Posted inଫୁରସତ

ଗୁମ୍ଫା ବୁଲିବା ପାଇଁ ଟିକଟ ଦାମ ୨ ଲକ୍ଷ ଟଙ୍କା…

ଦୁନିଆର ଭୟଙ୍କର ଗୁମ୍ଫା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ ଲକ୍ଷ ଟଙ୍କାର ଟିକଟ କିଣିବାକୁ ପଡ଼େ। ଏହା ଶୁଣିଲେ ହୁଏତ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ। ଭିଏତ୍‌ନାମ୍‌ରେ ରହିଛି ଏପରି ଏକ ଗୁମ୍ଫା। ଏହାର ଲମ୍ବ ୯ କିମି, ଚୌଡ଼ା ୨ ଶହ ମିଟର ଏବଂ ଉଚ୍ଚତା ୧୫୦ ମିଟର। ଏହା ମଧ୍ୟରେ ଜଙ୍ଗଲଠାରୁ ଆରମ୍ଭ କରି ନଦୀ ପର୍ଯ୍ୟନ୍ତ ସବୁ ରହିଛି। ଏଠାରେ ଥିବା ଜଳ ପ୍ରପାତର ଶବ୍ଦ ଗୁମ୍ଫାର କାନ୍ଥରେ ପ୍ରତିଫଳିତ ହୋଇ ଭୟଙ୍କର ପ୍ରତିଧ୍ୱନୀ ସୃଷ୍ଟି କରିଥାଏ। ୧୯୯୧ରେ ଜଣେ ସ୍ଥାନୀୟ ବାସିନ୍ଦା ହୋ ଖାନମଙ୍କ ଏହି ଗୁମ୍ଫା ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଗୁମ୍ଫାର ନାମକରଣ ହେଙ୍ଗ୍‌ ସୋନ୍‌ ଡୁଙ୍ଗ୍‌ ଭାବେ କରାଯାଇଥିଲା। ୨୦୧୩ରେ ଗୁମ୍ଫାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ପ୍ରତିବର୍ଷ ୨ରୁ ୩ ଶହ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହା ପୂର୍ବରୁ ପର୍ଯ୍ୟଟକଙ୍କୁ ୧୦ କିମି ପାଦରେ ଚାଲିବା, ପାହାଡ଼ରେ ଚଢ଼ିବା ଆଦି ସମ୍ପର୍କରେ ତାଲିମ ଦିଆଯାଇଥାଏ। ଅଗଷ୍ଟ ମାସ ପୂର୍ବରୁ ଏଠାକୁ ପର୍ଯ୍ୟଟକଙ୍କୁ ଆସିବାକୁ ଅନୁମତି ମିଳିଥାଏ। ଏହାପରେ ଗୁମ୍ଫାରେ ପ୍ରବାହିତ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଏହା ମଧ୍ୟରେ ପ୍ରବେଶ କରିବା ଅସମ୍ଭବ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡାର ବାରିକ ସାଜିଛନ୍ତି ମେଲୋଡି ହାମ୍ସ

୩୦ ବର୍ଷୀୟା ମେଲୋଡି ହାମ୍ସ ଏବେ ଅଶ୍ୱଙ୍କର କେଶ କାଟିବାକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପଶୁଙ୍କ କେଶକୁ କାଟି ତାଙ୍କ ଶରୀରରେ ସେ ସୁନ୍ଦର...

ପିଲାଙ୍କ ଦୁନିଆ

ସମସ୍ତେ ସ୍ବାଧୀନତା ଶବ୍ଦଟିକୁ ବହୁତ ଗୁରୁତ୍ୱ ଦେଇ କଥା ହୁଅନ୍ତି। ଦେଶ ସ୍ବାଧୀନତା ଲାଭ କଲା ଆମର ବାକ୍‌ ସ୍ବାଧୀନତା ଦରକାର, ସ୍ବାଧୀନତା ବିନା ଜୀବନର...

ମାତ୍ର ୨୮ ଘଣ୍ଟାରେ ତିଆରି ହେଲା ୧୦ ମହଲା କୋଠା

ଯେତେବେଳେ ବଡ଼ ବିଲ୍ଡିଂର କଥା ଆସେ ତେବେ ଘର କେମିତି ହେବା ଦରକାର କେତେ ସମୟ ଲାଗିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ମାତ୍ର ଚାଇନାର...

ଅଜବ ଓ୍ବାଟରିଂ କ୍ୟାନ୍‌

ଫୁଲଗଛରେ ଜଳସିଞ୍ଚନ ପାଇଁ ସାଧାରଣତଃ ଓ୍ବାଟରିଂ କ୍ୟାନ୍‌ର ବ୍ୟବହାର କରାଯାଇଥାଏ। ହେଲେ ଏବେ ମାର୍କେଟ୍‌ରେ ଏମିତି କିଛି ଅଜବ ଡିଜାଇନ୍‌ର ଓ୍ବାଟରିଂ କ୍ୟାନ୍‌ ମିଳିଲାଣି, ଯାହା...

ଟ୍ରାଫିକ୍‌ କନଷ୍ଟେବଳ କଲେ ଏମିତି କାମ ଲୋକେ କଲେ ସାଲ୍ୟୁଟ

ଲକ୍ଷ୍ନୌ, ୯।୭: ଉତ୍ତର ପ୍ରଦେଶର ଅଯୋଧ୍ୟା ଟ୍ରାଫିକ୍‌ରେ କାମ କରୁଥିବା ଜଣେ କନଷ୍ଟେବଳ ଏକ ଛୋଟ କାମ କରି ରାତାରାତି ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କୁ ଏବେ...

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ: ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି...

ମଣିଷ ଭଳି ଦେଖାଯାଉଛି ଏହି ମାଛ! ଭିଡିଓ ଦେଖିଲେ…

ଦୁନିଆରେ ଅନେକ ଅଜବ ଜିନିଷ ରହିଛି। ଏଣୁ କେବେ, କ’ଣ ଦେଖିବାକୁ ମିଳିବ ତାହା କହିହେବ ନାହିଁ। ବେଳେବେଳେ ଆମ ସାମ୍ନାକୁ ଏପରି ଜିନିଷ ଆସେ...

ଏଭଳି ବୁଦ୍ଧି ପ୍ରୟୋଗ କରି ମେଣ୍ଢାଙ୍କ ଝଗଡ଼ା ଭାଙ୍ଗିଲା କୁକୁର, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement


Archives

Model This Week