ମୈଥାନ କର୍ମଚାରୀଙ୍କ ଧାରଣା: ୩୮ଘଣ୍ଟା ପରେ ନଜରବନ୍ଦୀରୁ ମୁକୁଳିଲେ ରୀତା ସିଂ

କଳିଙ୍ଗନଗର,୫ା୧୨(ଡି.ଏନ.ଏ.): କଳିଙ୍ଗନଗରସ୍ଥିତ ମୈଥାନ କାରଖାନା କର୍ମଚାରୀଙ୍କ ଦ୍ୱାରା ନଜରବନ୍ଦୀ ଥିବା ମେସ୍କୋ ଗ୍ରୁପର ଅଧ୍ୟକ୍ଷା ରୀତା ସିଂ ୩୮ ଘଣ୍ଟା ପରେ ମୁକୁଳିଛନ୍ତି । ବୁଧବାର ରାତି ୮ଟାରେ ଜିଲା ପ୍ରଶାସନ ଓ ପୋଲିସ ସହାୟତାରେ ଅଧ୍ୟକ୍ଷା ରୀତା ହିଲଭ୍ୟୁ ହୋଟେଲରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି। ଅପରପକ୍ଷରେ ଧାରଣାରତ ମୈଥାନ କର୍ମଚାରୀ, ଅଧ୍ୟକ୍ଷା ସିଂ ଓ ପୋଲିସ ତଥା ଜିଲା ପ୍ରଶାସନ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ବୈଠକ ବିଫଳ ହୋଇଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେଇଛି। କର୍ମଚାରୀଙ୍କ ସମସ୍ତ ଦରମା ପ୍ରଦାନ ଓ ଅନ୍ୟାନ୍ୟ ଦାବି ସଂକ୍ରାନ୍ତରେ ସହଯୋଗ ନ କରି ଜିଲା ପ୍ରଶାସନ ଓ ପୋଲିସ କମ୍ପାନୀ ସପକ୍ଷରେ ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ପୋଲିସ ଜୋରଜବରଦସ୍ତ ଧାରଣାରତ କର୍ମଚାରୀଙ୍କୁ ଗେଷ୍ଟହାଉସର ମୁଖ୍ୟଫାଟକ ନିକଟରୁ ଉଠାଇ ନେବାପରେ ମେସ୍କୋ ଅଧ୍ୟକ୍ଷା ସିଂ ନଜରବନ୍ଦୀରୁ ମୁକୁଳିବାରେ ସଫଳ ହୋଇଥିଲେ। ତେବେ ଏହି ଘଟଣାକୁ କର୍ମଚାରୀମାନେ ସହଜରେ ଗ୍ରହଣ ନ କରି ଆଗାମୀ ଦିନରେ ମୈଥାନ କାରଖାନା ଚାଲୁ କିମ୍ବା ବକୈୟା ଦରମା ପ୍ରଦାନ ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଧାରଣାରତ କର୍ମଚାରୀଙ୍କ ସହିତ ବୁଧବାର ଧାରଣାରେ ବସିଥିଲେ। ଏପରି କି ଆନ୍ଦୋଳନ ବିଫଳ ହେବାର ସୂଚନା ପାଇ ମୈଥାନ ଇସ୍ପାତର ଜଣେ କର୍ମଚାରୀ ଦେବେନ୍ଦ୍ର କୁମାର ଜେନା ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।
ସୂଚନାଯୋଗ୍ୟ ଯେ, ମେସ୍କୋ ଗ୍ରୁପର ମାଲିକାନାରେ ଥିବା ମୈଥାନ କାରଖାନାର ପ୍ରାୟ ୩୦୦ କର୍ମଚାରୀ ମଙ୍ଗଳବାର ସକାଳ ସାଢେ ୬ଟାରୁ ଅଧ୍ୟକ୍ଷା ରୀତା ସିଂଙ୍କୁ ହିଲଭ୍ୟୁ ହୋଟେଲରେ ଘେରାଓ କରିଥିଲେ। ମୈଥାନ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଦୀର୍ଘ ୧୧ମାସ ହେଲା ପାଉଣା ମିଳି ନ ଥିବାବେଳେ କାରଖାନାକୁ କୌଣସି କାରଣ ନ ଦର୍ଶାଇ ଗତ ୮ ମାସ ହେଲା ବନ୍ଦ କରି ଦିଆଯାଇଛି। ଏନେଇ ୨୨ା୧୦ା୨୦୧୯ ତାରିଖରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲା ଶ୍ରମ ଅଧିକାରୀ ସୁନୀଲ କୁମାର ସାହୁ, ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମିନା ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ କମ୍ପାନୀ ପକ୍ଷରୁ ୩୦ା୧୦ା୨୦୧୯ ତାରିଖ ସୁଦ୍ଧା କର୍ମଚାରୀଙ୍କ ବକେୟା ଦରମା ସହିତ କାରଖାନା ଚାଲୁ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ କାରଖାନା କର୍ତ୍ତୃପକ୍ଷ କାରଖାନା ଚାଲୁ କରିବା ଦୂରର କଥା ଶ୍ରମିକଙ୍କ ବକେୟା ପାଉଣା ବି ଦେଇନାହାନ୍ତି। ଏହିକ୍ରମରେ ମଙ୍ଗଳବାର ମେସ୍କୋ ଗ୍ରୁପର ଅଧ୍ୟକ୍ଷା ସିଂ କଳିଙ୍ଗନଗର ଆସି ହୋଟେଲ ହିଲଭିୟୁରେ ରହିଥିବା ଜାଣି ସମସ୍ତ କର୍ମଚାରୀ ଏକାଠି ହୋଇ ହୋଟେଲ ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ବୁଧବାର ଅପରାହ୍ନ ୨ଟାରେ ସେହି ହୋଟେଲ ପରିସରରେ ଅଧ୍ୟକ୍ଷା ସିଂଙ୍କ ସହିତ ଜିଲା ପ୍ରଶାସନ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଏସ୍‌ପି ଚରଣସିଂ ମୀନା, ବିଧାୟକ ପ୍ରୀତିରଞ୍ଜନ ଘଡେଇ, ମୈଥାନ କର୍ମଚାରୀ ସଂଘର ସମ୍ପାଦକ ବିଜୟ କୁମାର ଦଳେଇଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କର୍ମଚାରୀଙ୍କ ପକ୍ଷରୁ ଅତିକମ୍‌ରେ ମାସକର ଦରମା ଓ କାରଖାନା ଚାଲୁ କରିବାକୁ ବୈଠକରେ ଦାବି ହୋଇଥିଲା। କିନ୍ତୁ ଏହି ପ୍ରସ୍ତାବକୁ ଅଧ୍ୟକ୍ଷା ରୀତା ସିଂ ଗ୍ରହଣ କରି ନ ଥିଲେ। ଏହାପରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ନେଇଥିଲା। ଏ ସଂକ୍ରାନ୍ତରେ ଅଧ୍ୟକ୍ଷା ସିଂ କହିଛନ୍ତି, ତାଙ୍କୁ ହୋଟେଲ ମଧ୍ୟରେ ନଜରବନ୍ଦୀ କରି ରଖିବା ଉଚିତ ନୁହେଁ। ମୈଥାନ ଇସ୍ପାତ କାରଖାନାର ଅଧ୍ୟକ୍ଷା ସେ ନୁହନ୍ତି। ତାଙ୍କ ଝିଅ ସିପ୍ରା ସିଂ ରାଣା ଏହି କାରଖାନାର ଅଧ୍ୟକ୍ଷା। ତେଣୁ ଆଇନ ଅନୁଯାୟୀ ନିଷ୍ପତ୍ତି ନେବାର କ୍ଷମତା ତାଙ୍କର ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୧୦ଟାରେ ‘ମା’ ଗୃହ’ରେ ପହଞ୍ଚିଲେ ଥାନା ଅଧିକାରୀ, ଗର୍ଭବତୀ-ନବଜାତ ଶିଶୁଙ୍କ ବୁଝିଲେ ସ୍ଥିତି

ଗୁଡ଼ାରି,୨୭।୧୦(ପ୍ରମୋଦ କୁମାର ପତି) : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ପରିସରରେ ଥିବା ‘ମା’ ଗୃହ’ରେ ବ୍ଲକର ବିଭିନ୍ନ ଗ୍ରାମରୁ…

କୋର୍ଟରେ ହାଜର ହେଲେନି, ଶେଷରେ ହାତକଡ଼ି ପଡ଼ିଲା: ହତ୍ୟା ଉଦ୍ୟମ ମାମଲାର ୱାରେଣ୍ଟି ଗିରଫ

ଦିଗପହଣ୍ଡି, ୨୭।୧୦ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ୍ ପକ୍ଷରୁ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। କୋର୍ଟରେ ହାଜର ନ ହୋଇ ଦୀର୍ଘ ଦିନରୁ ଫେରାର୍…

ଘରେ ପଶି ବୃଦ୍ଧଙ୍କୁ ଠେଙ୍ଗାରେ ମାଡ଼, ରକ୍ଷା କରିବାକୁ ଆସି ଆକ୍ରମଣର ଶିକାର ହେଲେ ଦିବ୍ୟାଙ୍ଗ ଝିଅ, ପଡ଼ୋଶୀଙ୍କ ନାମରେ…

ଦିଗପହଣ୍ଡି, ୨୭।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଳରାମ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର…

ଖଣି ଉତ୍ତୋଳନ ପ୍ରତିବାଦ ଦିବସ: ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): ସାରା ରାଜ୍ୟରେ ‘ଖଣି ଉତ୍ତୋଳନ ପ୍ରତିବାଦ ଦିବସ’ ପାଳନ ହେଉଥିବା ଅବସରରେ, କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ର ସେରୁବନ୍ଧ ସୁରକ୍ଷା ସମିତି…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀଙ୍କ ଅସୁସ୍ଥତା ପରେ ମୃତ୍ୟୁ: ଟାଟା ପାୱାର ଅଫିସ୍ ଆଗରେ ମୃତଦେହ ରଖି ରାସ୍ତାରୋକ, କ୍ଷତିପୂରଣ ଦାବି

ମାର୍ଶାଘାଇ, ୨୭।୧୦ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଟାଟା ପାୱାର କମ୍ପାନୀର ଫ୍ରାଞ୍ଚାଇଜି ସଂସ୍ଥା ଅଧୀନରେ…

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

୩୦ ପରେ ଖୋଲିବ କଳିଙ୍ଗା ଘାଟି ରାସ୍ତା: ବାତ୍ୟା ଭୟ ମଧ୍ୟରେ ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ପରଶିଲେ ଉପଜିଲାପାଳ

ଭଞ୍ଜନଗର, ୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?