ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ

ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ ପାସେଞ୍ଜର ଟ୍ରେନକୁ ଆଗାମୀ ୨ ବର୍ଷ ମଧ୍ୟରେ ମେମୁ ଟ୍ରେନରେ ରୂପାନ୍ତରିତ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମେମୁ ସେଡ୍‌ର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ଟ୍ରେନଗୁଡିକୁ ଧିରେ ଧିରେ ମେମୁରେ ରୂପାନ୍ତରିତ କରିବା ସୁବିଧା ହେବ। ଟ୍ରେନ ଚଳାଚଳରେ ସମୟାନୁବର୍ତ୍ତିତା ଆଣିବା ଲାଗି ରେଲଓ୍ବେ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ରେଳଓ୍ବେ ବୋର୍ଡ ରୋଲିଙ୍ଗ ଷ୍ଟକ ସଦସ୍ୟ ରାଜେଶ ଅଗ୍ରଓ୍ବାଲ ପୂର୍ବତଟ ରେଳପଥର ବିଭିନ୍ନ କାର୍ଯ୍ୟ ଶନିବାର ସମୀକ୍ଷା କରିବା ପରେ ଏହି ଘୋଷଣା କରିଛନ୍ତି। ଫନୀରେ ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ ହୋଇଥିବା ରେଳ ଭିତ୍ତିଭୂମି, ରେଳ ସେବାକୁ ସମୀକ୍ଷା ସେ କରିଥିଲେ। ସେବା ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରିତ କରିଥିବାରୁ ପୂର୍ବତଟ ରେଳପଥକୁ ଅଗ୍ରଓ୍ବାଲ ପ୍ରଶଂସା କରିଥିଲେ।
ପଣ୍ୟ ପରିବହନରେ ରେଳପଥକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇଥିବାରୁ ସମସ୍ତ ସଦସ୍ୟଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ୩ ମାସରେ ଭୁବନେଶ୍ୱର ଏବଂ ପୁରୀଠାରେ ମେକାନାଇଜଡ ଲଣ୍ଡ୍ରି ସ୍ଥାପନ, ଯାତ୍ରୀବାହୀ ଟ୍ରେନଗୁଡିକରେ ପାଣିର ଅଭାବ ଦୂରୀକରଣ, ଶିଳ୍ପସଂସ୍ଥାଗୁଡିକର ମାଲ ପରିବହନ ଚାହିଦା ପୂରଣ ଲାଗି ଅଧିକ ଓ୍ବାଗନ ଉପଲବ୍ଧ କରାଇବାକୁ ଯୋଜନା ରହିଥିବା ସେ ବୈଠକରେ ସୂଚନା ଦେଇଛନ୍ତି। ଏହା ଦ୍ୱାରା ପାଓ୍ବାର ପ୍ଲାଣ୍ଟ ଏବଂ କୋଇଲ ଉତ୍ପାଦନକାରୀ ସଂସ୍ଥାଗୁଡିକ ଲାଭବାନ ହୋଇ ପାରିବେ। ସେହିଭଳି ବାୟୋଟଏଲେଟ ଟ୍ରେନ ଶୌଚାଳୟଗୁଡିକରେ ବ୍ୟବହାର ହେଉଥିବା ଭେନଚୁରୀ ପ୍ରଣାଳୀକୁ ପୂର୍ବତଟ ରେଳପଥର ସବୁ ଟ୍ରେନରେ ଚଳାଚଳକରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି।
ଫନୀ ପ୍ରଭାବିତ ପୁରୀ ରେଳଷ୍ଟେସନକୁ ଆସନ୍ତା ମାସ ସୁଦ୍ଧା ସମ୍ପୂର୍ଣ୍ଣ ପୁନରୁଦ୍ଧାର କରାଯିବାକୁ ପୂର୍ବତଟ ପକ୍ଷରୁ ଯୋଜନା ଧାର୍ଯ୍ୟ ହୋଇଛି। ରଥଯାତ୍ର ସମୟରେ ୧୪୯ ସ୍ବତନ୍ତ୍ର ଟ୍ରେନ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ପୂର୍ବତଟ ରେଳପଥରେ ସଂରକ୍ଷତି କୋଚ୍‌ ସଂଖ୍ୟା ବୃଦ୍ଧି, ଅଟୋମୋବାଇଲ ଡିଲରଙ୍କ ସୁବିଧା ଲାଗି ପରିବହନ ବ୍ୟବସ୍ଥା, ମଞ୍ଚେଶ୍ୱର ରେଳ ଡବା କାରଖାନାରେ ଏଲଏଚବି କୋଚଗୁଡିକର ମରାମତି କାର୍ଯ୍ୟ ତ୍ୱରାନ୍ବିତ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅଗ୍ରଓ୍ବାଲ କହିଛନ୍ତି। ଫନୀ ଦ୍ୱାରା ପୂର୍ବତଟ ରେଳପଥ ୬୦୦ କୋଟି ଟଙ୍କାର କ୍ଷତି ସହିଛି। ଏହା ମଧ୍ୟରେ ଭିତ୍ତିଭୂମି ବାବଦ ୪୦୦ କୋଟି ଏବଂ ଆୟ ବାବଦରେ ୨୦୦ କୋଟି ଟଙ୍କା କ୍ଷତି ସାମିଲ ରହିଛି। ପୁନରୁଦ୍ଧାର କାର୍ଯ୍ୟ ଲାଗି ସ୍ବତନ୍ତ୍ର ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ରେଳପଥ ପକ୍ଷରୁ ରେଲଓ୍ବେ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri