ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ‘ପଞ୍ଚାୟତର ସବୁ କର୍ମଚାରୀଙ୍କ ଲାଗି ସ୍ବାସ୍ଥ୍ୟବୀମା କରାଯାଉ’

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କେବଳ ସ୍ବାସ୍ଥ୍ୟକର୍ମୀ କିମ୍ବା ସରପଞ୍ଚ ନୁହନ୍ତି ବରଂ ପଞ୍ଚାୟତସ୍ତରରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଏହାଦ୍ୱାରା ସ୍ଥାୟୀ ନିଯୁକ୍ତି ପାଇ ନ ଥିବା ଏବଂ ସ୍ବଳ୍ପ ଦରମାରେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସେବା ଯୋଗାଉଥିବା କର୍ମଚାରୀମାନଙ୍କ ପରିବାର ସଦସ୍ୟଙ୍କ ମାନସିକ ସାନ୍ତ୍ୱନା ମିଳିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।
ବିରୋଧୀ ଦଳ ନେତା ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ଯଦି କୌଣସି ସରପଞ୍ଚ କୋଭିଡ-୧୯ କାର୍ଯ୍ୟ କରିବା ସମୟରେ ମୃତ୍ୟୁବରଣ କରନ୍ତି ତେବେ ସେହି ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସହାୟତା ମିଳିବ। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜ୍ୟରେ ୬୭୯୮ଟି ଗ୍ରାମପଞ୍ଚାୟତ ରହିଛି। ଏହାମଧ୍ୟରୁ ୪୮୬୨ଟି ପଞ୍ଚାୟତରେ ପିଇଓ(ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ) କାର୍ଯ୍ୟ କରୁଛନ୍ତି। ଫଳରେ ଅଧିକାଂଶ ପିଇଓ ଦୁଇଟି ଲେଖାଏ ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ସେହିଭଳି ଗ୍ରାମ ରୋଜଗାର ସେବାକ(ଜିଆର୍‌ଏସ)ଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। ଜଣେ ଲେଖା ଜିଆର୍‌ଏସଙ୍କ ଦାୟିତ୍ୱରେ ଦୁଇଟି ଲେଖାଏ ପଞ୍ଚାୟତ ରହୁଛି। ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଏବଂ ରାତ୍ରି ଜୁଆଳିମାନେ ସ୍ଥାୟୀ ନିଯୁକ୍ତି ପାଇନାହାନ୍ତି, ଏହାସହିତ ସ୍ବଳ୍ପ ଦରମାରେ କାର୍ଯ୍ୟ କରୁଛନ୍ତି। ଏହାସତ୍ତ୍ୱେ ସେମାନେ ଦିନ, ରାତି କାମ କରି ଲୋକଙ୍କୁ ସେବା ଯୋଗାଉଛନ୍ତି। ତେଣୁ ତୃଣମୂଳସ୍ତରରୁ ତର୍ଜମା କରାଯାଇ ଗ୍ରାମପଞ୍ଚାୟତର ସବୁ କର୍ମଚାରୀମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯାଉ। ଏହାଦ୍ୱାରା କରୋନାରେ କର୍ମଚାରୀଙ୍କ ଜୀବନ ଗଲେ ତାଙ୍କ ପରିବାରବାସୀ ଉପକୃତ ହୋଇପାରିବେ। ଏହାବ୍ୟତୀତ ଉକ୍ତ କର୍ମଚାରୀମାନେ ମଧ୍ୟ ମାନସିକସ୍ତରରେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଇପାରିବେ ବୋଲି ବିରୋଧୀ ଦଳ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri