ମେଡିକାଲ ଅଞ୍ଚଳରେ ବୁଲୁଛନ୍ତି ପିଲାଚୋର

କୋରାପୁଟ,୧୮।୪(ସ୍ବ.ପ୍ର.): କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ୧୧ ବର୍ଷର ଝିଅ ହଠାତ୍‌ ନିଖୋଜ ହେବା ସହ ପରଦିନ ଉଦ୍ଧାର ହୋଇଥିଲା। ତାଙ୍କୁ ନେଇଯାଇଥିବା ଅଭିଯୁକ୍ତ ଜଣଙ୍କୁ ମଙ୍ଗଳବାର ସହରବାସୀ କାବୁକରି ଟାଉନଥାନା ଜିମା ଦେଇଛନ୍ତି। ଅଭିଯୁକ୍ତଙ୍କ ଘର ଗୁଣପୁର ଅଞ୍ଚଳ। ଛୋଟ ପିଲାଙ୍କୁ ଚୋରି କରି ବାହାରେ ବିକ୍ରି କରିବା ରାକେଟରେ ସମ୍ପୃକ୍ତି ରହିଥିବା ସନ୍ଦେହ କରି ଅଟକ ବ୍ୟକ୍ତିଙ୍କୁ ଜେରା କରୁଛି ପୋଲିସ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କର୍କଟ ରୋଗ ବିଭାଗରୁ ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ତାଙ୍କ ବାପା ଯୋଗେନ୍ଦ୍ର ଟାକ୍ରୀ ଟାଉନ ଥାନାରେ ଏତଲା ଦେଇଥିଲେ। ସେହିଦିନ ବାପା ସୁବାସ ଖରା ହସପିଟାଲରେ ଭର୍ତ୍ତି ହୋଇଥିବା ଯୋଗୁଁ ଯୋଗେନ୍ଦ୍ର ଓ ତାଙ୍କ ଝିଅ ସେଠାରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସେହି ବିଭାଗକୁ ଆସି ମୋବାଇଲ ଚାର୍ଜ କରିବା ଆଳରେ ‘ବେହେରା ଡାକ୍ତର ମେଡିସିନ ଲେଖିଛନ୍ତି, ଚାଲ ନେଇକି ଆସିବା’ ବୋଲି କହି ନାବାଳିକା ଜଣଙ୍କୁ ନେଇଯାଇଥିବା ଯୋଗେନ୍ଦ୍ରଙ୍କ ସ୍ତ୍ରୀ ମଙ୍ଗଳଦେଇ ଖରା କହଛନ୍ତି। ପରେ ଝିଅକୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ଯୋଗେନ୍ଦ୍ର ଟାଉନ ଥାନାରେ ଏତଲା ଦେଇଥିଲେ। ତେବେ ୧୨ ତାରିଖ ସକାଳେ କୋରାପୁଟ ଷ୍ଟେସନରୁ ତାଙ୍କ ନାବାଳିକା କନ୍ୟା ଉଦ୍ଧାର ହୋଇଥିଲା। ନାବାଳିକାଙ୍କଠାରୁ ଘଟଣା ସଂପର୍କରେ ସବୁ ଶୁଣିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ନେଇଥିଲା, ତାହାର ତଦନ୍ତ ଚଳାଇଥିଲା ପୋଲିସ। ମଙ୍ଗଳବାର ବିଳମ୍ବିତ ରାତିରେ ନାବାଳିକାଙ୍କୁ ନେଇଥିବା ବ୍ୟକ୍ତି ଜଣକ କୋରାପୁଟ ମେଡିକାଲ ଅଞ୍ଚଳରେ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ତାଙ୍କୁ କାବୁକରି ମାଡ଼ ମରାଯାଇଥିଲା। ଏହାପରେ ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଅଟକ ରଖି ଜେରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri