ମାଲ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦.୮୫ ମିଲିଅନ୍‌ ଟନ୍‌ ମାଲ୍‌ ପରିବହନ କରି ରେକର୍ଡ଼ କରିଛି। ପୂର୍ବ ଆର୍ଥିକବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ପରିହବନ ହୋଇଥିବା ୧୯୧.୭୬ ମିଲିୟନ ଟନ୍‌ଠାରୁ ଏହା ୪.୭୩ ପ୍ରତିଶତ ଅଧିକ ରହିଛି। ସେହିଭଳି ୨୦୧୯-୨୦ବର୍ଷରେ ମାଲ୍‌ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ୨୦,୧୨୫ କୋଟି ଟଙ୍କା ଆୟ କରିଛି। ପୂର୍ବ ଆର୍ଥିକବର୍ଷରେ ହୋଇଥିବା ୧୮,୧୮୦ କୋଟିଠାରୁ ଏହା ୧୧ ପ୍ରତିଶତ ଅଧିକ ବୋଲି କୁହାଯାଇଛି। ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ସମୟରେ ବିପୁଳ କ୍ଷୟକ୍ଷତି, ମାଲ୍‌ ପରିବହନ ଓ ଟ୍ରେନ୍‌ ପରିଚାଳନାରେ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ପୂର୍ବତଟ ରେଳପଥ ଏହି ମାଇଲ୍‌ଷ୍ଟୋନ୍‌ ଛିଡ଼ା କରିପାରିଛି। ବାତ୍ୟା ପରେ ତୁରନ୍ତ ରେଳ ସେବାକୁ ସ୍ବାଭାବିକ କରାଯାଇଥିଲେ ମଧ୍ୟ ଏହି ରେଳପଥକୁ ୬୦୦ କୋଟି କ୍ଷତି ସହିବାକୁ ପଡ଼ିଥିଲା। ମାଲ୍‌ ପରିବହନକାରୀ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ, ରେଳ ଟ୍ରାକ୍‌ ଉପରେ ମାଟି, ପଥର ଅତଡ଼ା ଖସିବା ଓ ଶ୍ରମିକ ଆନ୍ଦୋଳନ ଭଳି ବହୁ ବାଧା ଉପୁଜିଥିଲା। ମାତ୍ର ପରିବହନ ଉପରେ ଗୁରୁତ୍ୱ, ନୂତନ ପଦକ୍ଷେପ ଗ୍ରହଣ ଓ ରେଳ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ମାଲ୍‌ ପରିବହନରେ ଏପରି ରେକର୍ଡ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦକ୍ଷିଣ-ପୂର୍ବ ରେଳପଥ ୧୭୧.୧୧ ମିଲିଅନ ଟନ୍‌, ଦକ୍ଷିଣ-ପୂର୍ବ-କେନ୍ଦ୍ରୀୟ ରେଳପଥ ୧୬୯ ମିଲିଅନ ଟନ ଓ ପୂର୍ବ-କେନ୍ଦ୍ରୀୟ ରେଳପଥ ୧୪୮ ମିଲିଅନ୍‌ ଟନ୍‌ ମାଲ୍‌ ପରିବହନ କରିଛି। ସେହିଭଳି ଏହି କ୍ଷେତ୍ରରେ ଦକ୍ଷିଣ ପୂର୍ବ ରେଳପଥ ୧୪,୪୫୯.୫ କୋଟି, ଦକ୍ଷିଣ-ପୂର୍ବ-କେନ୍ଦ୍ରୀୟ ରେଳପଥ ୧୯,୮୩୫ କୋଟିି ଏବଂ ପୂର୍ବ-କେନ୍ଦ୍ରୀୟ ରେଳପଥ ୧୫,୧୧୭.୮ କୋଟି ଟଙ୍କା ଆୟ କରିଛି।
ତେବେ ମାଲ ପରିବହନରେ ଏହି ସଫଳତା ନିମନ୍ତେ ୩ ରେଳ ମଣ୍ଡଳର କର୍ମଚାରୀଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛି ପୂର୍ବତଟ ରେଳପଥ। ଏହାସହ ସମସ୍ତ ସହଯୋଗୀ ଷ୍ଟେକ୍‌ ହୋଲ୍ଡର୍‌ ତଥା କୋଲିଆରି, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ. ଆଲୁମିନା ପ୍ଲାଣ୍ଟ୍‌, ପେଟ୍ରୋଲିୟମ୍‌ କମ୍ପାନୀ ଏବଂ ଭାରତର ଖାଦ୍ୟ ନିଗମମାନଙ୍କୁ ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଛି ପୂର୍ବତଟ ରେଳପଥ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri