ସୁନାମି ଓ ସତର୍କ ସୂଚନା ବ୍ୟବସ୍ଥା

କମଳାକାନ୍ତ ଜେନା

୨୦୦୪ ଡିସେମ୍ବର ୨୬ ତାରିଖ, ରବିବାର। ସମୟ ସକାଳ ୬ଟା ୨୯ ମିନିଟ୍‌। ଇଣ୍ଡୋନେସିଆର ଦକ୍ଷିଣକୁ ଅବସ୍ଥିତ ସୁମାତ୍ରାଦ୍ୱୀପ ଥରିଉଠିଲା। ରିକ୍ଟର ସ୍କେଲ ଉପରେ କମ୍ପନର ତୀବ୍ରତା ଥିଲା ୮.୯। ବିଗତ ୪୦ ବର୍ଷ ମଧ୍ୟରେ ଏହା ଥିଲା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ। ତା’ ପରେ ଭୟଙ୍କର ସାମୁଦ୍ରିକ ଜୁଆର ଚତୁର୍ଦ୍ଦିଗକୁ ପ୍ରସାରିତ ହେଲା। ସୁଉଚ୍ଚ ସାମୁଦ୍ରିକ ଜୁଆର ଭିତରେ ଦକ୍ଷିଣ ଏସିଆର ପ୍ରାୟ ଦେଢ଼ ଲକ୍ଷ ଲୋକ ଆଖି ବୁଜିଦେଲେ। ସକାଳ ୬ଟା ୩୩ ମିନିଟ୍‌ ସମୟରେ ଭାରତର ତାମିଲନାଡୁରେ ଭୂକମ୍ପନ ଆରମ୍ଭ ହେଲା। ଘଣ୍ଟାଏ ଭିତରେ ୧୦ ମିଟର ଉଚ୍ଚ ଜୁଆରମାନ ସମୁଦ୍ର କୂଳକୁ ମାଡ଼ି ଆସିଲା। ଭାରତ ସମେତ ୨୭ଟି ରାଷ୍ଟ୍ର ଏହା ଦ୍ୱାରା ପ୍ରଭାବିତ ହେଲେ। ଇଣ୍ଡୋନେସିଆର ମୃତ୍ୟୁସଂଖ୍ୟା ସର୍ବାଧିକ ୮୦,୦୦୦ ଥିଲା ା ଭାରତରେ ମୃତ୍ୟୁସଂଖ୍ୟା ଥିଲା ୧୦,୭୪୯, ନିଖୋଜ ଥିଲେ ୫,୬୪୦, ପ୍ରଭାବିତ ହେଲେ ୨୮ ଲକ୍ଷ ଓ ୧୧,୮୨୭ହେକ୍ଟର ଜମିର ଫସର ନଷ୍ଟ ହେଲା ଓ ଲକ୍ଷାଧିକ ମତ୍ସ୍ୟଜୀବୀ ଜୀବିକା ହରେଇଲେ।
ଭୂକମ୍ପନଜନିତ ସେଇ ଜୁଆର ଥିଲା ଭୟଙ୍କର ‘ସୁନାମି’। ଜାପାନୀ ଭାଷାରେ ‘ସୁ’ର ଅର୍ଥ ‘ପୋତାଶ୍ରୟ’ ଏବଂ ‘ନାମି’ର ଅର୍ଥ ‘ଢେଉ’। ‘ସୁନାମି’ ହେଉଛି ଶକ୍ତିଶାଳୀ ସାମୁଦ୍ରିକ ଢେଉ। ସମୁଦ୍ର ନିକଟରେ ବା ଗର୍ଭରେ ଭୂକମ୍ପନ ସୃଷ୍ଟିହେଲେ, ସମୁଦ୍ର ତଳେ ଲୁି ରହିଥିବା ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗିରଣ ହେଲେ, ସମୁଦ୍ର ଚଟାଣରେ ଭୂଚ୍ୟୁତି ଘଟିଲେ କିମ୍ବା ସମୁଦ୍ର ବକ୍ଷରେ ବିରାଟ ଉଲ୍କାପିଣ୍ଡ ଖସିପଡ଼ିଲେ, ସୁନାମି ତରଙ୍ଗ ସୃଷ୍ଟି ହୁଏ। ସମୁଦ୍ର ଚଟାଣଠାରୁ ୫୦ କିଲୋମିଟର ଗଭୀରତା ମଧ୍ୟରେ ୬.୫ ରିକ୍ଟର ସ୍କେଲର ଭୂକମ୍ପନ ସୁନାମି ସୃଷ୍ଟି କରିପାରିବ। ଭୂମିକମ୍ପ ହେତୁ ସମୁଦ୍ର ଚଟାଣ ହଠାତ୍‌ ଉପରକୁ ଉଠିଗଲେ କିମ୍ବା ତଳକୁ ଦବିଗଲେ ଜଳରାଶି ହଠାତ୍‌ ଉପରକୁ ଉଠିଯାଏ କିମ୍ବା ଦବିଯାଏ। ଏହା ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ତରଙ୍ଗ ସୃଷ୍ଟି କରେ, ଯାହା ଅନୁଚ୍ଚ ତରଙ୍ଗ ରୂପରେ ଚତୁର୍ଦ୍ଦିଗକୁ ଖେଳିଯାଏ। ୨୦୦୪ ‘ସୁନାମି’ ତରଙ୍ଗର ବେଗ ଥିଲା ଘଣ୍ଟାପ୍ରତି ପ୍ରାୟ ୫୦୦ କିଲୋମିଟର୍‌ ଓ ଦୁଇଟି ପାଖାପାଖି ତରଙ୍ଗ ଭିତରେ ବ୍ୟବଧାନ ଥିଲା ୧୦୦କିଲୋମିଟର । ସମୁଦ୍ର ମଝିରେ ଗଭୀର ଜଳରାଶି ମଧ୍ୟରେ ଗତି କରୁଥିବା ସୁନାମି ତରଙ୍ଗ ଜଣାପଡ଼େ ନାହିଁ । କୂଳ ନିକଟରେ ଏହାର ଅସଲ ରୂପ ଜଣାପଡ଼େ। ଅନୁଚ୍ଚ ତରଙ୍ଗ କୂଳ ପାଖରେ ୧୦-୨୦ ମିଟର ଉଚ୍ଚ ଭୟଙ୍କର ଢେଉ ରୂପରେ ସମୁଦ୍ରକୂଳ ଲଙ୍ଘନ କରି ମାଡ଼ିଯାଏ। ବେଳେ ବେଳେ କୂଳକୁ ପହଞ୍ଚତ୍ବା ପୂର୍ବରୁ ସମୁଦ୍ରର ଜଳରାଶି କୂଳଠାରୁ ଭିତରକୁ ଘୁଞ୍ଚତ୍ୟାଏ । ଲୋକମାନେ କୌତୂହଳବଶତଃ ସମୁଦ୍ର ଭିତରକୁ ଆଗେଇ ଯାଆନ୍ତି ଓ ପରେ ପରେ ‘ସୁନାମି’ ଢେଉରେ ଜୀବନ ହରାନ୍ତି। ଅଦ୍ୟାବଧି ୫ଟି ଅତି ‘ପ୍ରଳୟଙ୍କରୀ ସୁନାମି’ ହିସାବରେ ୨୦୦୪ର ଦୁଃଖଦ ‘ସୁନାମି’କୁ ନିଆଯାଇଛି।
ଭୂକମ୍ପନ ହେବାର କିଛି ସମୟ ପରେ ସମୁଦ୍ର ଢେଉ କୂଳକୁ ମାଡ଼ିଥାଏ। ସେଇ ସମୟ ଭିତରେ ସୁନାମି ସତର୍କତା କେନ୍ଦ୍ରରୁ ସାଧାରଣ ଲୋକଙ୍କୁ ସତର୍କ ସୂନା ମିଳିପାରିଲେ କ୍ଷୟକ୍ଷତିକୁ ଏଡ଼େଇ ଦିଆଯାଇ ପାରିବ। ୨୦୦୪ ପୂର୍ବରୁ ସତର୍କ ସୂଚନା ପାଇଁ ଆମ ଦେଶରେ ସେମିତି ବ୍ୟବସ୍ଥା ନ ଥିଲା ା
ଏବେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୦୭ ଅକ୍ଟୋବର ୧୫ ଦିନ ୧୨୫ କୋଟି ଟଙ୍କା ବ୍ୟୟରେ ହାଇଦ୍ରାବାଦଠାରେ ଭାରତର ସୁନାମି ସତର୍କତା ସୂନା କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା ।
ଡି.ଏସ୍‌.ଟି, ଇସ୍ରୋ ଓ ସି.ଏସ୍‌.ଆଇ.ଆର. ସହାୟତାରେ ଭୂବିଜ୍ଞାନ ମନ୍ତ୍ରଣାଳୟ ତରଫରୁ ଏହା ସମ୍ଭବ ହୋଇପାରିଛି। ଆମର ‘ଭାରତୀୟ ଜାତୀୟ ମହାସାଗରୀୟ ସୂନା ସେବା’ ଦ୍ୱାରା ‘ନ୍ୟାଶନାଲ୍‌ ସୁନାମି ୱାର୍ନିଂ ସିଷ୍ଟମ୍‌’ ୨୦୦୭ ରୁ ଦିନରାତି ଭାରତ ମହାସାଗର ଉପରେ ନଜର ରଖିଛି । ମହାସାଗର ତଳେ ହେଉଥିବା ଭୂମିକମ୍ପ ବିଷୟରେ ଖବର ରଖୁଛି। ଭାରତ ମହାସାଗରୀୟ ଅଞ୍ଚଳରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଭାରତ ହେଉଛି ପ୍ରଥମ ରାଷ୍ଟ୍ର। ଭୂକମ୍ପନ କେନ୍ଦ୍ରରୁ ତଥ୍ୟ ପାଇବାର ମାତ୍ର ୧୦ ମିନିଟ୍‌ ଭିତରେ ଏହା ସତର୍କ ସୂନା ଦେଇପାରିବ। ଭାରତୀୟ ବ୍ୟବସ୍ଥାକୁ ପୃଥିବୀର ସବୁଠାରୁ ସମ୍ବେଦନଶୀଳ ବ୍ୟବସ୍ଥା ବୋଲି ୟୁନେସ୍କୋ ତରଫରୁ କୁହାଯାଉଛି।
ସୁନାମି ସୂନା ପାଇଁ ଦୁଇପ୍ରକାର ସମ୍ବେଦକ ଆବଶ୍ୟକ। ଗୋଟିଏ ପ୍ରକାର ସେନସରକୁ ଉପକୂଳ ଅଞ୍ଚଳରେ ଓ ଅନ୍ୟଟିକୁ ସମୁଦ୍ର ଚଟାଣରେ ସ୍ଥାପନ କରାଯାଏ ା ସମୁଦ୍ର ଶଯ୍ୟାରେ ଭୂମିକମ୍ପ ସୃଷ୍ଟି ହେଲେ ଟ୍ରାନ୍‌ଜିଷ୍ଟର ଦ୍ୱାରା ଏହି ସୂନା ଉପଗ୍ରହକୁ ଯାଏ। ଉପଗ୍ରହ ମାଧ୍ୟମରେ ସୂନା କେନ୍ଦ୍ରଗୁଡ଼ିକ ସୂନା ପାଇ ଗଣମାଧ୍ୟମକୁ ପଠାନ୍ତି । ୨୦୦୪ର ଭୟଙ୍କର ସୁନାମି ପରେ ପ୍ରଭାବିତ ରାଷ୍ଟ୍ରଗୁଡିକ ୟୁନେସ୍କୋ ସହାୟତାରେ ସୁନାମିର ଆଗୁଆ ସୂଚନା ପାଇଁ ବିହିତ ବ୍ୟବସ୍ଥା ଦିଗରେ ପ୍ରୟାସ ଆରମ୍ଭ କରିଥିଲେ। ଆଞ୍ଚଳିକ ସ୍ତରରେ ସୁନାମି ସୂଚନା ଦିଆଯିବା ବ୍ୟବସ୍ଥା ସକାଶେ ମଧ୍ୟ ଚିନ୍ତା କରାଗଲା। ୨୦୦୮ ଜୁନ୍‌ରେ ଭାରତ ନିଜର ଉପକୂଳ ଅଞ୍ଚଳ ପାଇଁ ଆଞ୍ଚଳିକ ବ୍ୟବସ୍ଥା (ରିଜିଓନାଲ ସୁନାମି ୱାଚ୍‌ ପ୍ରୋଭାଇଡର) କରିଥିଲା। ସେହି ବର୍ଷ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଓ ମାଲେସିଆ ମଧ୍ୟ ନିଜ ନିଜର ଜନତାଙ୍କ ପାଇଁ ଆଞ୍ଚଳିକ ଆଗୁଆ ସୁନାମି ସୂଚନା ଦେବାପାଇଁ ବ୍ୟବସ୍ଥା କରିଥିଲେ।
ଆଜି ଆମର ଆଇ.ଏନ୍‌.ସି.ଓ.ଆଇ.ଏସ୍‌. ଦ୍ୱାରା ସୁନାମିର ଆଗୁଆ ସୂଚନା ମିଳିପାରୁଛି। ଏହି କେନ୍ଦ୍ରରେ ରହିଥିବା ପ୍ରତ୍ୟେକ ଉପ-ବ୍ୟବସ୍ଥାକୁ ନିୟମିତ ପରୀକ୍ଷା କରାଯାଉଛି ା ଆମ ଦେଶର ସୁନାମି ସୂଚନା ବ୍ୟବସ୍ଥା ଆଜି ଭାରତ ମହାସାଗର ଉପକୂଳର ରହିଥିବା ୨୮ଟି ଦେଶକୁ ଆଗୁଆ ସୂଚନା ଯୋଗାଉଛି ା ଆମ ବ୍ୟବସ୍ଥାର ଦକ୍ଷତା ଦେଖିଲା ପରେ ୨୦୧୧ରେ ୟୁନେସ୍କୋ ଏଥିପାଇଁ ସେହି ଦେଶଗୁଡିକୁ ସୁପାରିସ କରିଥିଲା ା ଆଜି ଭାରତ ୯୦ଟି ଭୂକମ୍ପନ କେନ୍ଦ୍ରରୁ ତଥ୍ୟ ସଂଗ୍ରହ କରିପାରୁଛି। ସାତଟି ସୁନାମି ବୋୟ ଓ ୩୫ଟି ଜୁଆର ପରିମାପ କେନ୍ଦ୍ର ସହାୟତା କରୁଛନ୍ତି ା୨୦୦୪ର ସୁନାମି ଭଳି ଆଜି କୌଣସି ସୁନାମି ଭାରତକୁ ପ୍ରଭାବିତ କରିପାରିବ ନାହିଁ ା ଭାରତର ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଓ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ‘ଏ.ଏ.ଆଇ.’ ଏହି ଦିଗରେ ଜନସାଧାରଣଙ୍କୁ ସହାୟତା କରିବା ପାଇଁ ହାତ ବଢେଇଛନ୍ତି। ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା ‘ନାବିକ୍‌’ ଦ୍ୱାରା ଭାରତ ମହାସାଗରର ଉତ୍ତରାଞ୍ଚଳରେ ରହିଥିବା ମତ୍ସ୍ୟଜୀବୀ ଓ ଅନ୍ୟାନ୍ୟ ସଂସ୍ଥାକୁ ସୁନାମି ସସମ୍ପର୍କିତ ଆଗୁଆ ମୋବାଇଲ-ସନ୍ଦେଶ ଦିଆଯାଇ ପାରିବ।
ସବୁଠାରୁ ବଡ କଥା ହେଉଛି ଆମର ସଚେତନତା। ଜାତୀୟ ରାଜପଥରେ ଯିବା ସମୟରେ ଅନେକ ସଙ୍କେତ (ଚିହ୍ନ) ଆମ ଆଖିରେ ପଡେ। ସେଇ ସଙ୍କେତରେ ହେଲମେଟ୍‌ ଓ ସିଟ୍‌ ବେଲ୍‌ଟ୍‌ ପିନ୍ଧିବାଠାରୁ ଆରମ୍ଭ କରି ଗାଡ଼ିର ବେଗ ଓ ବୁଲାଣିଆ ସଡକ ଇତ୍ୟାଦି ବିଷୟରେ ସମସ୍ତ ସୂଚନା ରହିଥାଏ। ହେଲେ ଆମକୁ ସବୁ ସଙ୍କେତର ଅର୍ଥ ଜଣା ନ ଥାଏ। ଯଦିଓ କିଛି ସଙ୍କେତ ବୁଝାପଡେ, ତାହାକୁ ଆମେ ଗୁରୁତ୍ୱ ଦେଉ ନାହିଁ ା ସଙ୍କେତଗୁଡିକ ପ୍ରତି ଅବମାନନା ପ୍ରଦର୍ଶନ ହିଁ ସଡକ ଦୁର୍ଘଟଣାର ମୁଖ୍ୟ କାରଣ। ଠିକ୍‌ ସେହିପରି ସୁନାମି ପ୍ରବଣ ଉପକୂଳ ଅଞ୍ଚଳରେ ସୁନାମି ସମ୍ପର୍କିତ କେତେକ ସଙ୍କେତ ରହିଛି ା
ସାଧାରଣ ଲୋକ କିନ୍ତୁ ସେସବୁ ବୁଝିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ା ତେଣୁ ପ୍ରକୃତ ସୁନାମି ଆସିଲେ ସେମାନେ ନିଜର ଧନଜୀବନ ହରାଇ ବସନ୍ତି। ତେଣୁ ଜନସାଧାରଣ ସମସ୍ତ ସୁନାମି ସତର୍କତା ସଙ୍କେତ ବିଷୟରେ ଜାଣିବା ନିହାତି ଜରୁରୀ। ନଚେତ୍‌ କୌଣସି ସୂଚନା ବ୍ୟବସ୍ଥା ସେମାନଙ୍କର ଧନଜୀବନକୁ ସୁରକ୍ଷା ପ୍ରଦାନ କରିପାରିବ ନାହିଁ।
ଓଡ଼ିଶା ବିଜ୍ଞାନ ଏକାଡେମୀ ସଦସ୍ୟ, ଓ.ଇ.ଏସ୍‌.(ଏ),ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri