ମୁହଁରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଜିକାଲିର ଖାଦ୍ୟପାନୀୟ ଓ ହର୍ମାନ ଇନ୍‌ବାଲାନ୍ସରୁ କେତକଙ୍କ ମୁହଁରେ ଅନାବଶ୍ୟକ କେଶ ଉଠିଥାଏ। ଏହା ଅସୁନ୍ଦର ଦେଖାଯିବା ସହ ବେଳେବେଳେ ଏଥିପାଇଁ ଲୋକଙ୍କୁ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥାଏ। ହେଲେ ବର୍ତ୍ତମାନ ଆଧୁନିକ ଶୈଳୀରେ ଏହାକୁ ମୁହଁରୁ ହଟାଇ ଦିଆଯାଇ ପାରୁଛି। କିନ୍ତୁ ଏହା କ୍ଷଣସ୍ଥାୟୀ, କିଛି ସମୟ ପରେ ପୁଣି ଏହାକୁ ମୁହଁରେ ଦେଖିବାକୁ ମିଳିଥାଏ। ତେଣୁ ଏଥିରୁ ଲମ୍ବା ସମୟ ପର୍ଯ୍ୟନ୍ତ ମୁକ୍ତି ଚାହୁଁଥିଲେ ଆପଣାନ୍ତୁ କିଛି ଘରୋଇ ଉପାୟ। ଯାହାକୁ ପ୍ରାକୃତିକ ଉପାୟ ଦ୍ୱାରା ଏହାର ଗ୍ରୋଥ୍‌କୁ କମାଯାଇପାରିବ। ବହୁ ସମସ୍ୟାର ସମାଧାନ ରୋଷେଇ ଘରେ ହିଁ ଲୁଚି ରହିଥାଏ। ହେଲେ ଆମେ ଜାଣିପାରୁନା। ଏହି ସମସ୍ୟା ପାଇଁ ଚନ୍ଦନର ପ୍ୟାକ୍‌ ସବୁଠାରୁ ଲାଭଦାୟକ। ଏହାକୁ ଘରେ ବହୁ ସହଜରେ ତିଆରି କରି ବ୍ୟବହାର ମଧ୍ୟ କରାଯାଇପାରିବ।


କମଳାର ଚୋପା: ମୁହଁରୁ ଅନାବଶ୍ୟକ କେଶ ହଟାଇବା ପାଇଁ ଏକ ଘରୋଇ ଫେସ୍‌ମାସ୍କ ତିଆରି କରନ୍ତୁ। ଏଥିପାଇଁ ପ୍ରଥମେ ଚନ୍ଦନ ପାଉଡର ସହ କମଳା ଚୋପା ପାଉଡର, ସାଗୁଆ ମୁଗ ଡାଲି ପାଉଡର, ଗୋଲାପ ଜଳ ଓ ଲେମ୍ବୁକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ସୁଖିଗଲା ପରେ ଏହାକୁ ଧିରେ ଧିରେ ମସାଜ୍‌ କରି ପାଣିରେ ଧୋଇ ଦିଅନ୍ତୁ।


ଓ୍ବାକ୍ସ: ଅନାବଶ୍ୟକ କେଶ ହଟାଇବା ପାଇଁ ଘରେ ପ୍ରାକୃତିକ ଉପାୟରେ ଓ୍ବାକ୍ସ ତିଆରି କରିପାରିବେ। ଏଥିପାଇଁ ୫୦୦ଗ୍ରାମ୍‌ ଚିନି, ଲେମ୍ବୁ ରସ ବଜାରରେ ମିଳୁଥିବା ଓ୍ବାକ୍ସ ଷ୍ଟ୍ରିପ୍‌ ଓ ଛୁରୀ ଆବଶ୍ୟକ। ପ୍ରଥମେ ଚିନିକୁ ଲେମ୍ବୁ ରସରେ ମିଶାଇ ଦିଅନ୍ତୁ, ଏହାକୁ ଭଲ କରି ଫେଣ୍ଟି ଏକ କଢ଼େଇରେ ଗରମ କରନ୍ତୁ। ଯେପର୍ଯ୍ୟନ୍ତ ଚିନିର ରଙ୍ଗ ନ ବଦଳିଛି ବା ଗାଢ଼ା ରଙ୍ଗ ନ ହେଇଛି ସେପର୍ଯ୍ୟନ୍ତ ତାକୁ ଗରମ କରନ୍ତୁ। ଚିନି ଗାଢ଼ା ରଙ୍ଗ ହୋଇଯିବା ପରେ ଏଥିରେ ଗ୍ଲିସେରିନ୍‌ ମିଶାଇ ଏକ ହିଟ୍‌ ପ୍ରୁଫ୍‌ କଣ୍ଟେନରରେ ସାଇତିକି ରଖିଦିଅନ୍ତୁ। ଏହି ମିଶ୍ରଣକୁ ଓଠର ଉପର ଭାଗରେ ଓ ଥୋଡିରେ ଛୁରୀ ସାହଯ୍ୟରେ ଲଗାନ୍ତୁ। ପରେ ଏହାକୁ ଷ୍ଟ୍ରିପ୍‌ ସାହାଯ୍ୟରେ ସେହି ମିଶ୍ରଣ ଉପରେ ରଖି ଟାଣି ଉଠାଇ ଦିଅନ୍ତୁ। ଏହାଦ୍ୱାରା ଏହାର ଗ୍ରୋଥ୍‌ କମିଯିବ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଅନାବଶ୍ୟକ କେଶ ଆଉ ମୁହଁରେ ଉଠିବ ନାହିଁ।
ଓଟ୍ସ ଓ କଳା ଜିରାର ସ୍କ୍ରବ୍‌: ସେହିପରି କଞ୍ଚା କ୍ଷୀର, କଳା ଜିରା, ମହୁ ଓ ଓଟ୍ସ ପାଉଡର୍‌ରେ ମଧ୍ୟ ମୁହଁରୁ ଅନାବଶ୍ୟକ କେଶ ହଟାଯାଇପାରିବ। ଏଥିପାଇଁ ପ୍ରଥମେ କଞ୍ଚା କ୍ଷୀରରେ କଳାଜିରାକୁ ଭିଜାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଯେତେବେଳେ କଳାଜିରା ନରମ ହୋଇଯିବ ସେଥିରେ ଓଟ୍ସ ପାଉଡର ଓ ମହୁ ମିଶାନ୍ତୁ। ମୁହଁରେ ଏହି ମିଶ୍ରଣକୁ ଲଗାଇ ସୁଖିବାକୁ ଦିଅନ୍ତୁ। ଶୁଖିଗଲା ପରେ ଏହାକୁ ଟିକେ ମସାଜ୍‌ କରି ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ଥରେ ବ୍ୟବହାର କରନ୍ତୁ ଦେଖିବେ ବହୁ ଲାଭ ମିଳିବ। ଏହି ସବୁ ଉପାୟ ପ୍ରାକୃତିକ ହୋଇଥିବାରୁ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ମଧ୍ୟ ଭୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri