ମା’ଙ୍କ ଶାଢ଼ିରେ ରଶି ଲଗାଇ ପୁଅଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫।୫- ଟାଉନା ଥାନା ଅନ୍ତର୍ଗତ ବିଜିପୁର ଲଷ୍ମୀ ସାହିରେ ଜଣେ ଯୁବକ ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ଶାଢ଼ିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମାଧବ ଦାସଙ୍କ ପୁଅ ଅନିଲ ଦାସ( ୨୦)। ଖବରପାଇ ପୋଲିସ ମୃତଦେହ ଜବତ କରି ୧୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମାନସିକ ଅଶାନ୍ତିରୁ ଅନିଲ ଏଭଳି ଭାବେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନାନୁଯାୟୀ, ଅନିଲ କାମଧନ୍ଦା କରୁ ନ ଥିବା ବେଳେ ସବୁବେଳେ ବାପାଙ୍କଠାରୁ ଟଙ୍କା ନେଇ ମଦ୍ୟପାନ କରୁଥିଲେ। ଏ ନେଇ ବାପା ଅନିଲଙ୍କୁ ତାଗିଦ କରୁଥିଲେ। ପ୍ରତିଦିନ ଭଳି ଶୁକ୍ରବାର ରାତି ସାଢେ ୧୧ଟାରେ ଅନିଲ ଘରକୁ ଫେରିଥିଲେ। ସମସ୍ତେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତି ୩ଟାରେ ମାଧବ ପରିସ୍ରା ଯିବା ପାଇଁ ଉଠିବା ବେଳେ ପୁଅ ବେକରେ ଶାଢ଼ୀରେ ରଶି ଲଗାଇ ଝୁଲୁଥିବା ଦେଖିଥିଲେ। ସେ ଶାଢ଼ୀକୁ କାଟି ଅନିଲଙ୍କୁ ବାହାର କରିଥିଲେ ସୁଦ୍ଧା ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ଶନିବାର ସକାଳେ ମାଧବ ପୋଲିସକୁ ଏ ନେଇ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ନ୍ୟାଶନାଲ କିକ୍‌ ବକ୍ସିଂରେ ଗୋଲଡ଼ ମେଡାଲ ଜିତିବାକୁ ଲକ୍ଷ୍ୟ

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ୬ ବର୍ଷରୁ ୧୫ ବର୍ଷ ସବ ଜୁନିୟର ନ୍ୟାଶନାଲ କିକ୍‌ ବକ୍ସିଂ ଚମ୍ପିୟାନଶିପ୍‌ ପ୍ରତିଯୋଗିତାରେ ଗଞ୍ଜାମରେ ୫ ଜଣ ଅଂଶ ଗ୍ରହଣ କରିଛନ୍ତି। କୋଚ…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri