କୋରାପୁଟ,୧୮।୪(ସ୍ବ.ପ୍ର.): କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ୧୧ ବର୍ଷର ଝିଅ ହଠାତ୍ ନିଖୋଜ ହେବା ସହ ପରଦିନ ଉଦ୍ଧାର ହୋଇଥିଲା। ତାଙ୍କୁ ନେଇଯାଇଥିବା ଅଭିଯୁକ୍ତ ଜଣଙ୍କୁ ମଙ୍ଗଳବାର ସହରବାସୀ କାବୁକରି ଟାଉନଥାନା ଜିମା ଦେଇଛନ୍ତି। ଅଭିଯୁକ୍ତଙ୍କ ଘର ଗୁଣପୁର ଅଞ୍ଚଳ। ଛୋଟ ପିଲାଙ୍କୁ ଚୋରି କରି ବାହାରେ ବିକ୍ରି କରିବା ରାକେଟରେ ସମ୍ପୃକ୍ତି ରହିଥିବା ସନ୍ଦେହ କରି ଅଟକ ବ୍ୟକ୍ତିଙ୍କୁ ଜେରା କରୁଛି ପୋଲିସ।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କର୍କଟ ରୋଗ ବିଭାଗରୁ ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ତାଙ୍କ ବାପା ଯୋଗେନ୍ଦ୍ର ଟାକ୍ରୀ ଟାଉନ ଥାନାରେ ଏତଲା ଦେଇଥିଲେ। ସେହିଦିନ ବାପା ସୁବାସ ଖରା ହସପିଟାଲରେ ଭର୍ତ୍ତି ହୋଇଥିବା ଯୋଗୁଁ ଯୋଗେନ୍ଦ୍ର ଓ ତାଙ୍କ ଝିଅ ସେଠାରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସେହି ବିଭାଗକୁ ଆସି ମୋବାଇଲ ଚାର୍ଜ କରିବା ଆଳରେ ‘ବେହେରା ଡାକ୍ତର ମେଡିସିନ ଲେଖିଛନ୍ତି, ଚାଲ ନେଇକି ଆସିବା’ ବୋଲି କହି ନାବାଳିକା ଜଣଙ୍କୁ ନେଇଯାଇଥିବା ଯୋଗେନ୍ଦ୍ରଙ୍କ ସ୍ତ୍ରୀ ମଙ୍ଗଳଦେଇ ଖରା କହଛନ୍ତି। ପରେ ଝିଅକୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ଯୋଗେନ୍ଦ୍ର ଟାଉନ ଥାନାରେ ଏତଲା ଦେଇଥିଲେ। ତେବେ ୧୨ ତାରିଖ ସକାଳେ କୋରାପୁଟ ଷ୍ଟେସନରୁ ତାଙ୍କ ନାବାଳିକା କନ୍ୟା ଉଦ୍ଧାର ହୋଇଥିଲା। ନାବାଳିକାଙ୍କଠାରୁ ଘଟଣା ସଂପର୍କରେ ସବୁ ଶୁଣିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ନେଇଥିଲା, ତାହାର ତଦନ୍ତ ଚଳାଇଥିଲା ପୋଲିସ। ମଙ୍ଗଳବାର ବିଳମ୍ବିତ ରାତିରେ ନାବାଳିକାଙ୍କୁ ନେଇଥିବା ବ୍ୟକ୍ତି ଜଣକ କୋରାପୁଟ ମେଡିକାଲ ଅଞ୍ଚଳରେ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ତାଙ୍କୁ କାବୁକରି ମାଡ଼ ମରାଯାଇଥିଲା। ଏହାପରେ ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଅଟକ ରଖି ଜେରା କରୁଛି।
ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….
ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…
ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….
ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…
ଡ୍ୟୁଟି ସାରି ବାଇକ୍ରେ ଫେରୁଥିଲେ, ଅଟୋ ସହ ହେଲା ମୁହାଁମୁହିଁ ଧକ୍କା: ଚାଲିଗଲା କନଷ୍ଟେବଳଙ୍କ ଜୀବନ
ଗୁଣପୁର,୧୮।୮(ସୁଜାତା ପାଢ଼ୀ)- ରାୟଗଡ଼ା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ପ୍ରାଣହାନି ହୋଇଛି। କୁମ୍ଭିକୋଟା ଫାଣ୍ଡିରେ କାର୍ଯ୍ୟରତ କନଷ୍ଟେବଳ କିଶୋର ପତି (୫୦)…
Archives

