ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମାରାଶି

ନବରଙ୍ଗପୁର,୫ା୧୦(ବି.ପ୍ର.): ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୮ ଖରିଫ ଚାଷ ପାଇଁ ପ୍ରିମିୟମ୍‌ ଜମା କରିଥିଲେ। କିନ୍ତୁ ଏଯାଏ ବୀମା ଟଙ୍କା ପାଇନାହାନ୍ତି। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ପରେ ସେମାନେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ଜିଲାର ବିଭିନ୍ନ ଗାଁର ୫୫ ଚାଷୀ ବୀମାଟଙ୍କା ପାଇ ନ ଥିବା ଲିଖିତ ଅଭିଯୋଗ ଦେବା ପରେ ମାମଲା ରୁଜୁ ହୋଇଛି। ଏମ୍‌ଏସ୍‌ ଚୋଲା ଜେନେରାଲ ଇନ୍ସ୍ୟୁରାନ୍ସ, ନବରଙ୍ଗପୁର କୃଷି ଉପ ନିର୍ଦ୍ଦେଶକ, କୃଷି ବିଭାଗ ସଚିବ ଓ ସମ୍ପୃକ୍ତ ଅଞ୍ଚଳର ତହସିଲଦାରଙ୍କୁ ପକ୍ଷଭୁକ୍ତ କରି ନୋଟିସ କରିଛନ୍ତି ଖାଉଟି ଅଦାଲତ।
ନବରଙ୍ଗପୁର ଜିଲାରେ ୨୦୧୮ ଖରିଫ ଋତୁରେ ଧାନ, ମକା, ଚିନାବାଦାମ ଓ ହରଡ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଇ ପାରିବ ବୋଲି ଓଡ଼ିଶା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରଚାରପତ୍ର ବାଣ୍ଟିଥିଲା। ଫସଲ ବୁଣିବାଠାରୁ ଅମଳ ପର୍ଯ୍ୟନ୍ତ ଯଦି ଏହା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହୁଏ ତେବେ କ୍ଷତିପୂରଣ ପାଇବେ ଚାଷୀ। ୪୮ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳର କୃଷି ଅଧିକାରୀଙ୍କୁ ଚାଷୀ ଲିଖିତ ଓ ମୋବାଇଲରେ ଫଟୋ ଉଠାଇ ଜଣାଇବେ। କ୍ଷତି ଆକଳନ ପରେ କ୍ଷତିପୂରଣ ମିଳିବ। ଯେଉଁ ଚାଷୀମାନେ ନିଜସ୍ବ ଟଙ୍କାରେ ଉପରୋକ୍ତ ଚାଷ କରିଛନ୍ତି, ସେମାନଙ୍କ ପାଇଁ ଫସଲ ବୀମା ଇଚ୍ଛାଧୀନ ଓ ସର୍ତ୍ତସାପେକ୍ଷ ଥିଲା। ସେମାନେ ନିକଟସ୍ଥ ବ୍ୟାଙ୍କ, ଜନସେବା କେନ୍ଦ୍ର, ପ୍ରାଥମିକ କୃଷିଋଣ ସମବାୟ ସମିତି ବା ଲ୍ୟାମ୍ପସ୍‌ରେ ନାମ ପଞ୍ଜୀକରଣ କରି ପ୍ରିମିୟମ ଦେୟ ଦାଖଲ କରିବେ। କିନ୍ତୁ ଯେଉଁ ଚାଷୀମାନେ ବ୍ୟାଙ୍କରୁ ଋଣ ଆଣି ଉପରୋକ୍ତ ଚାଷ କରୁଛନ୍ତି, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ବୀମାଭୁକ୍ତ କରାଯିବ ବୋଲି ସରକାର ନିୟମ କଲେ। ଧାନଚାଷୀ ହେକ୍ଟର ପିଛା ୯୨୫ ଟଙ୍କା ଲେଖାଏ ପ୍ରିମିୟମ ଜମା କରିଛନ୍ତି। ବର୍ଷା ଅଭାବ ଯୋଗୁ ସରକାର ନବରଙ୍ଗପୁର ଜିଲାରେ ମରୁଡି ଘୋଷଣା କଲେ। ୭୫୪ ରାଜସ୍ବ ଗାଁରେ କୃଷି ଓ ରାଜସ୍ବ ବିଭାଗର ମିଳିତ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦେଲେ। କେତେକ ଚାଷୀଙ୍କ ଆକାଉଣ୍ଟକୁ ବିଳମ୍ବରେ ବୀମା ଟଙ୍କା ସିଧାସଳଖ ଆସିଥିବା ବେଳେ ଅନେକ ଏଯାଏ ଏହା ପାଇ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ୫୫ଜଣ ଚାଷୀ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏମ୍‌ଏସ୍‌ ଚୋଲା ଜେନେରାଲ ଇନସ୍ୟୁରାନ୍ସ, କୃଷି ବିଭାଗ ସଚିବ, ନବରଙ୍ଗପୁର କୃଷି ଉପନିର୍ଦ୍ଦେଶକ, ତହସିଲଦାରଙ୍କୁ ପକ୍ଷଭୁକ୍ତ କରି ନୋଟିସ ଜାରି କରିଛନ୍ତି ଅଦାଲତ। ଫସଲ ବୀମା ସମ୍ପର୍କରେ ଜାଣିବା ପାଇଁ ଇନସ୍ୟୁରାନ୍ସର ଟୋଲ୍‌ ଫ୍ରି ନମ୍ବର ୧୮୦୦୨୦୦୫୫୪୪, ୧୮୦୦୨୦୮୫୫୪୪ ଓ ହେଲ୍‌ପ ଡେସ୍କ ନମ୍ବର ୧୮୦୦୨୦୦୫୮୦୦ରେ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୂଚନା ମିଳିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri