ବୁଝାପଡେ, ତାହାକୁ ଆମେ ଗୁରୁତ୍ୱ ଦେଉ ନାହିଁ ା ସଙ୍କେତଗୁଡିକ ପ୍ରତି ଅବମାନନା ପ୍ରଦର୍ଶନ ହିଁ ସଡକ ଦୁର୍ଘଟଣାର ମୁଖ୍ୟ କାରଣ। ଠିକ୍‌ ସେହିପରି ସୁନାମି ପ୍ରବଣ ଉପକୂଳ ଅଞ୍ଚଳରେ ସୁନାମି ସମ୍ପର୍କିତ କେତେକ ସଙ୍କେତ ରହିଛି ା
ସାଧାରଣ ଲୋକ କିନ୍ତୁ ସେସବୁ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ା ତେଣୁ ପ୍ରକୃତ ସୁନାମି ଆସିଲେ ସେମାନେ ନିଜର ଧନଜୀବନ ହରାଇ ବସନ୍ତି। ତେଣୁ ଜନସାଧାରଣ ସମସ୍ତ ସୁନାମି ସତର୍କତା ସଙ୍କେତ ବିଷୟରେ ଜାଣିବା ନିହାତି ଜରୁରୀ। ନଚେତ୍‌ କୌଣସି ସୂଚନା ବ୍ୟବସ୍ଥା ସେମାନଙ୍କର ଧନଜୀବନକୁ ସୁରକ୍ଷା ପ୍ରଦାନ କରିପାରିବ ନାହିଁ।
ଓଡ଼ିଶା ବିଜ୍ଞାନ ଏକାଡେମୀ ସଦସ୍ୟ, ଓ.ଇ.ଏସ୍‌.(ଏ),ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri