Posted inଫୁରସତ

ମୋଦି-ରାହୁଲଙ୍କ ଉପରେ କ’ଣ ରହିବ ସୂର୍ଯ୍ୟ ପରାଗର ପ୍ରଭାବ

ନୂଆଦିଲ୍ଲୀ: ଜୁନ୍‌ ୨୧ରେ ପଡୁଥିବା ସୂର୍ଯ୍ୟ ପରାଗକୁ ନେଇ ଜ୍ୟୋତିର୍ବିଦମାନେ ନାନା ଗଣନା କରିଛନ୍ତି। ଏହି ସୂର୍ଯ୍ୟ ପରାଗର ପ୍ରଭାବ କିଛି ରାଶି ଉପରେ ଭଲ ଫଳ ଦେଉଥିବା ବେଳେ ଆଉ କିଛି ରାଶି ପାଇଁ ଭଲ ଫଳ ଦେବନାହିଁ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି। ଏହା ମିଥୁନ ରାଶିରେ ହେଉଥିବାରୁ ମିଥୁନ ରାଶି ପାଇଁ ଏହା ଭଲ ନୁହେଁ ବୋଲି କୁହାଯାଉଛି। ତେବେ କେତେଜଣ ଜ୍ୟୋତିଷ ରାଜନେତା, ସେଲିବ୍ରିଟି, ଉଦ୍ୟୋଗପତିମାନଙ୍କ ଉପରେ ଏହାର କି ପ୍ରଭାବ ପଡିବ ତାକୁ ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆଲୋଚନାକୁ ନେଇ ସେମାନେ କହିଛନ୍ତି ମୋଦିଙ୍କର ବିଛା ରାଶି ଓ ତାଙ୍କ ଦଳର ରାଶି ବିଛା ହୋଇଥିବାରୁ ଏହି ସୂର୍ଯ୍ୟ ପରାଗ ତାଙ୍କୁ ଭଲ ଫଳ ଦେବ ନାହିଁ। ମୋଦି ତାଙ୍କ ଶାସନ କାଳ ସମୟରେ ଏକ ବଡ ଯୁଦ୍ଧର ସାମ୍ନା କରିବେ ବୋଲି କୁହାଯାଉଛି। ତେବେ ସୂର୍ଯ୍ୟ ପରାଗ ପରେ ଏହାର ଆରମ୍ଭ ହେବ ବୋଲି ଗଣନା କରାଯାଇଥିବା ଜ୍ୟୋତିଷ କହିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାଶି ମିଥୁନ ହୋଇଥିବାରୁ ଓ ଏହି ରାଶିରେ ସୂର୍ଯ୍ୟ ପରାଗ ଲାଗୁଥିବାରୁ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ ବୋଲି କୁହାଯାଉଛି। ସେହିପରି ଧର୍ମଗୁରୁ ଦଲାଇ ଲାମା, ଶ୍ରୀ ଶ୍ରୀ ରବି ଶଙ୍କର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମଧ୍ୟ ମିଥୁନ ରାଶିର ହୋଇଥିବାରୁ ସେମାନଙ୍କ ପାଇଁ ସୂର୍ଯ୍ୟ ପରାଗ ଭଲ ଫଳ ଆଣିବ ନାହିଁ ବୋଲି କୁହାଯାଉଛି। ସେହିପରି ଏହା ଧନୁ ରାଶି ପାଇଁ ଭଲ ଫଳ ଆଣୁ ନ ଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କର ଧନୁ ରାଶି ହୋଇଥିବାରୁ ଏମାନଙ୍କ ପାଇଁ ମଧ୍ୟ ସମସ୍ୟା ଆସିପାରେ ବୋଲି ଜ୍ୟୋତିଷ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri