ମିଳୁନି ବିଧବା ଭତ୍ତା: ଦୁଃଖରେ ଦିନ କାଟୁଛନ୍ତି ପୁଷ୍ପଲତା

ଆଠଗଡ, ୧୫।୧୨(ସ୍ବ.ପ୍ର.): ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତର ଗୋଡିଝରିଆ ଗ୍ରାମର ପୁଷ୍ପଲତା ବାରିକ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେ ବର୍ଷେ ହେବ ଏଥି ପାଇଁ ପ୍ରଶାସନ ପାଖକୁ ଦୌଡୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିପାରିନାହଁି। ଫଳରେ ଏହି ନିରାଶ୍ରୟ ମହିଳା ଜଣକ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ପ୍ରାୟ ବର୍ଷେ ପୂର୍ବେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ସ୍ବାମୀ ସୁରେନ୍ଦ୍ର ବାରିକଙ୍କ ମୃତ୍ୟୁ ଘଟିଥିଲା । ଏହାପରଠାରୁ ପୁଷ୍ପଲତାଙ୍କ ଦୁଃଖ କହିଲେ ନ ସରେ। ପରିବାର ପୋଷଣ ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଅନ୍ନପୂର୍ଣ୍ଣା ଯୋଜନାରେ ମିଳୁଥିବା ୩୫କିଲୋ ଚାଉଳରେ ପିଲାମାନଙ୍କ ପେଟକୁ ଦାନା ଗଣ୍ଡିଏ କଷ୍ଟରେ ଦେଉଥିବା ବେଳେ ଅନ୍ୟ କିଛି ଖର୍ଚ୍ଚ ପାଇଁ ପାଖରେ ଟଙ୍କା ନାହିଁ ବୋଲି ସେ କହିଛନ୍ତି । ଏନେଇ ପୁଷ୍ପଲତା ବିଧବା ଭତ୍ତା ନିମନ୍ତେ ତିଗିରିଆ ବ୍ଲକ କାର୍ଯ୍ୟାଳୟରୁ ଆରମ୍ଭକରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡିଛନ୍ତି। ଗତମାସରେ ତିଗିରିଆରେ ଆୟୋଜିତ ହୋଇଥିବା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ସେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶୁକ୍ରବାର ସେ ବିଧବା ଭତ୍ତାପାଇଁ ଆଠଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଉପଜିଲାପାଳ କିମ୍ବା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟରେ ନ ଥିବାରୁ ନିରାଶ ହୋଇ ଫେରିଯାଇଥିଲେ। ଏ ସମ୍ପର୍କରେ ଉପଜିଲାପାଳ ଅମିୟ କୁମାର ସାହୁ ଓ ସାମାଜିକ ସୁରକ୍ଷା ଅଧିକାରୀ ଉମେଶ ଚନ୍ଦ୍ର ସାହୁଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ଏହା ନମ୍ବର ନ ଲାଗିବାରୁ ଏହା ସମ୍ଭବ ହୋଇ ପାରି ନଥିଲା। ତୁରନ୍ତ ତିଗିରିଆ ବ୍ଲକ ପ୍ରଶାସନ ପକ୍ଷରୁ ପୁଷ୍ପଲତାଙ୍କୁ ବିଧବା ଭତ୍ତା ପ୍ରଦାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଗୋଡିଝରିଆ ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି.…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

ଜୁନରେ ଘାରିଥିଲା ମରୁଡ଼ି ଆଶଙ୍କା, ଜୁଲାଇରେ ଲଗାଣ ବର୍ଷା; ଉଜୁଡ଼ିବାକୁ ବସିଲା ଧାନ ଚାଷ

ଅମରପାଲି, ୨୯।୭ (ପୀତାମ୍ବର ସାହୁ): ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର କୃଷି ଅଞ୍ଚଳରେ ପାଗର ଅସ୍ବାଭାବିକ ପରିବର୍ତ୍ତନ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଜୁନ…

୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ…

ଜିଲାପାଳଙ୍କ ବଡ଼ ସୂଚନା: ଗଞ୍ଜାମ ଲକ୍ଷ୍ୟ ନିକେତନ ଭଳି ପ୍ରଶିକ୍ଷଣ ଏବେ ପଞ୍ଚାୟତସ୍ତରରେ, ଛାତ୍ରୀଛାତ୍ରଙ୍କୁ…

ଛତ୍ରପୁର, ୨୯।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ) : ଭାରତବର୍ଷରେ ପ୍ରଶାସନିକ ସେବା ଗୌରବମୟ ଏବଂ ଉଚ୍ଚକୋଟୀ ଚାକିରି ଭାବେ ପରିଚିତ ଅଟେ। ଏହାକୁ ପାଇବାକୁ ହେଲେ ଆଶାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri