ମା’ ଆଗରେ ଚାଲିଗଲା ପୁଅ ଜୀବନ

କାମାକ୍ଷାନଗର, ୫।୩(ଡି.ଏନ.ଏ.) – ବିବାହ ଭୋଜିରେ ଯୋଗଦେବାକୁ ଖୁସି ମନରେ ବାହାରିଥିଲେ ଘରୁ। ସାଙ୍ଗରେ ଥିଲେ ୫ବର୍ଷର ପୁଅ। ଘଣ୍ଟାଏ ପରେ ପହଞ୍ଚତ୍ଥାନ୍ତେ ବିବାହ ଭୋଜିରେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ମୃତ୍ୟୁ ଦୂତ ସାଜି ଆସିଥିବା ହାଇଓ୍ବା କେଇ ସେକେଣ୍ଡ ଭିତରେ ସବୁକିଛି କରିଦେଲା ଓଲଟପାଲଟ। ମା’ର ଆଖି ଆଗରେ ଚାଲିଗଲା ନିରୀହ ଶିଶୁ ଜୀବନ। ବୁଧବାର ମଧ୍ୟାହ୍ନରେ ଏପରି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡ଼ସୁଅଁ।ଳ ରଙ୍ଗମାଟିଆ ଗ୍ରାମରେ। ଏଥିରେ ବାଇକ୍‌ ଚାଳକ ଗୁରୁତର ହୋଇଥିବାବେଳେ ମୃତ ଶିଶୁଙ୍କ ମା’ ବର୍ତ୍ତିଯାଇଛନ୍ତି।
ସିଆରିମାଳିଆ ଗ୍ରାମର ସୁଧାକର ପ୍ରଧାନଙ୍କ ସ୍ତ୍ରୀ କନକ, ତାଙ୍କ ପୁଅ ବିନୟ ଏବଂ ସମ୍ପର୍କୀୟ ନିରଞ୍ଜନ ନାୟକ ବାଇକ୍‌ (ନଂ. ଓଡ଼ି ୦୬ ଏଫ୍‌ ୧୧୫୦)ରେ କଙ୍କଡ଼ାହାଡ଼ ବ୍ଲକ ଉର୍ବେଙ୍ଗୀକୁ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଉଥିଲେ। ରଙ୍ଗମାଟିଆ ନିକଟରେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ବାଲାଜୀ ଠିକାସଂସ୍ଥାର ହାଇଓ୍ବା (ନଂ. ଓଡି ୦୧ ଏବି ୯୫୦୮) ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବିନୟ ଗାଡ଼ିରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ନିରଞ୍ଜନଙ୍କ ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାବେଳେ କନକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ପହଞ୍ଚତ୍ ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ଏ ନେଇ ନଂ. ୬୬/୨୦୨୦, ଦଫା ୨୭୯, ୩୩୭, ୩୩୮, ୩୦୪ (ଏ)ରେ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri